କୋରାପୁଟ: ଗତ କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ କୋରାପୁଟରେ 5000 ହେକ୍ଟର କାଫି ଚାଷ କରାଯିବାର ଘୋଷଣା ପରେ ଜିଲ୍ଲା ପ୍ରଶାସନ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଆଗକୁ ବଢିଛି ।
ସ୍ଥାନୀୟ କଫି ବୋର୍ଡ ଠାରେ ଓଡିଶା ଜୀବିକା ମିଶନ, କଫି ଡେଭଲପମେଣ୍ଟ ଟ୍ରଷ୍ଟ, ମିଶନ ଶକ୍ତି ଓ କଫି ବୋର୍ଡର ବରିଷ୍ଠ ଅଧିକାରୀଙ୍କୁ ନେଇ ଆଗାମୀ ଦିନରେ ଜିଲ୍ଲାରେ କିପରି ଏକ ହଜାର ହେକ୍ଟର ଜମିରେ କଫିଚାଷ କରାଯିବ ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥି ସହିତ କଫି ବୋର୍ଡ ପରିସର ମଧ୍ୟରେ କଫି ଚାରା ଓ ନର୍ସରୀ ପ୍ରସ୍ତୁତି କରିବା ପାଇଁ ଏକ ଦୁଇଦିନିଆ ତାଲିମ ଶିବିର ମଧ୍ୟ ଆରମ୍ଭ ହୋଇଛି । କଫି ଚାଷର ମହତ୍ୱ, କୋରାପୁଟରେ କଫି ନର୍ସରୀ ପ୍ରସ୍ତୁତ କରିବା ଏବଂ ଚାରାର ରକ୍ଷଣା ବେକ୍ଷଣ ଓ ପ୍ରସ୍ତୁତି, ଜାଗା ଚିହ୍ନଟ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜ୍ଞାନ କୌଶଳରେ ଉନ୍ନତମାନର ଚାରା କିପରି ପ୍ରସ୍ତୁତ କରାଯିବ ସେ ଉପରେ ତାଲିମ ଦିଆଯାଉଛି ବୋଲି DRDA ର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ