ETV Bharat / state

ତେଜିଲା ବକେୟା ଦରମା ଦାବି, ଆନ୍ଦୋଳନରେ ଠିକା କର୍ମଚାରୀ

author img

By

Published : Sep 20, 2019, 3:18 PM IST

ଗତ ପାଞ୍ଚ ମାସ ଧରି ଦରମା ନମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଠିକା କର୍ମଚାରୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଗତ ପାଞ୍ଚ ମାସ ଧରି ଦରମା ନମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଠିକା କର୍ମଚାରୀ । ଏଠାରେ ସିକ୍ୟୁରିଟି ଓ ସଫେଇ କାର୍ଯ୍ୟରେ ଥିବା ପ୍ରାୟ 160 ଜଣ ଠିକା କର୍ମଚାରୀ ପାଞ୍ଚ ମାସର ବକେୟା ଦରମା ଦାବି କରିବା ସହ ଶୁକ୍ରବାରଠାରୁ ଆରମ୍ଭ କରିଛନ୍ତି କାର୍ଯ୍ୟବନ୍ଦ ଆନ୍ଦୋଳନ ।

ଏନେଇ ମେଡିକାଲ କଲେଜ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ବିଶ୍ବାଳଙ୍କ କହିବା ଅନୁଯାୟୀ ଏହି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥାର ଚୁକ୍ତିନାମା ଜିଲ୍ଲା ଚିକିତ୍ସାଧିକାରୀଙ୍କ ସହ ହୋଇଛି। ତେଣୁ ସେ ଏ ବିଷୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ଅତିଶୀଘ୍ର ଏ ସମସ୍ୟାର ସମାଧାନ ହେବା ନେଇ ସେ ଆଶାବାଦୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଅନ୍ୟପଟେ ଆକାଉଣ୍ଟରେ ଦରମା ଅର୍ଥ ଜମା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଠିକା କର୍ମଚାରୀ । ଫଳରେ ଶୋଚନୀୟ ହୋଇପଡିଛି ହସ୍ପିଟାଲ ଓ କଲେଜର ସୁରକ୍ଷା ବ୍ୟବସ୍ଥା ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:ଗତ ପାଂଚ ମାସ ଧରି ଦରମା ମିକିନାହିଁ । କର୍ତ୍ତୃପକ୍ଷ ବାରମ୍ବାର ଦିନ ଗଡାଉଛନ୍ତି । ତେଣୁ ବକେୟା ଦରମା ଦାବି କରି ଆଜିଠାରୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ସିକ୍ୟୁରୀଟି ଓ ସଫେଇ କାର୍ଯ୍ୟ କରୁଥିବା ୧୬୦ ଜଣ ଠିକା କର୍ମଚାରୀ ଆଜିଠାରୁ କାମବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ।Body:ମେଡିକାଲ କଲେଜ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ବିଶ୍ୱାଳଙ୍କ କହିବାନୁଯାୟୀ ଏହି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥା ର ଚୁକ୍ତିନାମା ଜିଲ୍ଲା ଚିକିତ୍ସାଧିକାରୀଙ୍କ ସହ ହୋଇଥିବା ଯୋଗୁଁ ସେ ଏହି ବିଷୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି ଓ ଅତି ଶୀଘ୍ର ଏ ସମସ୍ୟାର ସମାଧାନ ହୋଇଯିବ । ତେବେ ଏକାଉଣ୍ଟ ରେ ଦରମା ଅର୍ଥ ଜମା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ କର୍ମଚାରୀ ଦେଇଥିବା ଧମକ ଯୋଗୁଁ ହସ୍ପିଟାଲ ଓ କଲେଜରେ ସଫେଇ ଓ ସୁରକ୍ଷା ଅବସ୍ଥା ଶୋଚନୀୟ ହୋଇପଡିଛି ।Conclusion:Byte : ନିହାରିକା ଚେଟି , ଆନ୍ଦୋଳକାରୀ କର୍ମଚାରୀ
Byte : କୃଷ୍ଣଚନ୍ଦ୍ର ବିଶ୍ବାଳ , ଅଧ୍ୟକ୍ଷ , ମେଡିକାଲ କଲେଜ , କୋରାପୁଟ
..........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.