ETV Bharat / state

ଆଦିବାସୀ ମାନ୍ୟତା ଦାବି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର - କୋରାପୁଟ

ଏଥି ମଧ୍ୟରୁ ନଅ ଗୋଟି ଜନଜାତିକୁ ଆଦିବାସୀ ମାନ୍ୟତା ପ୍ରଦାନ କ୍ଷେତ୍ରରେ ବିଶେଷ ଭାବେ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ ମଧ୍ୟ ତାର ସୁଫଳ ମିଳିନାହିଁ । ତେଣୁ ତାର ପ୍ରତିବାଦରେ ଆଜି ବିଜେଡି କର୍ମକର୍ତ୍ତା ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦର କର୍ମକର୍ତ୍ତା କୋରାପୁଟ ସମେତ ଓଡ଼ିଶାର ନଅଟି ଆଦିବାସୀ ବହୁଳ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ମାରକ ଦେଇଛନ୍ତି । ଅଧିକ ପଢନ୍ତୁ

ଆଦିବାସୀ ମାନ୍ୟତା ଦାବି,  ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର

author img

By

Published : Dec 28, 2022, 8:41 PM IST

ଆଦିବାସୀ ମାନ୍ୟତା ଦାବି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର

କୋରାପୁଟ: କୋରାପୁଟ ଜିଲ୍ଲାର ଦୂରୁଆ ଓ ରାୟଗଡା ଜିଲ୍ଲାର ଝୋଡିଆ ଜନଜାତି କୁ ସରକାରୀ ଭାବେ ଆଦିବାସୀ ମାନ୍ୟତା ଦେବା ପାଇଁ ଅନେକ ଦିନର ଦାବିକୁ ସରକାର ଗ୍ରହଣ କଲେ ନାହିଁ । 160 ଟି ସମ୍ପ୍ରଦାୟକୁ ଆଦିବାସୀ ଜନଜାତି ର ମାନ୍ୟତା ପାଇଁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି । ଏଦିଗରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନଥିବା କୋରାପୁଟ ଗସ୍ତରେ ଆସିଥିବା ରାଜ୍ୟ ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ କହିଛନ୍ତି ।

ଏଥି ମଧ୍ୟରୁ ନଅ ଗୋଟି ଜନଜାତିକୁ ଆଦିବାସୀ ମାନ୍ୟତା ପ୍ରଦାନ କ୍ଷେତ୍ରରେ ବିଶେଷ ଭାବେ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ ମଧ୍ୟ ତାର ସୁଫଳ ମିଳିନାହିଁ । ତେଣୁ ତାର ପ୍ରତିବାଦରେ ଆଜି ବିଜେଡି କର୍ମକର୍ତ୍ତା ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦର କର୍ମକର୍ତ୍ତା କୋରାପୁଟ ସମେତ ଓଡ଼ିଶାର ନଅଟି ଆଦିବାସୀ ବହୁଳ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ମାରକ ଦେଇଛନ୍ତି ।

ଅନ୍ୟ ଆଦିବାସୀ ଜନଜାତିର ଲୋକଙ୍କ ଭଳି ସ୍ଵାଧୀନତା ପୂର୍ବରୁ ଓଡ଼ିଶାର ଅନେକ ଜନଜାତି ଆଦିବାସୀ ଙ୍କ ଭଳି ସମାନ ସୁଯୋଗ ସୁବିଧା ପାଇଆସୁଥିଲେ । ସ୍ଵାଧୀନତା ପରେ ଅନ୍ୟାନ୍ୟ ରାଜ୍ୟ ଯଥାରୀତି ପୂର୍ବବତ ସେମାନଙ୍କୁ ଆଦିବାସୀ ମାନ୍ୟତା ଦେଇଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖାଦେଇଛି ବୋଲି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ତେବେ ସମସ୍ତ ଆଦିବାସୀଙ୍କ ସାମଗ୍ରିକ ବିକାଶ ଦିଗରେ ସ୍ବତନ୍ତ୍ର ବିକାଶ ପରିଷଦ କାର୍ଯ୍ୟ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.