ETV Bharat / state

କୋଟିଆରେ ଘରକୁ ଘର ବୁଲିଲା CPM - cpm visits house to house in kotia

କୋଟିଆ ଅଞ୍ଚଳର ସମସ୍ତ ଗ୍ରାମ ସିଡ୍ୟୁଲ ଅଞ୍ଚଳ ହୋଇଥିବା ଯୋଗୁଁ ଆଦିବାସୀମାନେ ହିଁ ଏହି ଅଞ୍ଚଳର ପ୍ରକୃତ ମାଲିକ ହୋଇଥିଲେ ବି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ ଯୋଗୁଁ ସେମାନେ ପେଶି ହୋଇଯାଉଛନ୍ତି ବୋଲି ସିପିଏମର ସାଲୁର ମଣ୍ଡଳମର ବରିଷ୍ଠ ସଦସ୍ୟ ଚିନ୍ତା ଯୋଗାୟା ଏହା କହିଛନ୍ତି । ଅଧିକ ପଢନ୍ତୁ

CPM house-to-house visits in Kotia panchayat
କୋଟିଆ ପଂଚାୟତରେ ସିପିଏମ ର ଘରକୁ ଘର ପରିଦର୍ଶନ
author img

By

Published : Jun 15, 2022, 1:52 PM IST

କୋରାପୁଟ: ଘରେ ଘରେ ସିପିଏମ ନାମକ ସ୍ବତନ୍ତ୍ର ଅଭିଯାନ । କୋଟିଆ ଅଞ୍ଚଳର ସମସ୍ତ ଗ୍ରାମ ଅନୁସୂଚିତ ଜାତିଙ୍କୁ ନେଇ ହୋଇଥିବା ଯୋଗୁଁ ଆଦିବାସୀମାନେ ସେହି ଅଞ୍ଚଳର ପ୍ରକୃତ ମାଲିକ । କିନ୍ତୁ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ ଯୋଗୁଁ ସେମାନେ ପେଶି ହୋଇଯାଉଥିବା ନେଇ ସିପିଏମର ସାଲୁର ମଣ୍ଡଳମର ବରିଷ୍ଠ ସଦସ୍ୟ ଚିନ୍ତା ଯୋଗାୟା କହିଛନ୍ତି ।

କୋଟିଆ ପଂଚାୟତରେ ସିପିଏମ ର ଘରକୁ ଘର ପରିଦର୍ଶନ

ସିପିଏମର କର୍ମକର୍ତ୍ତାମାନେ କୋଟିଆ ପଞ୍ଚାୟତର ନେରେଡିବାଳାସା ଓ ତାଡ଼ିବାଲାସାରେ ଗ୍ରାମବାସୀଙ୍କ ସହ ସାକ୍ଷାତ କରିଥିଲେ । ତା'ସହ ସେହି ଅଞ୍ଚଳର ବିକାଶ କ୍ଷେତ୍ରରେ ଦୁଇ ପଡୋଶୀ ରାଜ୍ୟର ଉଦାଶୀନତାକୁ ନିନ୍ଦା ମଧ୍ୟ କରିଥିଲେ । ଓଡିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ସୀମା ବିବାଦ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଅଗ୍ରାଧିକାର ନଦେବା ପରିତାପର ବିଷୟ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହିତ ରାଜ୍ୟ ତଥା କେନ୍ଦ୍ର ସରକାର ସେହି ଅଞ୍ଚଳ ସମସ୍ୟାର ସ୍ଥାୟୀ ସମାଧାନ ନ କଲେ ଏଠାରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଦଳ ଦୃଢୋକ୍ତି ପ୍ରକାଶ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.