ETV Bharat / state

Municipal Poll: ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ୧୦ କାଉନସିଲର - କୋରାପୁଟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ କାଉନସିଲର

ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ କୋରାପୁଟ ପୌର ପରିଷଦରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ୧୦ କାଉନସିଲର । ଅଧିକ ପଢନ୍ତୁ

Municipal Poll: ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ୧୦ କାଉନସିଲ

author img

By

Published : Mar 14, 2022, 8:58 PM IST

କୋରାପୁଟ: ପୌର ନିର୍ବାଚନ ପାଇଁ ଆଜି(ସୋମବାର) ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ । ଏହି ଅବସରରେ କୋରାପୁଟ ପୌରପରିଷଦ ପାଇଁ ଆବେଦନ କରିଥିବା 10 ଜଣ କାଉନସିଲର ଓ ଜଣେ ଚେୟାରମ୍ୟାନ ପ୍ରାର୍ଥୀ ନିଜ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ।

Municipal Poll: ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ୧୦ କାଉନସିଲ

ବର୍ତ୍ତମାନ ପ୍ରତ୍ୟାହାର ପର୍ବ ସରିବା ପରେ କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ପଦବୀ ପାଇଁ 4 ଜଣ ପ୍ରାର୍ଥୀ ରହିଥିବାବେଳେ 80 ଜଣ କାଉନସିଲର ପଦବୀ ପାଇଁ ପ୍ରତିଯୋଗିତା କରୁଛନ୍ତି । ସେହିପରି ସୁନାବେଡ଼ା ପୌର ପରିଷଦରେ 3 ଜଣ ଚେୟାରମ୍ୟାନ ପ୍ରାର୍ଥୀ ଓ 7ଜଣ କାଉନସିଲର ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ 93 ଜଣ କାଉନସିଲର ପ୍ରାର୍ଥୀଙ୍କ ସମେତ 14 ଜଣ ଚେୟାରମ୍ୟାନ ପଦବୀ ପାଇଁ ପ୍ରାର୍ଥୀ ପ୍ରତିଯୋଗିତା କରିବା ପାଇଁ ରହିଛନ୍ତି ।

ଜୟପୁର ପୌର ପାଳିକାରେ କାଉନସିଲର ପଦବୀ ପାଇଁ 10 ଜଣ ସ୍ବାଧୀନ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବାବେଳେ ଚେୟାରମ୍ୟାନ ପଦବୀ ପାଇଁ ମଧ୍ୟ ଜଣେ ସ୍ଵାଧୀନ ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । 10 ଜଣ କାଉନସିଲର ପ୍ରାର୍ଥୀ ଏବଂ ଜଣେ ଅଧ୍ୟକ୍ଷ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପରେ 28 ଟି ୱାର୍ଡ ବିଶିଷ୍ଟ ଜୟପୁର ପୌରାଞ୍ଚଳରେ 118 ଜଣ କାଉନସିଲର ପ୍ରାର୍ଥୀ ରହିଛନ୍ତି ।

ସେହିପରି ଅଧ୍ୟକ୍ଷ ପଦ ପାଇଁ 18 ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ସୁନିଶ୍ଚିତ ହୋଇଛି । ଆସନ୍ତାକାଲି(ମଙ୍ଗଳବାର)ଠାରୁ ଜମିବ ପ୍ରଚାର ମୈଦାନ। ଅନ୍ୟପଟେ କୋଟପାଡ଼ NAC ରେ ମଧ୍ୟ 5 ଜଣ ସ୍ବାଧୀନ କାଉନସିଲର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । 13 ଟି ୱାର୍ଡରେ କାଉନସିଲର ପଦବୀ ଦୌଡ଼ରେ 43 ଜଣ ଏବଂ ଅଧ୍ୟକ୍ଷ ପଦ ପାଇଁ 5 ଜଣ ପ୍ରାର୍ଥୀ ରହିଛନ୍ତି ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.