ETV Bharat / state

ପରିତ୍ୟକ୍ତ ଅବସ୍ଥାରେ ଦିବ୍ୟାଙ୍ଗ ମା’ ଓ ନବଜାତ ଶିଶୁ ଉଦ୍ଧାର - ଶିଶୁ

ଘଟଣାଟି ହେଉଛି ଲମତାପୁଟ ବ୍ଲକ ଅନ୍ତର୍ଗତ ତୁସୁବା ପଞ୍ଚାୟତ ଅଡିପଡା ଗ୍ରାମର । ଯେଉଁଠାରେ ଜଣେ ଦିବ୍ୟାଙ୍ଗ ଅବିବାହିତା ଗର୍ଭବତୀଙ୍କୁ ବାସନ୍ଦ କରିଛନ୍ତି ଉଭୟ ପରିବାର ଓ ଗାଁ ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Apr 25, 2019, 6:18 AM IST

କୋରାପୁଟ: ଛୁଆଁଅଛୁଆଁ ଭେଦଭାବକୁ ନେଇ ସମାଜରେ ଅନେକ ସଚେତନତା ବାର୍ତ୍ତା ବଣ୍ଟାଯାଉଥିବା ବେଳେ ବାସ୍ତବରେ କିନ୍ତୁ ଦେଖିବାକୁ ମିଳୁଛି ଏହାର ନଗ୍ନ ଉଦାହରଣ । ଘଟଣାଟି ହେଉଛି ଲମତାପୁଟ ବ୍ଲକ ଅନ୍ତର୍ଗତ ତୁସୁବା ପଞ୍ଚାୟତ ଅଡିପଡା ଗ୍ରାମର । ଯେଉଁଠାରେ ଜଣେ ଦିବ୍ୟାଙ୍ଗ ଅବିବାହିତା ଗର୍ଭବତୀଙ୍କୁ ବାସନ୍ଦ କରିଛନ୍ତି ଉଭୟ ପରିବାର ଓ ଗାଁ ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୂଚନା ଅନୁଯାୟୀ ଦିବ୍ୟାଙ୍ଗ ଜଣଙ୍କ ମାନସିକ ଭାବେ ଅନଗ୍ରସର ହେବା ସହ ବିବାହ ପୂର୍ବରୁ ଗର୍ଭବତୀ ହେବାରୁ ଘର ଲୋକେ ତାଙ୍କୁ ତଡି ଦେଇଥିଲେ । ଏଥିସହ ଗାଁ ଲୋକେ ମଧ୍ୟ ରହିବାକୁ ଆଶ୍ରୟ ଟିକେ ନଦେବାରୁ ବାଧ୍ୟ ହୋଇ ଗାଁ ମୁଣ୍ଡରେ ଥିବା ଅଳିଆଗଦାରେ ଅତି ଅସ୍ବାସ୍ଥ୍ୟକର ପରିବେଶରେ ସେ ଏକ ପୁତ୍ର ସନ୍ତାନକୁ ପ୍ରସବ କରିଛନ୍ତି ।

ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଓ ସଖୀର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି । ଏଥିସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଆଇସିୟୁରେ ଶିଶୁଟିକୁ ଭର୍ତ୍ତି କରାଯାଇ ମା’କୁ ସ୍ବତନ୍ତ୍ର ଚିକିତ୍ସା ପ୍ରଦାନ କରାଯାଉଛି ।

ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଜଣାଇଥିବା ବେଳେ ସୁସ୍ଥ ହେଲେ ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରିଯିବ ବୋଲି ସୂଚନା ଦେଇଛନ୍ତି ରାଜଶ୍ରୀ ଦାସ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.