ETV Bharat / state

ଗ୍ରାମାଞ୍ଚଳରେ ଜୀବନ ଜୀବିକାର ମାର୍ଗ ପ୍ରଶସ୍ତ ପାଇଁ ଡିଏମଏଫର ଯୋଜନା - ଡିଏମଏଫର ଯୋଜନା

କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳରେ ଡିଏମଏଫ ଜୀବନ ଜୀବିକାର ମାର୍ଗ ପ୍ରଶସ୍ତ କରିବା ପାଇଁ ବୈଠକ ମାଧ୍ୟମରେ ଯୋଜନା କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଗ୍ରାମାଞ୍ଚଳରେ ଜୀବନ ଜୀବିକାର ମାର୍ଗ ପ୍ରଶସ୍ତ ପାଇଁ ଡିଏମଏଫର ଯୋଜନା

author img

By

Published : Mar 3, 2021, 7:52 AM IST

କୋରାପୁଟ: ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ମଙ୍ଗଳବାର ଡିଏମଏଫ ବୋର୍ଡର ଗୁରୁତ୍ବପୂର୍ଣ୍ଣ ବୈଠକ ବସି ଗ୍ରାମାଞ୍ଚଳରେ ଜୀବନ ଜୀବିକାର ମାର୍ଗକୁ ପ୍ରଶସ୍ତ କରାଯାଇଛି । ତେବେ ଆସନ୍ତା ବର୍ଷ ମଧ୍ୟରେ 50 କୋଟି ଟଙ୍କାକୁ ବିନିଯୋଗ କରିବା ସମ୍ପର୍କରେ ଆଲୋଚନା ହୋଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର କହିଛନ୍ତି ।

ଜିଲ୍ଲାରେ ଜୀବନ ଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ ସେବା, ଯୋଗାଯୋଗ, ବିକାଶ ଭିତ୍ତିଭୂମି, ବିଦ୍ୟୁତିକରଣ, ପାନୀୟଜଳ ଓ ଜଳସେଚନ କ୍ଷେତ୍ରରେ 1112ଟି ପ୍ରକଳ୍ପ ପ୍ରସ୍ତାବିତ ହୋଇଥିଲା । ଏହି ପ୍ରକଳ୍ପଗୁଡିକ ମଧ୍ୟରୁ 2016 ମସିହାଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ 876ଟି ପ୍ରକଳ୍ପରେ 113 କୋଟି ଟଙ୍କା ବିନିଯୋଗ ହୋଇଛି । ତେବେ ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକା କ୍ଷେତ୍ରରେ ଆସନ୍ତା ବର୍ଷକ ମଧ୍ୟରେ 50 କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଗ୍ରାମାଞ୍ଚଳରେ ଜୀବନ ଜୀବିକାର ମାର୍ଗ ପ୍ରଶସ୍ତ ପାଇଁ ଡିଏମଏଫର ଯୋଜନା

ଏଥି ସହ ଖଣି ଅଞ୍ଚଳ ଦ୍ବାରା ସିଧାସଳଖ ପ୍ରଭାବିତ ହୋଇଥିବା ଛଅଟି ବ୍ଲକ ଅଞ୍ଚଳରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡିକରେ ସ୍ମାର୍ଟ କ୍ଳାସ ଆରମ୍ଭ କରିବା, ମଡେଲ ଛାତ୍ରାବାସ ଓ ଅଙ୍ଗନବାଡି କେନ୍ଦ୍ରର ବ୍ୟବସ୍ଥା କରିବା, ଦିବ୍ୟାଙ୍ଗଙ୍କ ପାଇଁ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ପ୍ରଦାନ ଓ ରାଜସ୍ବ ଗ୍ରାମ ସହ ପଡା ଗ୍ରାମରେ ମଧ୍ୟ ଗ୍ରାମାଞ୍ଚଳ ବିଦ୍ୟୁତିକରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସହରାଞ୍ଚଳରେ ଉନ୍ନତମାନର ରାସ୍ତା ସଫେଇ କାର୍ଯ୍ୟ ପାଇଁ କୋରାପୁଟ, ଜୟପୁର, ସୁନାବେଡ଼ା ଓ କୋଟପାଡ ପୌରାଞ୍ଚଳରେ ସ୍ବତନ୍ତ୍ର ଗାଡି କିଣାଯିବା ପାଇଁ ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର ବସିଥିବା ବୈଠକରେ ଆଲୋଚିତ ବିଷୟଗୁଡିକ ବାସ୍ତବରେ କାର୍ଯ୍ୟକ୍ଷମ ହେଲେ ଖଣି ଅଞ୍ଚଳ ପ୍ରଭାବିତ ଜନସାଧାରଣଙ୍କ ଜୀବନରେ ଅନେକ ଉନ୍ନତି ସମ୍ଭବ ହେବ ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲାକା ମତବ୍ୟକ୍ତ କରିଛନ୍ତି । ଏହି ବୈଠକରେ କୋରାପୁଟ ସାଂସଦଙ୍କ ସମେତ ଜିଲ୍ଲାର ପଟ୍ଟାଙ୍ଗି, କୋରାପୁଟ ଓ ଲକ୍ଷ୍ମୀପୁରର ବିଧାୟକ ଯୋଗ ଦେଇଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.