ETV Bharat / state

ସାରା ବିଶ୍ବରେ ମହକିବ କୋରାପୁଟ କଫି - କୋରାପୁଟ କଫି

କୋରାପୁଟରେ ଏକ କଫି ପ୍ରକ୍ରିୟାକରଣ ୟୁନିଟ ସ୍ଥାପନା କରାଯାଉଥିବା ଜଳ ବିଭାଜିକା ପ୍ରକଳ୍ପର ଅଧିକାରୀ ଭବାନୀ ଶଙ୍କର କାଲୋ ସୂଚନା ଦେଇଛନ୍ତି । ଜିଲ୍ଲାର ସାତଟି ବ୍ଲକର ୩୦୦୦ ହେକ୍ଟର ଜମିରେ ହୋଇଛି କଫି ଚାଷ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Sep 4, 2019, 10:58 PM IST

Updated : Sep 4, 2019, 11:59 PM IST

କୋରାପୁଟ: ଶ୍ରାବଣ ମାସର ବର୍ଷାରେ ଭିଜୁଥିବା କୋରାପୁଟ ଜିଲ୍ଲାର ସାତଟି ବ୍ଲକର ୩୦୦୦ ହେକ୍ଟର ଜମିରେ କଫି ଗଛକୁ ନୁଆଁଇ ଫଳିଥିବା ଶାଗୁଆ ରଙ୍ଗର ଟିକି ଟିକି ଫଳ କୋରାପୁଟ ଜିଲ୍ଲାର ଅର୍ଥନୈତିକ ପ୍ରଗତିର ସମ୍ଭାବନାକୁ ବହନ କରିଛି । ୧୯୩୦ ମସିହାରେ ଜୟପୁର ମହାରାଜାଙ୍କ ଦ୍ୱାରା ପରୀକ୍ଷାମୂଳକ ଭାବେ କୋରାପୁଟ ଅଞ୍ଚଳରେ କଫି ଚାଷ ଆରମ୍ଭ କରାଯାଇଥିଲା ।

ରାଜ୍ୟରେ ସର୍ବାଧିକ କଫି ଚାଷ ହେଉଥିବା ଜିଲ୍ଲାର ମାନ୍ୟତା ପାଇ କୋରାପୁଟ ଏହି କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି କରିଥିବା କଫି ବୋର୍ଡର ସମ୍ପର୍କ ଅଧିକାରୀ ଅଜିତ କୁମାର ରାଉତ କହିଛନ୍ତି । ତେବେ କଫି ମଞ୍ଜିର ପ୍ରକ୍ରିୟାକରଣ କରିବା ପାଇଁ ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷୀଙ୍କ ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ, କଫି ବୋର୍ଡ, କୋରାପୁଟ କଫି ଉନ୍ନୟନ ପରିଷଦ ଓ ଟିଡିସିସିର ମିଳିତ ଆନୁକୂଲ୍ୟରେ କୋରାପୁଟରେ ଏକ କଫି ପ୍ରକ୍ରିୟାକରଣ ୟୁନିଟ ସ୍ଥାପନା କରାଯାଉଥିବା ଜଳ ବିଭାଜିକା ପ୍ରକଳ୍ପର ଅଧିକାରୀ ଭବାନୀ ଶଙ୍କର କାଲୋ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟର ଗିରିକନ୍ଦର ମଧ୍ୟରୁ କଫିର ମହକ ବିଶ୍ବର ବିଭିନ୍ନ ଭାଗରେ ପରିଚିତ ହେଉଥିବା ବେଳେ ଝାଳବୁହା ପରିଶ୍ରମ କରି କଫି ଫଳାଇଥିବା ଏ ଅଞ୍ଚଳର ଚାଷୀ ତା ଉତ୍ପାଦର ଉଚିତ ମୂଲ୍ୟ ପାଇ ଆନନ୍ଦିତ ହୋଇଉଠିଵ ଏଥିରେ କୌଣସି ସନ୍ଦେହ ନାହିଁ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଶ୍ରାବଣ ମାସର ବର୍ଷା ରେ ଭିଜୁଥିବା କୋରାପୁଟ ଜିଲ୍ଲାର ସାତଟି ବ୍ଲକ ର ୩୦୦୦ ହେକ୍ଟର ଜମିରେ କଫି ଗଛକୁ ନୁଆଁଇ ଫଳିଥିବା ଶାଗୁଆ ରଙ୍ଗର ଟିକି ଟିକି ଫଳ କୋରାପୁଟ ଜିଲ୍ଲାର ଅର୍ଥନୈତିକ ପ୍ରଗତିର ସମ୍ଭାବନାକୁ ବହନ କରିଛି । ୧୯୩୦ ମସିହାରେ ଜୟପୁର ମହାରାଜାଙ୍କ ଦ୍ୱାରା ପରୀକ୍ଷାମୂଳକ ଭାବେ କୋରାପୁଟ ଅଂଚଳରେ କଫି ଚାଷ ଆରମ୍ଭ କରାଯାଇଥିଲା ।Body:ଇତିମଧ୍ୟରେ ରାଜ୍ୟରେ ସର୍ବାଧିକ କଫି ଚାଷ ହେଉଥିବା ଜିଲ୍ଲାର ମାନ୍ୟତା ପାଇ କୋରାପୁଟ ଏହି କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି କରିଥିବା କଫି ବୋର୍ଡ ର ସମ୍ପର୍କ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି । ତେବେ କଫି ମଞ୍ଜିର ପ୍ରକ୍ରିୟାକରଣ କରିବା ପାଇଁ ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷୀଙ୍କ ଏହି ଆବଶ୍ୟକତାକୁ ଆଖୀରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ , କଫି ବୋର୍ଡ ,କୋରାପୁଟ କଫି ଉନ୍ନୟନ ପରିଷଦ ଓ ଟିଡିସିସି ର ମିଳିତ ଆନୁକୂଲ୍ୟରେ କୋରାପୁଟରେ ଏକ କଫି ପ୍ରକ୍ରିୟାକରଣ ୟୁନିଟ ସ୍ଥାପନା କରାଯାଉଥିବା ଜଳବିଭାଜିକା ପ୍ରକଳ୍ପର ଅଧିକାରୀ ଭବାନୀ ଶଙ୍କର କାଲୋ ଜଣାଇଛନ୍ତି । Conclusion:କୋରାପୁଟର ଗିରିକନ୍ଦର ମଧ୍ୟରୁ କଫିର ମହକ ବିଶ୍ବର ବିଭିନ୍ନ ଭାଗରେ କୋରାପୁଟ କଫି ଭାବେ ପରିଚିତ ହେଉଥିବା ବେଳେ ଝାଲବୁହା ପରିଶ୍ରମ କରି କଫି ଫଳାଇଥିବା ଏ ଅଂଚଳର ଚାଷୀ ତା ଉତ୍ପାଦର ଉଚିତ ମୂଲ୍ୟ ପାଇ ଆନନ୍ଦିତ ହୋଇଉଠିଵ ଏଥିରେ କୌଣସି ସନ୍ଦେହ ନାହିଁ।
..........
Byte -1: Bhabani Shankar Kalo , Project Director , Watershed
Byte -2 : Ajit Kumar Raut , Senior Liasoning Officer , Coffee Board , Koraput
P2C : Starting & closing by Ch.Santakar
............
ଶାନ୍ତାକାର
କୋରାପୁଟ
......…..
Last Updated : Sep 4, 2019, 11:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.