ETV Bharat / state

ଜନକଲ୍ୟାଣ ଅଭିଯାନ ପାଇଁ ତାଲିମ ଶିବିର ଆୟୋଜିତ

author img

By

Published : Mar 11, 2020, 9:46 PM IST

'ଜନଗଣନାରୁ ଜନକଲ୍ୟାଣ' ଅଭିଯାନ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଆହୁରି ପଢନ୍ତୁ...

District level Training of census functionaries
ଜନକଲ୍ୟାଣ ଅଭିଯାନ ପାଇଁ ତାଲିମ ଶିବିର ଆୟୋଜିତ

କୋରାପୁଟ: ଚଳିତ ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେଉଥିବା 'ଜନଗଣନାରୁ ଜନକଲ୍ୟାଣ' ଅଭିଯାନ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଭାରତ ବର୍ଷରେ 1872ରୁ ଆରମ୍ଭ ହୋଇଥିବା ଜନଗଣନା ଚଳିତ ବର୍ଷ 16ତମ ସୋପାନରେ ପହଁଚିଥିବା 2021ର ଜନଗଣନା ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଜଣାଇଛନ୍ତି ।

ଜନକଲ୍ୟାଣ ଅଭିଯାନ ପାଇଁ ତାଲିମ ଶିବିର ଆୟୋଜିତ

ପ୍ରଥମ ପର୍ଯ୍ୟାୟରେ ଏପ୍ରିଲରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏନପିଆର ପାଇଁ କାର୍ଯ୍ୟ କରାଯିବା ବେଳେ ଆସନ୍ତାବର୍ଷ ଫେବୃଆରୀ ମାସରୁ ପପୁଲେସନ ଏନ୍ୟୁମରେସନ କରାଯିବ ବୋଲି ସେ ଜଣାଇଛନ୍ତି । ପ୍ରତିଥର ଭଳି କାଗଜରେ ପ୍ରସ୍ତୁତ ଫର୍ମାଟରେ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ 2021 ସେନସସ ଗଣନା ପାଇଁ ମୋବାଇଲରେ ଦିଆଯାଇଥିବା ସ୍ୱତନ୍ତ୍ର ଆପ୍ ଯୋଗେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ ।

ଆଜିର ଏହି ତାଲିମ ଶିବିରରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଉପଖଣ୍ଡ ଓ ବ୍ଲକରେ ଜନଗଣନାର କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଦାୟିତ୍ୱ ନେଇଥିବା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

କୋରାପୁଟରୁ ସି.ଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.