କୋରାପୁଟ: କୋଭିଡ୍ ଗାଇଡଲାଇନ ଉଲ୍ଲଙ୍ଘନ କରି ବିବାହ ଭୋଜି ଉତ୍ସବ ପାଳନ କରୁଥିବା ବେଳେ ଚଢ଼ାଉ କରିଛି ଜୟପୁର ଟାଉନ ପୋଲିସ । ଜୟପୁର ସହରର ସମ୍ବାରତୋଟା, କୁମ୍ଭାର ସାହି ଏବଂ ମାଣ୍ଡିଆ ଭଟା ଛକରେ ଚଢ଼ାଉ କରିଥିଲେ ଥାନା ଅଧିକାରୀ । କେତେକ ସ୍ଥାନରେ ଭୋଜି ଭାତ କରି କେବଳ ପ୍ୟାକେଟରେ ଘରକୁ ଦିଆଯାଉଥିବା କହି ଆୟୋଜକ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ବିଭିନ୍ନ କାରଣ କହି ଘଟଣାକୁ ଘୋଡାଇ ଦେବା ପାଇଁ ପ୍ରଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।
ତେବେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ବାହାରକୁ ଯାଇ ଭୋଜି କରିବା ଏବଂ ତା ସହିତ ଅନେକ ଲୋକମାନେ ମାସ୍କ ପିନ୍ଧିଥିବା ନ ଥିବା କାରଣରୁ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିଛି ପୋଲିସ । 3ଟି ସ୍ଥାନରୁ 20 ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜୟପୁର ଏସଟିଏଫଓ ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି ।
କୋରାପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ