ETV Bharat / state

କୋରାପୁଟ ହସ୍ପିଟାଲକୁ ନବୀନଙ୍କ ଭେଟି: ବଢିଲା ବେଡସଂଖ୍ୟା, ମିଳିଲା ଅଧିକ ଆମ୍ବୁଲାନ୍ସ - sahid laxman nayak medical college

କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମେଡାକାଲ ମହାବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । 5T ସଚିବ ଦେଇଥିବା ସମସ୍ତ ପ୍ରସ୍ତାବକୁ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Oct 14, 2019, 10:42 PM IST

କୋରାପୁଟ: ଗତ ବୁଧବାର କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ପରିଦର୍ଶନରେ ଆସି 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଯେଉଁ ପ୍ରସ୍ତାବ ଦେଇଥିଲେ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ସମସ୍ତ ପ୍ରସ୍ତାବ ଉପରେ ମୋହର ମାରିଥିବା କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କୋରାପୁଟରେ ୭ଶହ ଶଯ୍ୟା ବିଶିଷ୍ଟ ୱାର୍ଡ ନିର୍ମାଣ ହେବା ସହିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ପାଇଁ ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡି ଯୋଗାଇଦେବା ପାଇଁ ପାଣ୍ଡିଆନ ସେଦିନ ପ୍ରସ୍ତାବ ଦେଇଥିଲେ ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହାସହ କୋରାପୁଟ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର ନିମନ୍ତେ ରୋଗୀଙ୍କ ପାଇଁ ଦିନକୁ ଦିନ ଅଧିକ ଖର୍ଚ୍ଚ କରାଯାଉଥିବା ଯୋଗୁଁ 5‘ଟି’ ସଚିବ ଏହି ଖର୍ଚ୍ଚକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ସହ ମେଡିକାଲ କଲେଜକୁ ଏକକାଳୀନ ୧୫ ଲକ୍ଷ ଟଙ୍କାର ଅନୁଦାନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମେଡିକାଲ କଲେଜରେ ଦିନକୁ ଦିନ ରକ୍ତର ଆବଶ୍ୟକତା ବୃଦ୍ଧି ପାଉଥିବା ଯୋଗୁଁ ଗ୍ରାମାଞ୍ଚଳରେ ରକ୍ତଦାନ ଉପରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ୧୦ ଲକ୍ଷ ଟଙ୍କାର ଏକ କର୍ପସ ପାଣ୍ଠି ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ଆମ୍ବୁଲାନ୍ସ, ଦୁଇଟି ମହାପ୍ରୟାଣ ଗାଡି ଯୋଗାଇଦେବା ସହିତ ଏହାକୁ ୨୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଜିଲ୍ଲାପାଳ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଗତ ବୁଧବାର କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ପରିଦର୍ଶନ ରେ ଆସି 5T ସଚିବ ଭି. କାର୍ତ୍ତିକ ପାଣ୍ଡିଆନ ଯେଉଁ ପ୍ରସ୍ତାବ ଦେଇଥିଲେ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କଂଫେରେନ୍ସିଂଗ ମାଧ୍ୟମରେ ସେ ସମସ୍ତ ପ୍ରସ୍ତାବ ଉପରେ ମୋହର ମାରିଥିବା କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । Body:କୋରାପୁଟରେ ୭୦୦ ଶଯ୍ୟା ବିଶିଷ୍ଟ ୱାର୍ଡ ନିର୍ମାଣ ହେବା ସହିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ରେ ୫ଟି ଆମ୍ବୁଲାନ୍ସ ଓ ୩ଟି ମୃତଦେହ ବାହକ ଯୋଗାଇ ଦେବା ପାଇଁ ଶ୍ରୀ ପାଣ୍ଡିଆନ ସେଦିନ ପ୍ରସ୍ତାବ ଦେଇଥିଲେ ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ବ୍ଯାବେ ଘୋଷଣା କରିଥିବା ଶ୍ରୀ ମିଶ୍ର ଜଣାଇଛନ୍ତି । ଏତଦବ୍ୟତୀତ କୋରାପୁଟ ଜିଲ୍ଲା ରେଡ଼କ୍ରସ ରୁ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର ନିମନ୍ତେ ରୋଗୀଙ୍କ ପାଈଁ ଦିନକୁ ଦିନ ଅଧିକ ଖର୍ଚ୍ଚ କରାଯାଉଥିବା ଯୋଗୁଁ ଶ୍ରୀ ପାଣ୍ଡିଆନ ଏହି ଖର୍ଚ୍ଚ କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ରଖିବା ପରେ ଆଜି ମୁଖ୍ୟମନ୍ତ୍ରୀ ଏ ବାବଦରେ ମେଡିକାଲ କଲେଜକୁ ଏକକାଳୀନ ୧୫ ଲକ୍ଷ ଟଙ୍କା ର ଅନୁଦାନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମେଡିକାଲ କଲେଜ ରେ ଦିନକୁ ଦିନ ରକ୍ତର ଆବଶ୍ୟକତା ବୃଦ୍ଧି ପାଇଥିବା ଯୋଗୁଁ ଗାଁ ଗଣ୍ଡାରେ ରକ୍ତଦାନ ଉପରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ୧୦ ଲକ୍ଷ ଟଙ୍କାର ଏକ କର୍ପସ ପାଣ୍ଠି ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।Conclusion:ସେହିପରି ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ଆମ୍ବୁଲାନ୍ସ , ଦୁଇଟି ଶବ ବାହକ ବାହନ ଯୋଗାଇଦେବା ସହିତ ଏହାକୁ ୨୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଶ୍ରୀ ମିଶ୍ର ଜଣାଇଛନ୍ତି ।
........
Byte : Madhusudan Mishra , Collector , Koraput
.....…..........
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.