କୋରାପୁଟ: ଦିବ୍ୟାଙ୍ଗଙ୍କ ସହ ଦୀପାବଳି ପାଳିଲେ ଜିଲ୍ଲାପାଳ । ତେବେ କେବଳ ଜିଲ୍ଲାପାଳ ନୁହଁନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଓ ଏସପି ମଧ୍ୟ ଦିବ୍ୟାଙ୍ଗ ପିଲାଙ୍କ ସହ ଦୀପାବଳି ପାଳିଛନ୍ତି ।
ସକାଳେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଶୋଭା ଦ୍ଵାରା ପରିଚାଳିତ ଆସ୍ଥାକୁ ଯିବା ସହ ସେଠାରେ ପିଲାଙ୍କ ବିଦ୍ୟାଳୟକୁ ଯିବା ପାଇଁ ଅଣାଯାଇଥିବା ନୂତନ ବସର ଉଦ୍ଘାଟନ କରିଥିଲେ । ଏଥି ସହିତ ସେଠାରେ ପିଲାଙ୍କ ସହ ମିଶି ଦୀପାବଳି ପାଳିଥିଲେ ।
ସେହିପରି ସନ୍ଧ୍ୟାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ ଓ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ମଧ୍ୟ ଆସ୍ଥା ଏବଂ ମାନସିକ ଭାବେ ଅନଗ୍ରସର ପିଲାଙ୍କ ଆବାସିକ ବିଦ୍ୟାଳୟ ‘ମାନସ’ ପରିଦର୍ଶନ କରି ସେଠାରେ ଦୀପାବଳି ପାଳନ କରିଥିଲେ । ଯାହା ପିଲାଙ୍କୁ ଖୁବ ଉତ୍ସାହିତ କରିଥିଲା ।
ତେବେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସମସ୍ତ ଅଧିକାରୀ ଅନାଥାଶ୍ରମରେ ଦୀପାବଳି ପାଳୁଥିବା ଜଣାପଡିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ