ETV Bharat / state

ଦୂର ହେଲା ଚିନ୍ତା: ଗାଁରେ ବସିଲା ଡାକ ମେଳା, ମିଳିବ ଡିଜିଟାଲ ସେବା

author img

By

Published : Jul 23, 2023, 1:57 PM IST

ଡାକ ବିଭାଗ ପକ୍ଷରୁ କୋରାପୁଟ ସଦର ମହକୁମା ମହାଦେଇପୁଟ ପଞ୍ଚାୟତ ଠାରେ ଏକ ଡାକ ମେଳା ଅନୁଷ୍ଠିତ । ଅଧିକ ପଢନ୍ତୁ

ଗାଁ ରେ ବସିଲା ଡାକ ମେଳା
ଗାଁ ରେ ବସିଲା ଡାକ ମେଳା
ଗାଁ ରେ ବସିଲା ଡାକ ମେଳା

କୋରାପୁଟ: କୋରାପୁଟ ଭଳି ଏକ ଆଦିବାସୀ ବହୁଳ ଅଞ୍ଚଳରେ ଖୋଲିଲା ଡାକ ସେବା । ଆଉ ମାଇଲ ମାଇଲ ବାଟ ଯାଇ ଲାଇନରେ ଠିଆ ହେବାକୁ ପଡ଼ିବନି ଗ୍ରାମବାସୀଙ୍କୁ । ହାତ ପାହାନ୍ତାରେ ମିଳିବ ସମସ୍ତ ଡିଜିଟାଲ ସେବା l ତେବେ ଲୋକ ମାନଙ୍କୁ ସୁବିଧାରେ ଡିଜିଟାଲ ସେବା ଯୋଗାଇ ଦେବା ପାଇଁ ଆଉ ପାଦେ ଆଗେଇ ଆସିଛି ଡାକ ବିଭାଗ l ଡାକ ବିଭାଗ ପକ୍ଷରୁ କୋରାପୁଟ ସଦର ମହକୁମା ମହାଦେଇପୁଟ ପଞ୍ଚାୟତ ଠାରେ ଏକ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି ।

କୋରାପୁଟ ଜିଲ୍ଲାରେ ଅନେକ ଗ୍ରାମ ରହିଛି ଯେଉଁଠି ବ୍ୟାଙ୍କ ସୁବିଧା ନାହିଁ । ହିତାଧିକାରୀମାନେ ଟିକେ କାମ ପଡିଲେ ପାହାଡ଼ ରାସ୍ତା ଦେଇ ମାଇଲ ମାଇଲ ବାଟ ଅତିକ୍ରମ କରି ସହରକୁ ଯିବାକୁ ପଡିଥାଏ l ହେଲେ କାମ ଯୋଗୁଁ ସହରକୁ ଆସି ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହୋଇ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ଆଉ ସହରକୁ ଯିବାକୁ ପଡିବନି । ଡାକ ବିଭାଗ ତରଫରୁ ଜିଲ୍ଲାର ପ୍ରତି ପଞ୍ଚାୟତରେ ଡାକ ସେବା ଯୋଗାଇ ଦିଆଯିବ । ବ୍ୟାଙ୍କିଙ୍ଗ ସୁବିଧା ଲୋକଙ୍କ ହାତ ପାହନ୍ତାରେ ଯୋଗାଇ ଦେବା ଲକ୍ଷ୍ୟ ରଖି ଡାକ ବିଭାଗ ପକ୍ଷରୁ କୋରାପୁଟ ସଦର ମହକୁମା ମହାଦେଇପୁଟ ପଞ୍ଚାୟତ ଠାରେ ଡାକ ମେଳା ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଅନଲାଇନରେ NPS ସେବା ପ୍ରଦାନ କଲା ଭାରତୀୟ ଡାକ ବିଭାଗ

ଅଧିକାରୀମାନେ ଡାକ ବିଭାଗର ବିଭିନ୍ନ ଯୋଜନା ଓ ସେବା ସମ୍ପର୍କରେ ସଚେତନତା କରାଇଥିଲେ । ଆଧାର ସେବା ସହିତ ବ୍ୟାଙ୍କିଙ୍ଗ ସେବାକୁ ଏଥିରେ ଗୁରୁତ୍ୱ ଦିଆଯିବ । ଡାକ ସେବା ଦ୍ଵାରା ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଯୋଗାଇ ଦିଆଯିବ ଆଉ ତା ସହିତ ମିନି ବ୍ୟାଙ୍କ, ଆଧାର ପାସପୋର୍ଟ, ସୁକନ୍ୟା ସମୃଦ୍ଧି ଯୋଜନା, ଭତ୍ତା ଟଙ୍କା ଉଠାଣ ଭଳି ସମସ୍ତ ଡିଜିଟାଲ ସେବା ଉପଲବ୍ଧ ରହିବ ବୋଲି ଡାକ ବିଭାଗ ତରଫରୁ ସୂଚନା ମିଳିଛି l ଯେଉଁଠି ଡାକ ସେବା ନାହିଁ ଅତିଶୀଘ୍ର ଡାକ ସେବା ଖୋଳା ଯିବ ବୋଲି ଡାକ ସେବା ଅଧିକାରୀ ପ୍ରକାଶ କରିଛନ୍ତି । ଡାକ ବିଭାଗ ହାତ ପାହାନ୍ତାରେ ଡିଜିଟାଲ ସେବା ଯୋଗାଇ ଦେଉଥିବା ଯୋଗୁଁ ଅଞ୍ଚଳବାସୀ ଡାକ ସେବା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.