ETV Bharat / state

ଦେଓମାଳି ହେବ ରାଜ୍ୟର ୱେଡିଂ ଡେଷ୍ଟିନେସନ ! ଆକୃଷ୍ଟ ହେବେ ପର୍ଯ୍ୟଟକ

author img

By

Published : Feb 25, 2023, 10:39 PM IST

ଓଡ଼ିଶାବାସୀଙ୍କ ପାଇଁ ଡେଷ୍ଟିନେସନ ୱେଡିଂର ସୁବିଧା ଆଣିପାରେ ରାଜ୍ୟ ପର୍ଯ୍ୟଟନ ବିଭାଗ । କୋରାପୁଟର ଦେଓମାଳି ପର୍ବତ ଶିଖରକୁ ଓଡ଼ିଶାର ୱେଡିଂ ଡେଷ୍ଟିନେସନ ଭାବେ ପ୍ରସ୍ତୁତ କରାଯିବ । ଅଧିକ ପଢ଼ନ୍ତୁ

deomali to be a destination wedding
deomali to be a destination wedding
ଦେଓମାଳି ହେବ ରାଜ୍ୟର ୱେଡିଂ ଡେଷ୍ଟିନେସନ

କୋରାପୁଟ: ଆଜିକାଲି ଡେଷ୍ଟିନେସନ ୱେଡିଂ ଟ୍ରେଣ୍ଡରେ ରହିଛି । ନିର୍ଦ୍ଦିଷ୍ଟ ସ୍ଥାନ ଚୟନ କରି ବିଶାଳ ବୈଶନ୍ୟ ଭାବେ ବିବାହ କରିବାକୁ ଚାହୁଁଛନ୍ତି ଆଜିର ଯୁବପିଢି । ପୂର୍ବରୁ ଡେଷ୍ଟିନେସନ ୱେଡିଂ ପାଇଂ ଯୋଧପୁର, ଜୟପୁର, ଗୋଆ ଭଳି ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଥିଲା । ମାତ୍ର ଏହି ସବୁ ସ୍ଥାନ ଗୁଡ଼ିକରେ ଅଧିକ ଖର୍ଚ୍ଚାନ୍ତ ପାଇଁ ଆଗ୍ରହ ଥିଲେ ସୁଦ୍ଧା ଲୋକେ ପଛଘୁଞ୍ଚା ଦେଇଥାନ୍ତି । ତେବେ ବର୍ତ୍ତମାନ ଓଡ଼ିଶାବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି । ରାଜସ୍ଥାନ ଭଳି ଓଡ଼ିଶାରେ ମଧ୍ୟ ହୋଇପାରେ ଡେଷ୍ଟିନେସନ ୱେଡିଂ ।

କୋରାପୁଟ ସ୍ଥିତ ଦେଓମାଳି ପର୍ବତ ଶିଖରକୁ ଓଡ଼ିଶାର ୱେଡିଂ ଡେଷ୍ଟିନେସନ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା କରାଯାଉଛି । ରାଜସ୍ଥାନ, ଗୋଆ ଭଳି ଓଡ଼ିଶାରେ ବି ଡେଷ୍ଟିନେସନ ୱେଡିଂ ପାଇଁ କ୍ଷେତ୍ର ପ୍ରସ୍ତତ ହେବ । ପର୍ବତ ଶିଖର ଉପରେ ମେଘମାଳ ଭିତରେ ବିବାହ କରିବାର ସୁଯୋଗ ପାଇବେ ଲୋକେ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଯୋଜନା କରାଯିବ ବୋଲି କୁହାଯାଉଛି । ଏନେଇ କୋରାପୁଟ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଆମ ରିପୋର୍ଟର ପ୍ରଶ୍ନ କରିଥିଲେ ମଧ୍ୟ ସେ କୌଣସି ସ୍ପଷ୍ଟିକରଣ ଦେଇନାହିଁନ୍ତି ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇ କହିଛନ୍ତି, "କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ଯେଉଁଭଳି ଭାବେ ବିକାଶ ଘଟୁଛି, ଭବିଷ୍ୟତରେ ଏହି ଅଞ୍ଚଳ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ । ଜୟପୁର ବିମାନ ବନ୍ଦରର ବିସ୍ତାର ପାଇଁ ଆବଶ୍ୟକୀୟ ପରିମାଣର ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଛି । ଅତି ଶୀଘ୍ର ଦ୍ଵିତୀୟ ବିମାନ ଚଳାଚଳ ପାଇଁ ବିମାନ ଚଲାଉଥିବା କମ୍ପାନୀ ସହମତି ପ୍ରକାଶ କରିଛନ୍ତି । "

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କୋରାପୁଟ ଗସ୍ତରେ ଆସି ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ସମସ୍ତ କାର୍ଯ୍ୟ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ସମାପ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି । କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵରର ସର୍ବାଙ୍ଗୀନ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଥିବା ବେଳେ ସେଠାକୁ ଯାଇ ରାସ୍ତା, ଜଳ ଯୋଗାଣ, ପାହାଚ ନିର୍ମାଣ ପ୍ରଭୃତିର ତଦାରଖ କରିଥିଲେ । କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଅପର କୋଲାବରେ ଜଳଭଣ୍ଡାରକୁ ନେଇ ପର୍ଯ୍ୟଟନର ସ୍ବତନ୍ତ୍ର ଯୋଜନା କରାଯାଇଛି । ଜଳାଶୟରେ ଜେଟି ସହ ମଟର ନୌକା ବିହାରର ସୁବିଧା ସୃଷ୍ଟି କରାଯାଉଥିବା ସେ ଜଣାଇଛନ୍ତି ।

କୋରାପୁଟ ଦେଇ ଯିବାକୁ ଥିବା ବାଇପାସ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଯାଇଛି ଓ ସ୍ଵଳ୍ପ ଦିନରେ ତାର କାର୍ଯ୍ୟ ଆରମ୍ଭ ହୋଇଯିବ । ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଯାଉଥିବା ଭାରତମାଳା ସଡକର କାର୍ଯ୍ୟ ମଧ୍ୟ ଦ୍ରୁତଗତିରେ ଚାଲିଛି ଓ ଏହି ସଡକ କୋରାପୁଟ ଜିଲ୍ଲାର ପର୍ଯ୍ୟଟନର ବିକାଶ ଦିଗରେ ଅଭୂତପୂର୍ବ ଯୋଗଦାନ କରିବ ବୋଲି ସୁରେଶ ମହାପାତ୍ର କହିଛନ୍ତି । ଅପରପକ୍ଷେ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ଦେଓମାଳିରେ ବନ ବିଭାଗ ଦ୍ଵାରା କଟେଜ ନିର୍ମାଣ କରିବା ସହ କୋଟିଆରେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଉଛି । କୋଟିଆର ଝାଡୁ ସମଗ୍ର ପଞ୍ଚାୟତରେ ଚାଷ କରିବା ସହ ଷ୍ଟ୍ରବେରୀ ଚାଷକୁ ମଧ୍ୟ ବ୍ୟାପକ କରାଯିବ ବୋଲି ସୁରେଶ ମହାପାତ୍ର ଜଣାଇଛନ୍ତି ।

ଇଟିିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.