କୋରାପୁଟ: କୋରୋନା କାଳରେ ଶ୍ରେଣୀଗୃହ ଠାରୁ ୱେବନାର ଓ ସଭା ସମିତି ସବୁକିଛି ଅନଲାଇନରେ ମାଧ୍ୟମରେ କରାଯାଉଛି । ଯେଉଁଥି ପାଇଁ ଏକ ସ୍ମାର୍ଟଫୋନର ଆବଶ୍ୟକତା ନିହାତି ଭାବରେ ରହିଛି । ପକେଟକୁ କଷ୍ଟ ହେଲେବି ଲୋକେ ଆବଶ୍ୟକତାକୁ ଆଖିଆଗରେ ରଖି ଯେତେବେଳେ ଦୋକାନରେ ପହଞ୍ଚି ଯାଉଛନ୍ତି ଫୋନଟିଏ ପାଇଁ, ନିଜ ଆବଶ୍ୟକ ମୁତାବକ ମୋବାଇଲ ଫୋନଟିଏ ମିଳିବା କଷ୍ଟକର ହେଉଛି ।
କରୋନା ସାଙ୍ଗକୁ ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଫଳରେ ଚୀନରୁ ନୂଆ ମୋବାଇଲ ଏବଂ ମରାମତି ସମଗ୍ରୀ ଆସି ପାରୁନାହିଁ । ଯେଉଁଥିପାଇଁ ଏହାର ପ୍ରଭାବ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ ଥିବା ମୋବାଇଲ ଦୋକାନ ଉପରେ ପଡିଛି ବୋଲି କୋରାପୁଟର କିଛି ବ୍ୟବସାୟୀ ଓ ମୋବାଇଲ ମରାମତି କରୁଥିବା ବ୍ୟକ୍ତି କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ