ETV Bharat / state

ଜୟପୁରରେ CRIME BRANCH ଟିମ, ହାଜତ ମୃତ୍ୟୁ ଘଟଣାର କରୁଛି ଖୋଳତାଡ - ପୋଲିସ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା

୨୦୧୭ ଜୟପୁର ଆକାଶ ମହୁରିଆ ହାଜତ ମୃତ୍ୟୁ ଘଟଣାର ଖୋଳତାଡ ଆରମ୍ଭ କରିଛି CRIME BRANCH । ମାମଲାର ତଦନ୍ତ ପାଇଁ ଆଜି କୋରାପୁଟରେ ପହଞ୍ଚିଛି CRIME BRANCH ଟିମ । ଅଧିକ ପଢନ୍ତୁ

ଜୟପୁର ହାଜତ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

author img

By

Published : Dec 1, 2021, 1:47 PM IST

Updated : Dec 1, 2021, 2:11 PM IST

କୋରାପୁଟ: ୨୦୧୭ ଜୟପୁର ଆକାଶ ମହୁରିଆ ହାଜତ ମୃତ୍ୟୁ ଘଟଣାର ଖୋଳତାଡ ଆରମ୍ଭ କରିଛି CRIME BRANCH । ଯାହାକୁ ପୋଲିସ ଏକ ଦୁର୍ଘଟଣା ବୋଲି କହିଥିବାବେଳେ ପରିବାର ଲୋକେ କିନ୍ତୁ ଏଥିପାଇଁ ପୋଲିସକୁ ଦାୟୀ କରିଥିଲେ । ହାଜତରେ ଆକାଶଙ୍କୁ ପୋଲିସ ହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର । ଏ ସଂକ୍ରାନ୍ତରେ ପରିବାରବର୍ଗ ଜାତୀୟ ମାନବାଧିକାର କମିଶନରଙ୍କ ଦ୍ବାରସ୍ଥ ହୋଇଥିଲେ । ବର୍ତ୍ତମାନ କମିଶନର ହସ୍ତକ୍ଷେପ ପରେ ଏହି ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ଦିଆଯାଇଛି ।

ଜୟପୁରରେ CRIME BRANCH ଟିମ, ହାଜତ ମୃତ୍ୟୁ ଘଟଣାର କରୁଛି ଖୋଳତାଡ

ଜୟପୁର ଟାଉନ ଥାନାର ପୂର୍ବତନ ଥାନାଧିକାରୀ ତପନ ନାରାୟଣ ରଥ, ପୂର୍ବତନ ସବଇନ୍ସପେକ୍ଟର ଶିବ ପ୍ରସାଦ ସାହୁ, ରାଜେଶ ବଳିଆରସିଂ ଏବଂ ତତକାଳୀନ SDPO ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ବିରୁଦ୍ଧରେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତିକୁ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ ଆରମ୍ଭ କରିଛି । ଆକାଶ ମହୁରିଆଙ୍କୁ ହତ୍ୟା କରି ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପରିବାର ବର୍ଗ ଅଭିଯୋଗ କରିଥିବା ବେଳେ ଆକାଶ ନାମରେ ୧୪ଟି ଅପରାଧିକ ମାମଲା ରହିଥିବାବେଳେ ତାକୁ ଧରିବା ପାଇଁ ପୋଲିସ ଗୋଡାଇବା ବେଳେ ବାଇକରୁ ପଡି ତା ମୃତ୍ୟୁ ଘଟିଥିବା ତଦନ୍ତ ବେଳେ ପୋଲିସ କହିଥିଲା ।

ତେବେ ଏ ସଂକ୍ରାନ୍ତରେ ତଦନ୍ତ କରିବା ପାଇଁ ଚାରିଦିନ ପୂର୍ବେ ଭୁବନେଶ୍ବରରୁ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଆକାଶର ଘରକୁ ଆସି ପଚରାଉଚୁରା କରିଥିବା ଆକାଶର ଭଉଣୀ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Dec 1, 2021, 2:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.