କୋରାପୁଟ: ଆଜି(ଶନିବାର) ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ କୋଭିଡ ସ୍ବାବ ନମୁନା ପରୀକ୍ଷା କରୁଥିବା ଯନ୍ତ୍ର ସ୍ଥାପିତ ହୋଇଛି । ଏହି ୟୁନିଟରେ ବର୍ତ୍ତମାନ କେବଳ 6ଟି ନମୁନାର ପରୀକ୍ଷା କରାଯାଇପାରୁଥିବା ବେଳେ ଅତିଶୀଘ୍ର ଏହି ୟୁନିଟରେ ଏକ ଉଚ୍ଚ ମାନର ଯନ୍ତ୍ର ବସିବ ବୋଲି ମେଡିକାଲ କଲେଜର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ବିଶ୍ବାଳ ଜଣାଇଛନ୍ତି ।
ପ୍ରତିଦିନ କ୍ବାରନଣ୍ଟାଇନ ସେଣ୍ଟର ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ସ୍ବାବ ନମୁନା ପରୀକ୍ଷା ପାଇଁ ଆସୁଥିଲେ ହେଁ ଆଜି ଉଦ୍ଘାଟିତ ମେସିନର ଦକ୍ଷତା କମ ଥିବା ଯୋଗୁଁ ଏଠାରେ ବର୍ତ୍ତମାନ ପାଇଁ ଅତି ସମ୍ବେଦନଶୀଳ ନମୁନା ଗୁଡିକୁ ପରୀକ୍ଷା ପାଇଁ ପ୍ରଧାନ୍ୟତା ଦିଆଯିବ ଓ ଅନ୍ୟ ନମୁନା ଗୁଡିକୁ ପୂର୍ବ ଭଳି ଭୁବନେଶ୍ବରକୁ ପଠାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । ଆଜି ପ୍ରଥମ ଦିନରେ ଗୋଟିଏ ନମୁନାକୁ ପରୀକ୍ଷା କରାଯାଇ ତା ରିପୋର୍ଟ ଭୁବନେଶ୍ବର ପଠାଯାଇଥିବା ଡାକ୍ତର ବିଶ୍ବାଳ ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ