ETV Bharat / state

କୋରାପୁଟରେ ବନ୍ୟ ପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ - ବନ୍ୟ ପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ

କୋରାପୁଟରେ 69ତମ ବନ୍ୟ ପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ ହୋଇଛି । ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସହଭାଗୀତା "ଶୀର୍ଷକ ବିଷୟ ଉପରେ ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ

wildllife week celebration
କୋରାପୁଟରେ ବନ୍ୟ ପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ
author img

By ETV Bharat Odisha Team

Published : Oct 3, 2023, 3:11 PM IST

କୋରାପୁଟରେ ବନ୍ୟ ପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ

କୋରାପୁଟ: ଜିଲ୍ଲାରେ ବିଶ୍ୱ ବନ୍ୟଜନ୍ତୁ ଦିବସ "ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସହଭାଗୀତା" ଶୀର୍ଷକ ବିଷୟକୁ ନେଇ 69ତମ ବନ୍ୟ ପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ କରାଯାଇଛି । ପ୍ରତିବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ଭାରତରେ ୱାଇଲ୍ଡ ଲାଇଫ୍ ସପ୍ତାହ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ବନ୍ୟ ଜନ୍ତୁଙ୍କ ବିଷୟରେ ଜାଣିବା ଓ ସଂରକ୍ଷଣ ପାଇଁ ସମସ୍ତଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ବ ଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଡ଼ିଏଫଓ କେ.ଭି. ଭାସ୍କର ରାଓ ।

ଜୀବଜନ୍ତୁ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ 1952 ମସିହାରେ ବନ୍ୟଜନ୍ତୁ ସପ୍ତାହକୁ ସଂକଳ୍ପବଦ୍ଧ କରାଯାଇଥିଲା । ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ବନ୍ୟଜନ୍ତୁଙ୍କ ଜୀବନ ରକ୍ଷା କରିବାର ଦୀର୍ଘ ମିଆଦି ଲକ୍ଷ୍ୟକୁ ହାସଲ କରିବା ପାଇଁ ସଚେତନତା ସୃଷ୍ଟି କରିବାର ସାମଗ୍ରିକ ଲକ୍ଷ୍ୟ ରଖାଯାଇଛି । ଏହାକୁ ନେଇ ୱାଇଲ୍ଡ ଲାଇଫ ୱାର୍ଡେନ ରାମନାଥ ସାହୁ କହିଛନ୍ତି, "ପୃଥିବୀ ପୃଷ୍ଠରେ ମଣିଷ ସୁଖ ସ୍ଵାଚ୍ଛନ୍ଦ୍ୟ ସହ ବଞ୍ଚିବାକୁ ହେଲେ ପ୍ରକୃତିରେ ଥିବା ସମସ୍ତ ଜୀବଜନ୍ତୁ, କୀଟପତଙ୍ଗ, ପକ୍ଷୀ ଓ ଜଳଚର ଜୀବଙ୍କ ପ୍ରତି ଉପଯୁକ୍ତ ଗୁରୁତ୍ବ ଦେଇ ସେମାନଙ୍କ ଜୀବନଧାରାକୁ ସମ୍ମାନ ଜଣାଇବା ଆବଶ୍ୟକ । ପ୍ରତ୍ୟେକ ଜୀବଜନ୍ତୁ ନିଜ ନିଜ ଧର୍ମ ପାଳନ କରି ପ୍ରକୃତିର ସାମଗ୍ରିକ କାର୍ଯ୍ୟରେ ସହଯୋଗ କରିଆସୁଥିବା ଯୋଗୁଁ ଆମ ଚାରିପଟେ ଥିବା ବୃକ୍ଷଲତା ଓ ଜୀବଜନ୍ତୁଙ୍କ ବିଷୟରେ ସଚେତନ ହେବା ସହିତ ସେମାନଙ୍କ ବାସସ୍ଥାନକୁ ନଷ୍ଟ କଲା ଭଳି କୌଣସି କାର୍ଯ୍ୟ ନକରିବା ମାନବର ଧର୍ମ ।"

ବିଗତ ଦିନ ତୁଳନାରେ ବର୍ତ୍ତମାନ ପାହାଡ଼ ପର୍ବତ ଓ ଜଙ୍ଗଲ ଅଞ୍ଚଳରେ ପୋଡ଼ୁ ଚାଷର ପରିମାଣ କମିଥିଲେ ହେଁ ସେଠାରେ ମମିଶ ନିଜ ପାଇଁ ବାସସ୍ଥାନ ନିର୍ମାଣ କରିବା ଦ୍ୱାରା ବନ୍ୟ ଜନ୍ତୁଙ୍କ ପାଇଁ ସ୍ଥାନ ଉପଲବ୍ଧି ହେବାରେ ଏହା କୌଣସି ମତେ ସାହାଯ୍ୟ କରିପାରିନଥିବା କୋଟସ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର କଣାଇଛନ୍ତି । ବନ୍ୟ ଜନ୍ତୁ ସପ୍ତାହ ପାଳନ ଅବସରରେ ସାଧାରଣ ଜନତାଙ୍କ ମଧ୍ୟରେ ଏହି ବିଷୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ପ୍ରଫେସର ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାରେ ବନ ବିଭାଗରେ କାର୍ଯ୍ୟରତ ସମସ୍ତ ରେଞ୍ଜର ଓ ଅନ୍ୟାନ୍ୟ ବନ୍ୟ କର୍ମଚାରୀ ଯୋଗ ଦେଇଥିବା ଏହି ସମାବେଶରେ ସ୍ନେକ୍‌ ହେଲ୍ପଲାଇନର ସକ୍ରିୟ ସଦସ୍ୟ ସୁଜିତ କୁମାର ମହାନ୍ତି ସାପର ପ୍ରକାର ଭେଦ ଓ ସେମାନଙ୍କ ପ୍ରତି ମନୁଷ୍ୟ ମଧ୍ୟରେ ଆବଶ୍ୟକ ହେଉଥିବା ଆଚରଣରେ ପରିବର୍ତ୍ତନ ସମ୍ପର୍କରେ ଏକ ଭିଡିଓ ପ୍ରଦର୍ଶନ କରିବା ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ ।

ଏହା ବି ପଢନ୍ତୁ...ରାମୋଜୀ ଫିଲ୍ମସିଟିରେ ବୃକ୍ଷରୋପଣ କଲେ କୋରାପୁଟର ଟ୍ରି ମ୍ୟାନ

ବନ୍ୟଜନ୍ତୁ ସଂରକ୍ଷଣ ସପ୍ତାହ ପାଳନ ଅବସରରେ ବନ୍ୟ ଜନ୍ତୁ ସଂରକ୍ଷଣ ଦିଗରେ ଅଭୂତପୂର୍ବ କାର୍ଯ୍ୟ କରିଥିବା ଯୋଗୁଁ କୋରାପୁଟ ଜିଲ୍ଲାର ଦୁଇଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଲକ୍ଷ୍ମଣ ନାୟକ ଏବଂ ଡମ୍ବରୁଧର ମାଝୀଙ୍କୁ ଜଙ୍ଗଲ ବିଭାଗ ଦ୍ଵାରା ବିଜୁ ପଟ୍ଟନାୟକ ସମ୍ମାନରେ ସମ୍ମାନିତ କରି 5 ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ କୋରାପୁଟ ଡିଏଫଓ କେ.ଭି ଭାସ୍କର ରାଓ ଜୟପୁର ଡିଏଫଓ ପ୍ରତାପ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.