ETV Bharat / state

କୋରାପୁଟରେ ଅମ୍ଳଜାନ ଉତ୍ପାଦନ ଓ ବଣ୍ଟନ ପ୍ଳାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ - Chief Minister

ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା କୋରାପୁଟରେ ଅମ୍ଳଜାନ ଉତ୍ପାଦନ ଓ ବଣ୍ଟନ ପ୍ଳାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଅଧିକ ପଢନ୍ତୁ...

Chief Minister distribution oxygen plant in Koraput
କୋରାପୁଟରେ ଅମ୍ଳଜାନ ଉତ୍ପାଦନ ଓ ବଣ୍ଟନ ପ୍ଳାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
author img

By

Published : Jun 10, 2021, 12:53 PM IST

କୋରାପୁଟ: ଆଜି(ବୁଧବାର) ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା କୋରାପୁଟରେ ଅମ୍ଳଜାନ ଉତ୍ପାଦନ ଓ ବଣ୍ଟନ ପ୍ଳାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।

କୋରାପୁଟରେ ଅମ୍ଳଜାନ ଉତ୍ପାଦନ ଓ ବଣ୍ଟନ ପ୍ଳାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଏହି ତରଳ ଅମ୍ଳଜାନ ଉତ୍ପାଦନ ଓ ବଣ୍ଟନ ପ୍ଳାଣ୍ଟ ଦ୍ଵାରା କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅମ୍ଳଜାନର ପ୍ରାପ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ସହ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ହେଉଥିବା ଅମ୍ଳଜାନର ଚାହିଦାକୁ ମେଣ୍ଟାଇବାରେ ସକ୍ଷମ ହେବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।

ଏହି କେନ୍ଦ୍ରର କାର୍ଯ୍ୟ ରାଜ୍ୟ ପୃର୍ତ୍ତ ବିଭାଗ ଆରମ୍ଭ କରିଥିବାବେଳେ ଏହା ଆସନ୍ତା ଦୁଇ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବା ଭିତ୍ତିପ୍ରସ୍ତର ସ୍ଥାପନା କୋରାପୁଟ ଜିଲ୍ଲା ପାଇଁ ଏକ ବହୁମୂଲ୍ୟ ଉପହାର ବୋଲି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ମତ ରଖି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.