ETV Bharat / state

ଜନସଚେତନତା ବୃଦ୍ଧି ହେଲେ ଶିଶୁ ଶ୍ରମିକ କମିବେ

ଶିଶୁ ଶ୍ରମିକ ରୋକିବା ପାଇଁ ଜନସଚେତନତା ଦ୍ବାରା ହିଁ ଲକ୍ଷ୍ୟ ହାସଲ କରାଯାଇପାରିବ । କୋରୋନା ସମୟରେ ବୃଦ୍ଧି ପାଇଛି ଶିଶୁ ଶ୍ରମିକ ସଂଖ୍ୟା । ଅଧିକ ପଢନ୍ତୁ

author img

By

Published : Dec 28, 2021, 10:44 PM IST

ଜନସଚେତନତା ବୃଦ୍ଧି ହେଲେ ଶିଶୁ ଶ୍ରମିକ କମିବେ
ଜନସଚେତନତା ବୃଦ୍ଧି ହେଲେ ଶିଶୁ ଶ୍ରମିକ କମିବେ

କୋରାପୁଟ: ଜନ ସଚେତନତା ବୃଦ୍ଧି ହେଲେ ଶିଶୁ ଶ୍ରମିକ କମିବେ। କୋଭିଡ କଟକଣା ମଧ୍ୟରେ ସ୍କୁଲ କଲେଜ ଦୀର୍ଘଦିନ ଧରି ବନ୍ଦ ହୋଇରହିଥିବା ଯୋଗୁଁ ଗାଁ ଗଣ୍ଡା ଓ ସହରରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ସଚେତନତା ହିଁ ଏକ ମାତ୍ର ଲକ୍ଷ୍ୟ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ କହିଛନ୍ତି ।

ଜନସଚେତନତା ବୃଦ୍ଧି ହେଲେ ଶିଶୁ ଶ୍ରମିକ କମିବେ

ତେବେ ଶିଶୁର ଅଧିକାର ଓ ସେମାନଙ୍କ ପ୍ରତି ସମାଜର ଦାୟିତ୍ବ ସମ୍ପର୍କରେ ଜନସଚେତନତା ବୃଦ୍ଧି ପାଇଲେ ଶିଶୁ ଶ୍ରମିକ ସମସ୍ୟା ଉପରେ ନିୟନ୍ତ୍ରଣ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଅପରପକ୍ଷେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଡିସିପିୟୁ , ସିଡବ୍ଲ୍ୟୁସି , ଚାଇଲଡ଼ ଲାଇନ ଓ ପୋଲିସ ର ସହଯୋଗରେ ଚଢ଼ାଉକରୀ ନିରୀହ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ କହିଛନ୍ତି ।

ଆଜି କୋରାପୁଟରେ ତୃଣମୁଳ ସ୍ତରରେ ଶିଶୁଙ୍କ ସୁରକ୍ଷା ଓ ପ୍ରଗତି ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଶିଶୁ ଅଧିକାର ପ୍ରଦାନ ଓ ଶିଶୁ ଶ୍ରମିକ ପ୍ରଥାର ଦୂରୀକରଣ ସଂକ୍ରାନ୍ତରେ ତାଲିମ ଦିଆଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.