ETV Bharat / state

କୋରାପୁଟ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ - କୋରାପୁଟ ସୀମାରେ ଆନ୍ଧ୍ରର ଅନୁପ୍ରବେଶ

କୋରାପୁଟ ସୀମାରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ତଥା ରାଜନୈତିକ ନେତୃବୃନ୍ଦ ମହଲରେ ତୀବ୍ର ଅସନ୍ତୋଷ । ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ କୋରାପୁଟ ସାଂସଦ । ଅଧିକ ପଢନ୍ତୁ...

କୋରାପୁଟ ମାଟି ଉପରେ ଆନ୍ଧ୍ରର ଲୋଲୁପ ଆଖି, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

author img

By

Published : Nov 18, 2020, 10:09 AM IST

କୋରାପୁଟ: କୋରାପୁଟ ଆନ୍ଧ୍ର ସୀମା ବିବାଦରେ ବଢୁଛି ଅସନ୍ତୋଷ । ରାଜ୍ୟର ମୁଖ୍ୟମନ୍ତ୍ରୀ ଗତ ସାତ ମାସ ଧରି ଘରୁ ବାହାରି ନାହାନ୍ତି । ଜିଲ୍ଲା ପ୍ରଶାସନ ବି ଶୋଇ ରହିଛି । ଏହାର ସୁଯୋଗ ନେଇ କୋରାପୁଟ ଜିଲ୍ଲାର ସୀମାନ୍ତରେ ପଡୋଶୀ ଆନ୍ଧ୍ରପ୍ରଦେଶର ଦୌରାତ୍ମ୍ୟ ବୃଦ୍ଧି ପାଇଛି ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲକା କ୍ଷୋଭ ପ୍ରକାଶ କରିଛନ୍ତି ।

କୋରାପୁଟ ମାଟି ଉପରେ ଆନ୍ଧ୍ରର ଲୋଲୁପ ଆଖି, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର ସୀମାରେ ଅନୁପ୍ରବେଶ ଜାରି ରହିଛି । ପ୍ରଥମେ ନନ୍ଦପୁର ବ୍ଲକର ସୀମା ନିକଟରେ ଥିବା ବୋରା ମୁଠାକୁ ଅକ୍ତିଆର କରି ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ବ୍ୟବହାର କରି ଆନ୍ଧ୍ରପ୍ରଦେଶ ଲାଭବାନ ହେବା ପରେ ଆନ୍ଧ୍ର ସରକାରଙ୍କ ତରଫରୁ କୋଟିଆ ଗ୍ରାମପୁଞ୍ଜ, ନାରାୟଣପାଟଣା ବ୍ଲକର ଲଙ୍ଗଳବେଡା ପଞ୍ଚାୟତକୁ ଲାଗିଥିବା ସୀମା ଓ ପଟଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୁନାବେଡା ଗ୍ରାମରେ ଓଡିଶା ସୀମାକୁ ଆସି ଜମି ଅକ୍ତିଆର କରିବା, ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିବା ଓ ଲୋଭନୀୟ ପ୍ୟାକେଜ ଦେଇ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।

ହେଲେ ଓଡିଶା ସରକାର ଏହି ସୀମା ବିବାଦରେ କୌଣସି ଠୋସ ପ୍ରତିକ୍ରିୟା ପ୍ରଦର୍ଶନ କରୁ ନଥିବା ଯୋଗୁଁ ଆନ୍ଧ୍ରର ଉପଦ୍ରବ ବୃଦ୍ଧି ପାଉଥିବା ନେଇ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କ୍ଷୋଭ ପ୍ରକାଶ କରିଛନ୍ତି । ଅନେକ ଦିନର ନୀରବତା ପରେ କୋଟିଆରେ ପୁଣିଥରେ ଆନ୍ଧ୍ରପ୍ରଦେଶ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ତଳ ଗଞ୍ଜେଇପଦ ଠାରେ ଏକ ପୋଖରୀ ଖନନ ଆରମ୍ଭ କରିବା ପରେ ଏନେଇ ଜିଲ୍ଲାର ବୁଦ୍ଧିଜୀବୀ ତଥା ରାଜନୈତିକ ନେତୃବୃନ୍ଦ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାର ତୁରନ୍ତ ସମାଧାନ ପାଇଁ ଓଡିଶା ସରକାର ତତ୍ପର ହେବା ଦରକାର ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ଆବଶ୍ୟକ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯାଉଥିବା କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.