କୋରାପୁଟ: ଜିଲ୍ଲାରେ ବ୍ୟାପକ ଜମିରେ କଫି ଓ ଗୋଲମରିଚ ଚାଷ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏନେଇ କଫି ବୋର୍ଡ ସଂଯୋଜକ ଉପେନ୍ଦ୍ର କୁମାର ସାହା ସୂଚନା ଦେଇଛନ୍ତି । ପ୍ରାୟ ୫୦୦ ହେକ୍ଟର ଜମିରେ କଫି ଓ ୧୦୦ ହେକ୍ଟର ଜମିରେ ଗୋଲମରିଚ ଚାଷ କରାଯିବ ବୋଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ନରେଗାରେ କରାଯିବାକୁ ଥିବା ଏହି ଯୋଜନାରେ ଜିଲ୍ଲାରେ 1000 ହେକ୍ଟରରେ ଛାଇ ପ୍ରଦାନକାରୀ ବୃକ୍ଷ ପାଇଁ ଚାରାରୋପଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 500 ହେକ୍ଟରରେ କଫି ଓ 100 ହେକ୍ଟରରେ ଗୋଲମରିଚ ଚାରା ଲଗାଯିବା ପାଇଁ ଆଜିର ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା କଫି ଉନ୍ନୟନ ଅଧିକାରୀ ଶ୍ରୀକାନ୍ତ ଦାସ ସୂଚନା ଦେଇଛନ୍ତି ।
କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ