ETV Bharat / state

ଅଭିଶପ୍ତ ଦିବ୍ୟାଙ୍ଗ, ନାତି ପାଇଁ ବନ୍ଧା ପଡିଛି 'କଳାବତୀ'ଙ୍କ ଜୀବନ - କଳାବତୀ

ସତେ ଯେମିତି ଅଭିଶପ୍ତ ହୋଇ ପଡିଛି ଦିବ୍ୟାଙ୍ଗ ଜୀବନ । ଫଳରେ ଘର ଚଟାଣରେ ଗଡି ଗଡି ବିତୁଛି ଦିନ । ଶେଷରେ ବିନା ବାପା ମା'ରେ ଦିନ କାଟୁଥିବା ରବିଙ୍କ ପାଇଁ ସାହାରା ପାଲଟନ୍ତି 70 ବର୍ଷୀୟ ଜେଜେମା' କଳାବତୀ ବେନ୍ୟା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Feb 4, 2019, 2:09 PM IST

କୋରାପୁଟ: ରବି ବେନ୍ୟା । ବୟସ 10 ବର୍ଷ । ଏହି ବୟସରେ ଅନ୍ୟ ପିଲାମାନେ ସ୍କୁଲ ଯାଇ ପାଠ ପଢିବା ସହ ଖେଳକୁଦ କରୁଛନ୍ତି । ହେଲେ ରବିର ଭାଗ୍ୟରେ ନାହିଁ ତା'ର ପ୍ରାପ୍ୟ ଖୁସି ଟିକେ ପାଇବା । ସତେ ଯେମିତି ଅଭିଶପ୍ତ ହୋଇ ପଡିଛି ଦିବ୍ୟାଙ୍ଗ ଜୀବନ । ଫଳରେ ଘର ଚଟାଣରେ ଗଡି ଗଡି ବିତୁଛି ଦିନ । ଘଟଣାଟି ହେଉଛି କୋରାପୁଟ ବ୍ଲକ ମହାଦେଇପୁଟ ପଞ୍ଚାୟତର ପଣଶପୁଟ ଗାଁର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
undefined

ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିବାରୁ ଜନ୍ମର ପାଞ୍ଚ ବର୍ଷ ପରେ ଘର ଛାଡି ଚାଲିଯାଇଥିଲା ମା' । ଏହାପରେ ପୁଅକୁ ଚାହିଁ ଦ୍ୱିତୀୟ ଥର ହାତକୁ ଦି ହାତ ହୁଅନ୍ତି ବାପା କପିଳାଶ ବେନ୍ୟା । ହେଲେ ଘରକୁ ଆସିଥିବା ସାବତ ମା'ଙ୍କ ଅଭିଯୋଗ କ୍ରମେ ବଳାତ୍କାର ଅଭିଯୋଗ ଜେଲକୁ ଯାଆନ୍ତି କପିଳାଶ ଏବଂ ଘର ଛାଡି ଚାଲିଯାଆନ୍ତି ଦ୍ୱିତୀୟ ମା' । ଶେଷରେ ବିନା ବାପା ମା'ରେ ଦିନ କାଟୁଥିବା ରବିଙ୍କ ପାଇଁ ସାହାରା ପାଲଟନ୍ତି 70 ବର୍ଷୀୟ ଜେଜେମା' କଳାବତୀ ବେନ୍ୟା ।

ଦିବ୍ୟାଙ୍ଗ ରବି ପାଇଁ ଭିନ୍ନକ୍ଷମ ଭତ୍ତା ଓ ଜେଜେମା' କଳାବତୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିଲେ ହେଁ ଜଙ୍ଗଲରୁ କାଠ ଆଣି ପେଟ ପୋଷୁଛନ୍ତି ଉଭୟେ । ଅନ୍ୟପଟେ 3 ବର୍ଷ ହେବ ଜେଲ୍‌ରେ ଦିନ କାଟୁଥିବା ପୁଅ କପିଳାଶକୁ ଫେରାଇ ଆଣିବା ଚିନ୍ତାରେ କଳାବତୀ । ପ୍ରତିଦିନ ସକାଳୁ ଉଠିଲେ ନାତିର ଦାୟିତ୍ୱ ଓ ପୁଅର ଲେଉଟାଣି କଥା ଭାବି ଆଖିକୁ ଜକେଇ ଆସେ ଲୁହ । ତଥାପି ହସ ହସ ମୁହଁରେ ସବୁ କଷ୍ଟ ସ୍ୱୀକାର କରି ଆଗେଇ ଚାଲିଛନ୍ତି କଳାବତୀ ।

ଅନ୍ୟପଟେ କାଠ ଆଣି ଯିବା ସମୟରେ ନାତି ରବିର ଗୋଟିଏ ହାତକୁ ବାନ୍ଧି ଚଟାଣରେ ଗଡାଇ ଦେଇ ଯାଆନ୍ତି କଳାବତୀ । ତେଣେ ନାତିକୁ ଘରେ ଏକା ଛାଡିଥିବାରୁ ଭୟରେ ଫାଟି ପଡେ ଜେଜେମା'ର ଛାତି । ଆଉ ବୋଝ ଉପରେ ନଳିତା ବିଡା ପରି ପୁଅକୁ ଜେଲରୁ ମୁକୁଳାଇବା ପାଇଁ ପ୍ରତିଦିନ କୋର୍ଟ କଚେରୀ ଧାଇଁ ଥାଆନ୍ତି କଳାବତୀ । ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବାରୁ ପାଣ୍ଠିରୁ ଋଣ ନେଇ ଓକିଲଙ୍କୁ ତାଙ୍କ ଦାବି ମୁତାବକ ପାଉଣା ଦେଇଛନ୍ତି । ହେଲେ ପୁଅର ମୁକ୍ତିକୁ ନେଇ କୌଣସି ଅଗ୍ରଗତି ହୋଇ ନାହିଁ ।

ନିଜ ଖାଉଟି ପତ୍ରକୁ ମଧ୍ୟ ବନ୍ଧା ପକାଇଥିଲେ କଳାବତୀ । ବହୁ କଷ୍ଟରେ ବର୍ଶକର ପରିଶ୍ରମ ପରେ ନିଜ ଖାଉଟି ପତ୍ରକୁ ମୁକୁଳାଇବା ପରେ ନିଜ ଇଚ୍ଛା ଥିଲା ଘରଟିଏ ଥିଲେ ତାକୁ ବନ୍ଧା ପକାଇଥାଆନ୍ତେ । ହେଲେ ଝାଟିମାଟିର ଘରକୁ ବା ପଚାରେ କିଏ ? ଅନ୍ୟପଟେ ଏବେ ବି ଅପହଞ୍ଚ ହୋଇ ରହିଛି ଇନ୍ଦିରା ଆବାସ ।

undefined

ଏହି ସମୟରେ କଳାବତୀଙ୍କ ପାଇଁ ସରକାରଙ୍କ କାଳିଆ ଯୋଜନାରେ ଜମିବାଡ଼ି ନଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ଘୋଷଣା ଏକ ନୂତନ ଆନନ୍ଦ ଭରିଦେଇଥିଲା । ଏଥିସହ ନିଜ ନାଁ ତାଲିକା ଅନ୍ତର୍ଭୁକ୍ତ ଥିବା ଜାଣିବାକୁ ପାଇ କଳାବତୀ କୋରାପୁଟରେ ଥିବା ବ୍ୟାଙ୍କରେ ନିଜ ପାସବୁକ ଯାଞ୍ଚ କରାଇବା ପାଇଁ ଚାଲି ଯାଇଥିଲେ ପ୍ରାୟ ୧୦ କିଲୋମିଟର ବାଟ । ହେଲେ ଫଳ ଶୂନ । ଏତେ ଆଶା ପରେ ଖାଲି ହାତରେ ଫେରିଯିବା ଫଳରେ ତାଙ୍କ ମନ ଭିତରେ ପୁଣିଥରେ ବଢିଛି ନିରାଶା ।

ଗୋଟିଏ ପଟେ ଦଇବର କରୁଣ ରଚନା ଅନ୍ୟପଟେ ସରକାରଙ୍କ ଉଦାସୀନତା । ମଝିରେ ପେଶୀ ହେଉଛନ୍ତି ବୃଦ୍ଧା କଳାବତୀ । ଏବେ ଦେଖିବାକୁ ବାକି ରହିଲା ପୁଣି କେବେ ଫେରିବ ସରକାରଙ୍କ ପ୍ରତି ଗରିବଙ୍କ ବିଶ୍ୱାସ, କେବେ ମିଳିବ କଳାବତୀଙ୍କୁ ନ୍ୟାୟ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:Body:

'ଅଯଥାରେ ବିଜେପିକୁ ବଦନାମ କରୁଛି ଶାସକଦଳ'

ପୁରୀ:  କାଳିଆ ଯୋଜନାରେ ବିଜେପି ନେତାଙ୍କୁ ଅଯଥାରେ ଶାସକ ଦଳ ବଦନାମ କରିବାକୁ ଚେଷ୍ଟା କରୁଛି । ଏଭଳି ଅଭିଯୋଗ ଆଣିଛି ସତ୍ୟବାଦୀ ବିଜେପି । ସତ୍ୟବାଦୀ ପାନ୍ଥଶାଳାରେ ଅ।ୟୋଜିତ ସାମ୍ଵାଦିକ ସମ୍ମିଳନୀରେ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି । ସୋସିଆଲ ମିଡିଆରେ ବିଜେପି ନେତା ତଥା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ ପ୍ରକାଶ ମିଶ୍ର ଓ ତାଙ୍କ ପତ୍ନୀ ଦେବବନିତା ଆଚାର୍ଯ୍ୟଙ୍କ ନାମରେ କାଳିଆ ଅର୍ଥ ଯାଇଥିବା ମିଛ ଅପ୍ରଚାର କରାଯାଉଥିବା ଦଳ ଅଭିଯୋଗ ଆଣିଛି । 

କାଳିଆ ଯୋଜନାରେ ଅର୍ଥ ତାଙ୍କ ଆକାଉଣ୍ଟକୁ ଯାଇନି ବୋଲି ଦଳ ପକ୍ଷରୁ ସଫେଇ ଦିଆଯାଇଛି । ଏହି ସାମ୍ଵାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ଉପସଭାପତି ବିଶ୍ଵଜିତ ବଡଜେନା ଓ ସତ୍ୟବାଦୀ ମଣ୍ଡଳ ସଭାପତିଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । 

ପ୍ରକାଶ ଯେ, ଗତ କିଛିଦିନ ହେବ ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ତଥା ସତ୍ୟବାଦୀ ଅଞ୍ଚଳର  ଯୁବନେତା ଓମ ପ୍ରକାଶ ମିଶ୍ର ଓ ତାଙ୍କ ପତ୍ନୀ କାଳିଆ ଯୋଜନାରେ ଅର୍ଥ ପାଇଥିବା ନେଇ ପ୍ରଚାର ହୋଇଥିଲା। ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ନ୍ୟୁଜ୍ 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.