ETV Bharat / state

ବାଲଡା ପର୍ବତରେ ନାଗେଶ୍ୱରୀ ଠାକୁରାଣୀଙ୍କ ଦମକ ଯାତ୍ରା, ଖଣି ଖନନ ବିରୋଧରେ ମା’ଙ୍କୁ ଗୁହାରି

author img

By

Published : Apr 15, 2023, 3:29 PM IST

ବାଲଡା ପର୍ବତରେ ନାଗେଶ୍ୱରୀ ଠାକୁରାଣୀଙ୍କ ଦମକ ଯାତ୍ରା । ଜନ ଆନ୍ଦୋଳନକୁ ସମର୍ଥନ ପାଇଁ ଗୁହାରି କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ନାଗେଶ୍ୱରୀ ଠାକୁରାଣୀଙ୍କ ଦମକ ଯାତ୍ରା
ନାଗେଶ୍ୱରୀ ଠାକୁରାଣୀଙ୍କ ଦମକ ଯାତ୍ରା
ନାଗେଶ୍ୱରୀ ଠାକୁରାଣୀଙ୍କ ଦମକ ଯାତ୍ରା

କୋରାପୁଟ: ବାଲଡା ପର୍ବତରେ ନାଗେଶ୍ୱରୀ ଠାକୁରାଣୀଙ୍କ ଦମକ ଯାତ୍ରାରେ ସାମିଲ ହେଲେ ସ୍ଥାନୀୟ ବାସିନ୍ଦା । ବାଲଡା ପର୍ବତରେ ପ୍ରସ୍ତାବିତ ଖଣି ଖନନକୁ ହେଉଥିବା ଜନ ବିରୋଧ ଅଭିଯାନରେ ସହଯୋଗ ପାଇଁ ଠାକୁରାଣୀଙ୍କ ପାଖରେ ଲୋକେ କଲେ ପ୍ରାର୍ଥନା । ଜନ ଆନ୍ଦୋଳନକୁ ସମର୍ଥନ ପାଇଁ ଗୁହାରି କରିଥବା କହିଛନ୍ତି । ପ୍ରକାଶଥାଉକି, ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପର୍ବତରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ଖଣି ଖନନକୁ ଗତ କିଛି ମାସ ଧରି ବାଲଡା, କୁଲାବିର, ଭେଜା, ବାଡେଲ ଓ ଅତଣ୍ଡା ପଞ୍ଚାୟତର ଜନ ସାଧାରଣଙ୍କ ଦ୍ୱାରା ବିରୋଧ କରାଯାଉଛି ।

ଏନେଇ ଜଣେ ଗ୍ରାମବାସୀ କହିଛନ୍ତି, "ଏହି ପାହାଡ଼ ଉପରେ ପାଖଆଖର ଆଠଟି ପଞ୍ଚାୟତବାସୀ ନିର୍ଭରଶୀଳ ଥିବା ବେଳେ ନାଗେଶ୍ୱରୀ ଠାକୁରାଣୀ ସମସ୍ତଙ୍କ ଆବଶ୍ୟକତାକୁ ସବୁବେଳେ ପୂରଣ କରି ଆସିଛନ୍ତି । ପାହାଡ ମଧ୍ୟରୁ କନ୍ଦା, ଫୁଲ, ଫଳ ମୂଳ ପ୍ରଭୃତି ସଂଗ୍ରହ କରି ଲୋକେ ଜୀବନ ଅତିବାହିତ କରୁଥିବା ବେଳେ ତଳ ମୁଣ୍ଡରେ ଲୋକେ ଚାଷବାସ କରି ଚଳୁଛନ୍ତି । ତେଣୁ ମା ନାଗେଶ୍ୱରୀ ଲୋକଙ୍କ ଏହି ସମସ୍ତ ଆବଶ୍ୟକତା କୁ ଭଲ ଭାବେ ଜାଣିଥିବା ଯୋଗୁଁ ସରକାରଙ୍କ ଅପେକ୍ଷା ମା ନାଗେଶ୍ୱରୀଙ୍କ ଉପରେ ଅଧିକ ଭରସା ରହିଛି ।"

ପାହାଡଟି ର ଉପର ଭାଗରେ ଅନେକ ଛୋଟ ବଡ ଗୁମ୍ଫା ଥିବା ସହ ଏକ ବିରାଟ ଜଳାଶୟ ମଧ୍ୟ ରହିଥିବା ଯୋଗୁଁ କିଛି ବର୍ଷ ପୂର୍ବେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଏହି ପର୍ବତକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିଥିଲେ । ସେହି କ୍ରମରେ ରାଜ୍ୟ ବନ ବିଭାଗ ଦ୍ଵାରା ବୃକ୍ଷ ରୋପଣ, ଜଳାଶୟର ସୁରକ୍ଷା ପ୍ରଭୃତି କାର୍ଯ୍ୟ କରାଯାଇଥିବା ବେଳେ ପ୍ରଶାସନ ତରଫରୁ ୫ କିଲୋମିଟର ରାସ୍ତା ମଧ୍ୟ ନିର୍ମାଣ କରାଯାଉଛି । ନାଗେଶ୍ୱରୀ ଗୁମ୍ଫାରେ ମଧ୍ୟ ପ୍ରତି ବର୍ଷ ଯାତ୍ରା ଅନୁଷ୍ଠିତ ହେବା ସହ ଜନତାଙ୍କ ଆସ୍ଥା ପ୍ରତି ସମ୍ମାନ ଜଣାଇ ଗୁମ୍ଫାର ରକ୍ଷଣା ବେକ୍ଷଣ ମଧ୍ୟ କରାଯାଇଛି । ଏପରି ସ୍ଥଳେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଅଣଦେଖା କରି ଏହି ପର୍ବତରେ ବକ୍ସାଇଟ ଖଣି ଖନନ ପାଇଁ କୌଣସି କମ୍ପାନୀକୁ ଲିଜ ଦେଲେ ଏହାର ପ୍ରବଳ ବିରୋଧ କରାଯିବ ବୋଲି ସପୁଟ ଗ୍ରାମର ଜମା ଶିସା ଜଣାଇଛନ୍ତି ।

କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକରେ ଗୁପ୍ତେଶ୍ୱର ଠାରୁ ଆରମ୍ଭ କରି ଲକ୍ଷ୍ମୀପୁର ବ୍ଲକର କୁଟୁଣିପଦର, ସେମିଳିଗୁଡା ନିକଟସ୍ଥ ପାରୁଆମାଳୀ, ନନ୍ଦପୁର ବ୍ଲକ ରେ ଥିବା ବାଲ୍ମିକୀ ଆଶ୍ରମ ନିକଟସ୍ଥ ରାଜା ଗୁମ୍ଫା ଓ ବାଲ୍ଡ଼ା ନିକଟସ୍ଥ ନାଗେଶ୍ୱରି ଗୁମ୍ଫା ଭଳି ବିଶାଳକାୟ ଗୁମ୍ଫା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି । ନାଗେଶ୍ୱରୀ ଗୁମ୍ଫା ଓ ଗୁପ୍ତେଶ୍ୱର ଅଞ୍ଚଳରେ ଥିବା ଗୁମ୍ଫା ଗୁଡ଼ିକୁ ପର୍ଯ୍ୟଟକଙ୍କ ପାଇଁ ପ୍ରାକୃତିକ ଉପାୟରେ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯିବା ଦିଗରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିବା ବେଳେ ଏବେ ବାଲଡା ପାହାଡ଼ ଓ ନାଗେଶ୍ୱରୀ ଗୁମ୍ଫାର ଅସ୍ତିତ୍ୱକୁ ନଷ୍ଟ କରିବାକୁ କେମିତି ସରକାର ଚିନ୍ତା କରିପାରୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି । ଶହ ଶହ ବର୍ଷ ଧରି କେଉଁ ଅନାଦି କାଳରୁ ଏହି ଗୁମ୍ଫାରେ ମା ନାଗେଶ୍ୱରୀ ପୂଜା ପାଇ ଆସୁଥିବା ବେଳେ ଏବେ ରାସ୍ତା ନିର୍ମାଣ ହେବା ପରେ ଏହି ଦମକ ଯାତ୍ରାରେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡରୁ ଅନେକ ପର୍ଯ୍ୟଟକ ଓ ଭକ୍ତ ସାମିଲ ହେଉଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.