ETV Bharat / state

ମୋ ସହିତ ଲାଗ ନାହିଁ, ସବୁ ଯୋଜନା ଭଣ୍ଡୁର କରିଦେବି: ତାରା

author img

By ETV Bharat Odisha Team

Published : Dec 14, 2023, 8:25 PM IST

Updated : Dec 14, 2023, 10:42 PM IST

Congress MLA Tara Bahinipati gets angry: କୋରାପୁଟରେ ଲକ୍ଷ୍ମୀ ବସ ଲୋକାର୍ପଣ ବେଳେ ରାଗିଗଲେ ବିଧାୟକ ତାରା । କହିଲେ ମୋ ସହିତ ଲାଗ ନାହିଁ, ନଚେତ ଲକ୍ଷ୍ମୀ ବସର ଲୋକାର୍ପଣ ଉତ୍ସବକୁ ଭଣ୍ଡୁର କରିଦେବି । ଅଧିକ ପଢନ୍ତୁ

Congress MLA Tara Bahinipati gets angry
Congress MLA Tara Bahinipati gets angry
ମୋ ସହିତ ଲାଗ ନାହିଁ, ସବୁ ଯୋଜନା ଭଣ୍ଡୁର କରିଦେବି: ତାରା

କୋରାପୁଟ: ଜିଲ୍ଲାରେ ଲକ୍ଷ୍ମୀ ବସ ଉଦଘାଟନୀ ସମାରୋହରେ ରାଗିଗଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଷ୍ଟେଜରେ ଭାଷଣ ଦେବାକୁ ଯାଉଥିବା ବେଳେ ବିଜେଡି କର୍ମୀଙ୍କ ସ୍ଲୋଗାନ ନେଇ ବିଧାୟକ ତାରା ରାଗି ଯାଇ ବିଜେଡି କର୍ମୀଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ । ମୋ ସହିତ ଲାଗ ନାହିଁ, ନଚେତ ଲକ୍ଷ୍ମୀ ବସର ଲୋକାର୍ପଣ ଉତ୍ସବକୁ ଭଣ୍ଡୁର କରିଦେବି ବୋଲି କହିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି ।

କୋରାପୁଟ ସରକାରୀ ମହାବିଦ୍ୟାଳୟ ପରିସରରେ ଲକ୍ଷ୍ମୀ ବସର ଶୁଭାରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ । ମନ୍ତ୍ରୀ ଟୁକୁନି ସାହୁଙ୍କ ପରେ ପଟ୍ଟାଙ୍ଗୀ, ଲକ୍ଷ୍ମୀପୁର ଓ କୋଟପାଡର ବିଧାୟକ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିବା ପରେ ଏହି ସଭାକୁ ସଂଯୋଜନା କରୁଥିବା ପାଣ୍ଡିଆନ ଜୟପୁର ବିଧାୟକ ତାରା ବାହିନୀପତିଙ୍କୁ ନିଜ କଥା ରଖିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସେ କିଛି କହିବା ପୂର୍ବରୁ ହିଁ ମଞ୍ଚ ସାମନାରେ ବିଜେଡ଼ି ର ବରିଷ୍ଠ ନେତାଙ୍କ ଉପସ୍ଥିତିରେ କିଛି ବିଜେଡି ଯୁବ କର୍ମୀ ବାହିନୀପତିଙ୍କ ବକ୍ତବ୍ୟକୁ ବାଧା ଉପୁଯାଇ ଉଚ୍ଚ ସ୍ଵରରେ 'ନବୀନ ପଟ୍ଟନାୟକ ଜିନ୍ଦାବାଦ'ର ନାରା ଦେଇଥିଲେ ।

ବିଜେଡି କର୍ମୀଙ୍କ ଜୟଗାନକୁ ସମ୍ମାନ ଜଣାଇ ବିଧାୟକ ତାରା କିଛି ସମୟ ଚୁପ ରହିଥିଲେ । ହେଲେ ତାଙ୍କ ଭାଷଣକୁ ବିରୋଧ କରୁଥିବା ସ୍ବର ନ ଥମିବା ଦେଖି ତାରା ରାଗି ଯାଇଥିବା ଦେଖିବାକୁ ମିଳିଥିଲା । ଏଭଳି ବିଶୃଙ୍ଖଳାକୁ ବନ୍ଦ କରା ନଗଲେ ସେ ଲକ୍ଷ୍ମୀ ବସ ଶୁଭାରମ୍ଭ ଯୋଜନାକୁ ପଣ୍ଡ କରିଦେବେ ବୋଲି ଶକ୍ତ ଚେତାବନୀ ଦେଇଥିଲେ । ତାଙ୍କ ଶାଣିତ ଆକ୍ରମଣରେ ବିଜେଡ଼ିର କର୍ମୀ ଚୁପ ହୋଇଯାଇଥିଲେ । ଏହାପରେ ବିଧାୟକ ତାରା ନିଜ ଅଭିଭାଷଣରେ ଅତୀତରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରିଥିବା ବିଜୁ ଗାଁ ଗାଡି ଓ ସିଟି ବସ ଯୋଜନା କିପରି ବିଫଳ ହୋଇଥିଲା ଏବଂ ବର୍ତ୍ତମାନ ଆରମ୍ଭ କରାଯାଇଥିବା ଲକ୍ଷ୍ମୀ ଯୋଜନାର ସମ୍ଭାବ୍ୟ ପ୍ରତିବନ୍ଧକ ପ୍ରତି ସରକାର ଦୃଷ୍ଟି ଦେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ଏହା ବି ପଢନ୍ତୁ- କୋରାପୁଟରେ ଗଡିଲା ଲକ୍ଷ୍ମୀ; ଯୋଡିହେବ ୨୩୪ ପଞ୍ଚାୟତ, ଉପକୃତ ହେବେ ୧୩ ଲକ୍ଷ

ସୂଚନା ଥାଉ କି ଏହି ବସ ଶୁଭାରମ୍ଭ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ଯେ କୋରାପୁଟ ଜିଲ୍ଲାର ୨୩୪ ପଞ୍ଚାୟତ ପାଇଁ ୬୩ଟି ବସ ଯୋଗାଇଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ୪୮ଟି ବସର ଶୁଭାରମ୍ଭ ହୋଇଛି । ଏଜାବତ ରାଜ୍ୟରେ ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତରେ ଲକ୍ଷ୍ମୀ ଯୋଜନାରେ ଚାଲିଥିବା ବସ ସେବା ଯୋଗୁଁ ୬୦ ଲକ୍ଷ ଲୋକ ଲାଭବାନ ହେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ଉଦଘାଟିତ ହୋଇଥିବା ଲକ୍ଷ୍ମୀ ବସ ଯୋଜନାକୁ ସ୍ବାଗତ କରିଥିବା ବେଳେ ବେସରକାରୀ ବସ ସଂଘ ଏ ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଥିଲା । ଏହି ବସଗୁଡିକୁ କେବଳ ପଞ୍ଚାୟତତୁ ବ୍ଲକ ଯାଏଁ ଚଲାଇବା ପାଇଁ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ବ୍ୟତିକ୍ରମ ହେଲେ ତୀବ୍ର ବିରୋଧ କରାଯିବ ବୋଲି କୋରାପୁଟ ଘରୋଇ ବସ ମାଲିକ ସଂଘର ସଭାପତି ନରେଶ ପାଢି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Dec 14, 2023, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.