ETV Bharat / state

ରାଜ୍ୟର ସର୍ବ ପୁରାତନ ଚିତ୍ରକଳା ଅନୁଷ୍ଠାନରେ ଖୋଲିଲା ଡିଗ୍ରୀ କୋର୍ସ

author img

By

Published : Nov 10, 2022, 3:43 PM IST

ରାଜ୍ୟର ସର୍ବ ପୁରାତନ ଚିତ୍ରକଳା ଅନୁଷ୍ଠାନରେ ଖୋଲିଲା ଡିଗ୍ରୀ କୋର୍ସ । କୋରାପୁଟ ଜିଲ୍ଲା ଜୟପୁରରେ ଥିବା ରାଜ୍ୟର ସର୍ବ ପୁରାତନ ଚିତ୍ରକଳା ଅନୁଷ୍ଠାନରେ ଖୋଲିଛି ଡିଗ୍ରୀ କୋର୍ସ । ଏ ନେଇ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିିଳିଛି । ଅଧିକ ପଢନ୍ତୁ

ରାଜ୍ୟର ସର୍ବ ପୁରାତନ ଚିତ୍ରକଳା ଅନୁଷ୍ଠାନରେ ଖୋଲିଲା ଡିଗ୍ରୀ କୋର୍ସ
ରାଜ୍ୟର ସର୍ବ ପୁରାତନ ଚିତ୍ରକଳା ଅନୁଷ୍ଠାନରେ ଖୋଲିଲା ଡିଗ୍ରୀ କୋର୍ସ

କୋରାପୁଟ: ରାଜ୍ୟର ସର୍ବ ପୁରାତନ ଚିତ୍ରକଳା ଅନୁଷ୍ଠାନରେ ଖୋଲିଲା ଡିଗ୍ରୀ କୋର୍ସ । ଜିଲ୍ଲା ଜୟପୁରରେ ରାଜାରାଜୁଡ଼ା ଅମଳରୁ ରାଜା ବିକ୍ରମ ଦେବ ବର୍ମାଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ । ଓଡ଼ିଶାର ଏହି ସର୍ବ ପୁରାତନ ଚିତ୍ରକଳା ପ୍ରଶିକ୍ଷଣ କେନ୍ଦ୍ରରେ ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିିଛି ।

କଳା ନଗରୀ ଜୟପୁର ସମେତ କୋରାପୁଟ ଜିଲ୍ଲାର ବହୁ କଳାକାର ଏହି କଳା ବିଦ୍ୟାଳୟରେ ତାଲିମ ପାଇ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଏହି ଅନୁଷ୍ଠାନ ପ୍ରତିଷ୍ଠା ହେବାର ବହୁ ବର୍ଷ ପରେ ଖଲିକୋଟରେ ପ୍ରତିଷ୍ଠା ହୋଇଥିଲା କିନ୍ତୁ ସେଠାରେ ଡିଗ୍ରୀ କୋର୍ସ ଖୋଲିଯାଇଥିଲା ବେଳେ ଜୟପୁରରେ ଥିବା ବିକ୍ରମଦେବ ଚାରୁ ଚିତ୍ରକଳା ବିଦ୍ୟାଳୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଖୋଲା ଯାଇଥିବା ନେଇ ଅନେକ ସମୟରେ କଳାକାର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । କଳା ଓ ଶିଳ୍ପ କ୍ଷେତ୍ରରେ ଡିଗ୍ରୀ କରିବା ପାଇଁ ସୁଦୂର ଖଲିକୋଟ ଯିବାକୁ ପଡ଼ୁଥିବା ବେଳେ ବର୍ତ୍ତମାନ ଜୟପୁରରେ ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ ହେବା ଦ୍ବାରା କୋରାପୁଟ ଅଞ୍ଚଳର ଛାତ୍ରଛାତ୍ରୀ ବହୁ ପରିମାଣରେ ଲାଭବାନ ହେବେ ।

ଏହା ବି ପଢନ୍ତୁ...Millets Day: ବୌଦ୍ଧରେ ଖୋଲିଲା ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଷ୍ଟଲ୍‌

କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିତିସୁଧା ଜେନା ଆଶା କହିଛନ୍ତି ଏହା ଏକ ଭଲ ପ୍ରୟାସ । ଏହି ଅନୁଷ୍ଠାନର ଉନ୍ନତି ଘଟିଲେ କଳା ଓ ସଂସ୍କୃତିରେ ଭରପୁର କୋରାପୁଟ ସମେତ ଅବିଭକ୍ତ ଜିଲ୍ଲାର ସଉରା, ଲାଂଜିଆ ସୌରା, ଗାଦବା ,ଡଙ୍ଗରିଆ ,ବଣ୍ଡା ଜନଜାତିର କଳା ସଂସ୍କୃତି ,ବିଭବର ପରିପ୍ରକାଶ ହୋଇ ପାରିବ । ଆଞ୍ଚଳିକ କଳା ସଂସ୍କୃତିର ବିକାଶ ସହ କଳାକାରଙ୍କ ପ୍ରତିଭାର ବିକାଶ ସକାଶେ ଏହି ଚିତ୍ରକଳା କେନ୍ଦ୍ର ବେଶ ସହାୟକ ହୋଇପାରିବ ବୋଲି କହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.