ETV Bharat / state

କାନ୍ଥରେ ଚିତ୍ର ଆଙ୍କି କୋରୋନା ବାର୍ତ୍ତା ଦେଲା କୋରାପୁଟ ପୌରପାଳିକା

ଶୁକ୍ରବାର କୋରାପୁଟ ଜିଲ୍ଲାର ସର୍ବାଧିକ ଦୈନିକ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା 200କୁ ଡେଇଁ 246 ରେ ପହଞ୍ଚିଛି । ଏହି କ୍ରମ ବର୍ଦ୍ଧିଷ୍ଣୁ ଧାରାକୁ ରୋକିବା ପାଇଁ ଜନସଚେତନତାକୁ ଅସ୍ତ୍ର କରିଛି କୋରାପୁଟ ପୌରପରିଷଦ । କାନ୍ଥବାଡ଼ରେ ଏବେ କୋଭିଡର ସଚେତନତାର ବାର୍ତାକୁ ନେଇ ଚିତ୍ର ଭରି ପଡିଛି । ଅଧିକ ପଢନ୍ତୁ...

author img

By

Published : May 14, 2021, 10:09 PM IST

wallpainting
ଚିତ୍ର ମାଧ୍ୟମରେ ପୌରପାଳିକା କଲା କୋଭିଡ଼ ଜନସଚେତନତା

କୋରାପୁଟ: କୋଭିଡ଼ ସଂକ୍ରମଣର ପ୍ରଭାବ ବଢିଚାଲିଛି । ଶୁକ୍ରବାର କୋଭିଡର ଦ୍ଵିତୀୟ ଲହରୀରେ କୋରାପୁଟ ଜିଲ୍ଲାର ସର୍ବାଧିକ ଦୈନିକ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା 200କୁ ଡେଇଁ 246 ରେ ପହଞ୍ଚିଛି । ଏହି କ୍ରମ ବର୍ଦ୍ଧିଷ୍ଣୁ ଧାରାକୁ ରୋକିବା ପାଇଁ ଜନସଚେତନତାକୁ ଅସ୍ତ୍ର କରିଛି କୋରାପୁଟ ପୌରପରିଷଦ । କାନ୍ଥବାଡ଼ରେ ଏବେ କୋଭିଡର ସଚେତନତାର ବାର୍ତାକୁ ନେଇ ଚିତ୍ର ଦେଖିବାକୁ ମିଳିଛି ।

ଲକଡାଉନ ସମୟରେ କୋରାପୁଟ ସହର ଯେମିତି ଶ୍ରୀହୀନ ହୋଇପଡିଥିଲା , କାମ ନ ପାଇ ସ୍ଥାନୀୟ କଳାକାର ମଧ୍ୟ ଆର୍ଥିକ ସମସ୍ୟା ସାଙ୍ଗକୁ ନିଜ କଳାତ୍ମକ ଅଭିବ୍ୟକ୍ତିକୁ ପରିପ୍ରକାଶ କରି ନ ପାରିବାର ମାନସିକ ବ୍ୟଥାକୁ ନେଇ ସେତିକି ମର୍ମାହତ ହୋଇ ରହିଥିଲେ । ତେବେ ପୌରପାଳିକାର ଏପରି ଯୋଜନାରେ କୋରାପୁଟ ସହର ତଥା କଳାକାରଙ୍କ ଭିତରେ ଆନନ୍ଦର ଲହଡି ଖେଳାଇ ଦେଇଛି । ସହରବାସୀ ତଥା ସହରକୁ ଆସୁଥିବା ଗାଁ ଗଣ୍ଡାର ଲୋକେ ଏହି ଚିତ୍ର ମାଧ୍ୟମରେ କୋଭିଡ଼ ସମ୍ପର୍କରେ ସଚେତନ ହେବା ସହ ପରିବେଶକୁ ସନ୍ତୁଳିତ କରିବା ଦିଗରେ ସେମାନଙ୍କ ଦାୟିତ୍ବ ସମ୍ପର୍କରେ ସଚେତନ କରିବାରେ ମଧ୍ୟ ଏହି କାନ୍ଥଚିତ୍ର ସହଯୋଗ କରିବ ବୋଲି ପୌର ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ କହିଛନ୍ତି।

ଏହି କାନ୍ଥଚିତ୍ର ମାଧ୍ୟମରେ ବିଭିନ୍ନ ସାମାଜିକ ବାର୍ତା ଦିଆଯାଉଥିବା ବେଳେ କୋରାପୁଟର ଗାଁ ଗଣ୍ଡାରେ ଆଦିବାସୀଙ୍କ ଜୀବନ ଶୈଳୀ , ଚାଷବାସ ତଥା ନାଚ ଗୀତର ଚିତ୍ର ବେଶ ଆକର୍ଷଣ ସୃଷ୍ଟି କରିଛି । ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ଚିତ୍ରକର ଟୁବୁଲି ବେହେରା ପ୍ରକାଶ କରିଛନ୍ତି । ସହରର ସୌନ୍ଦର୍ଯ୍ୟକୁ ଏହି କାନ୍ଥଚିତ୍ର ଗୁଡିକ ବଢ଼ାଉଥିବା ବେଳେ ବାର୍ତା ପଢିପାରୁନଥିବା ଲୋକଙ୍କ ପାଇଁ ଏହି କାନ୍ଥଚିତ୍ର ଅନେକ ପରିମାଣରେ ସହାୟକ ହେବ ବୋଲି ସ୍ଥାନୀୟ ଯୁବକ ମତ ରଖିଛନ୍ତି ।

କୋରାପୁଟକୁ ସିଏଚ ଶାନ୍ତାକାର କୋରାପୁଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.