ETV Bharat / state

ଓଡ଼ିଆ ଭାଷା ଓ ସଂସ୍କୃତିର ବାର୍ତ୍ତାବହ କୋଟିଆ ରଥଯାତ୍ରା - କୋଟିଆରେ ପାଳିତ ହେଲା ରଥଯାତ୍ରା

କୋଟିଆରେ ସମ୍ପର୍ଣ୍ଣ ହେଲା ରଥଯାତ୍ରା । ମହିଳା ଟାଣିଲେ ରଥ ଦୌଡ଼ି । ଅଧିକ ପଢ଼ନ୍ତୁ

ଓଡ଼ିଆ ଭାଷା ଓ ସଂସ୍କୃତିର ବାର୍ତ୍ତାବହ କୋଟିଆ ରଥଯାତ୍ରା

author img

By

Published : Jul 2, 2022, 11:04 PM IST

କାେରାପୁଟ : ଗତକାଲି ଶ୍ରୀକ୍ଷେତ୍ର ସମେତ ବହୁ ସ୍ଥାନରେ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଆଜି କୋରାପୁଟ ଜିଲ୍ଲା କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମେଘାଚ୍ଛନ୍ନ ଆକାଶ ତଳେ କୋଟିଆ ଅଞ୍ଚଳର ବହୁ ଆଦିବାସୀ ସଂପ୍ରଦାୟର ଆବାଳ ବୃଦ୍ଧ ବନିତା କୋଟିଆରେ ପହଞ୍ଚି ଏହି ଯାତ୍ରାରେ ଯୋଗ ଦେଇଥିଲେ ।

ଦୀର୍ଘ କୋଡିଏ ବର୍ଷ ପୂର୍ବେ କୋରାପୁଟର ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରଚାଳନା କମିଟି ଆନୁକୂଲ୍ୟରେ କୋଟିଆରେ ରଥଯାତ୍ରା ଆରମ୍ଭ ହୋଇଥିଲା । ତତ୍କାଳୀନ ଜିଲ୍ଲା ପ୍ରଶାସକଙ୍କ ସକ୍ରିୟ ସହଯୋଗରେ ସୀମାନ୍ତ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ କୋଟିଆ ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାର ପ୍ରୟୋଗଶାଳା ଭାବେ ପରିଚିତ ଥିବା ଏହି ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ଆଦର ବୃଦ୍ଧି କରିବାରେ ଏହି ଯାତ୍ରା ସହାୟକ ହୋଇପାରିଛି ।

ଓଡ଼ିଆ ଭାଷା ଓ ସଂସ୍କୃତିର ବାର୍ତ୍ତାବହ କୋଟିଆ ରଥଯାତ୍ରା

ରଥ ଟଣା ସମୟରେ ଗୋଟିଏ ଦଉଡ଼ି ପୁରୁଷ ପାଇଁ ଓ ଅନ୍ୟ ଦଉଡ଼ିଟି କେବଳ ମହିଳାଙ୍କ ପାଇଁ ଦିଆଯାଇଥିବା ଯୋଗୁଁ ମହିଳାମାନେ ଅଧିକ ସଂଖ୍ୟାରେ ରଥ ଟାଣିବାର ଆନନ୍ଦ ନେଇପାରିଥିବା ମହିଳା ଭକ୍ତ ମାନେ ମତବ୍ୟକ୍ତ କରିଛନ୍ତି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ କୋରାପୁଟ ଓ ପଟ୍ଟାଙ୍ଗିର ବହୁ ନେତୃସ୍ଥାନୀୟ ବ୍ୟକ୍ତି, ପଟ୍ଟାଙ୍ଗି ପଞ୍ଚାୟତ ସମିତିର କର୍ମକର୍ତ୍ତା, ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ସହ ଯୋଗଦେଇ ଯାତ୍ରାକୁ ସଫଳ କରିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.