ETV Bharat / state

Vishwakarma Puja: ଚର୍ଚ୍ଚାରେ ସେମିଳିଗୁଡାର ଚନ୍ଦ୍ରଯାନ-୩ ମେଢ଼

author img

By ETV Bharat Odisha Team

Published : Sep 19, 2023, 10:32 PM IST

ବିଶ୍ବକର୍ମା ପୂଜା ଅବସରରେ ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ସେମିଳିଗୁଡାର ଆକର୍ଷଣୀୟ ଚନ୍ଦ୍ରଯାନ-୩ ମେଢ଼ । ଅଧିକ ପଢନ୍ତୁ

ଚର୍ଚ୍ଚାରେ ସେମିଳିଗୁଡାର ଚନ୍ଦ୍ରଯାନ-୩ ମେଢ଼
ଚର୍ଚ୍ଚାରେ ସେମିଳିଗୁଡାର ଚନ୍ଦ୍ରଯାନ-୩ ମେଢ଼

ଚର୍ଚ୍ଚାରେ ସେମିଳିଗୁଡାର ଚନ୍ଦ୍ରଯାନ-୩ ମେଢ଼

କୋରାପୁଟ: ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ସେମିଳିଗୁଡାର ଚନ୍ଦ୍ରଯାନ-୩ ମେଢ଼ । ବିଶ୍ବକର୍ମା ପୂଜା ପେଣ୍ଡାଲରେ ଦିଶିଲା ଇସ୍ରୋର ସଫଳ ମୁନ୍ ମିଶନର ଝଲକ । ଚଳିତ ବର୍ଷ ସେମିଳିଗୁଡା ସହରରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ମହାଆଡମ୍ବର ସହକାରେ ପାଳିତ ହୋଇଥିବା ବେଳେ ନନ୍ଦପୁର ରୋଡ ସ୍ଥିତ ମହାରଣା ଗ୍ଲାସ ହାଉସ ପୂଜା ମଣ୍ଡପର ଚନ୍ଦ୍ରଯାନ-୩ ମେଢ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମଣ୍ଡପରେ ଇସ୍ରୋର ଚନ୍ଦ୍ରଯାନ-୩ ଉତକ୍ଷେପଣ ଠାରୁ ଚନ୍ଦ୍ରରେ ସଫଳ ଲ୍ୟାଣ୍ଡିଂ ପର୍ଯ୍ୟନ୍ତ ସବୁକିଛିର ପ୍ରତିରୂପ ସ୍ଥାନ ପାଇଛି । ଚନ୍ଦ୍ର ଉପରେ ବିଶ୍ବକର୍ମା ବିରାଜମାନ କରିଥିବା ବେଳେ ତାଙ୍କ ଚାରିପଡେ ଲ୍ୟାଣ୍ଡର ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଗ୍ଲାସ ହାଉସ ମାଲିକ ବୁଲୁ ମିସ୍ତ୍ରୀଙ୍କ ପ୍ରଚେଷ୍ଟା ଓ ତାଙ୍କ ସହଯୋଗୀଙ୍କ ପ୍ରୟାସରେ ବିଶ୍ବକର୍ମା ପୂଜାରେ ଏଭଳି ଆକର୍ଷଣୀୟ ଚନ୍ଦ୍ରଯାନ-୩ ମେଢ଼ ପ୍ରସ୍ତୁତ କରାଯାଇଛି । ବୁଲୁ ମହାରଣାଙ୍କ ହାତ ତିଆରି ଏହି ମେଢ ଆଖପାଖର ଲୋକଙ୍କୁ ଖୁବ୍ ଆକର୍ଷିତ କରୁଛି l ଚନ୍ଦ୍ରଯାନ-୩ ମେଢ଼ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ବୁଲୁ ବେଶ୍ ପ୍ରଶଂସା ସାଉଣ୍ଟୁଛନ୍ତି l ବଡ କଥା ହେଉଛି, ବୁଲୁ ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି । ଅଧାରୁ ପାଠ ଛାଡି ନିଜର କୌଳିକ ବୃତ୍ତି କାଠ କାମକୁ ଆଦରି ନେଇଛନ୍ତି । କିନ୍ତୁ ପ୍ରତିବର୍ଷ ବିଶ୍ୱକର୍ମା ପୂଜାରେ ନିଜ ମହାରଣା ଗ୍ଲାସ ହାଉସରେ ନିଆରା ଭାବେ ପୂଜା କରି ଚର୍ଚ୍ଚାକୁ ଆସିଥାନ୍ତି l

ଏହାମଧ୍ୟ ପଢନ୍ତୁ: Ganesh Puja: ଗଣେଶ ପୂଜାରେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ଆଧାର କାର୍ଡ ତୋରଣ

ବୁଲୁ ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ ହେଁ ତାଙ୍କର ମୁଣ୍ଡ କୌଣସି ଇଞ୍ଜିନିଅର ଠାରୁ କମ୍ ନୁହେଁ l ସେ, ତାଙ୍କ ଭାଇ ସଞ୍ଜୟ ଏବଂ ଅନ୍ୟ ୧୫ ଜଣ ଶିଳ୍ପୀ ମିଶି ଚନ୍ଦ୍ରଯାନ-୩ ଥିମକୁ ନେଇ ଏହି ସୁନ୍ଦର ମେଢ ତିଆରି କରିଛନ୍ତି l ଏଥିପାଇଁ ୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବୁଲୁ ପ୍ରକାଶ କରିଛନ୍ତି l ପ୍ରତିବର୍ଷ ଦେଶରେ ଚର୍ଚ୍ଚିତ ଘଟଣା ଉପରେ ସେ ଏହିଭଳି ଭାବେ ମେଢ଼ ପ୍ରସ୍ତୁତ କରିଥାନ୍ତି l ଗତବର୍ଷ ସର୍ଜିକାଲ ଷ୍ଟ୍ରାଇକ ମେଢ଼ ଏବଂ ୨୦୨୧ରେ କୋରୋନା ମହାମାରୀ ଥିମ ଉପରେ ମେଢ଼ ପ୍ରସ୍ତୁତ କରିଥିଲେ l ଚଳିତ ବର୍ଷ ଚନ୍ଦ୍ରଯାନ-୩ ସଫଳତା ଦେଶ ପାଇଁ ବଡ ଉପଲବ୍ଧ ହୋଇଥିବା ବେଳେ ଏଥର ସେ ଏହି ଥିମ୍ ଉପରେ ମେଢ ତିଆରି କରିଛନ୍ତି l

ବୁଲୁଙ୍କ ଏହି ଭଳି ନିଆରା ଚିନ୍ତାଧାରା ପାଇଁ ଅଞ୍ଚଳବାସୀ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି l ପ୍ରତିବର୍ଷ ବିଶ୍ବକର୍ମା ପୂଜାରେ ସେ ଏହିଭଳି ମେଢ଼ ତିଆରି ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ତେବେ ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଏପରି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ରଖିବା ଦ୍ୱାରା ବିଶ୍ୱର ଅନେକ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକଙ୍କ ଜୀବନଧାରା ସହ ବୁଲୁଙ୍କ ଜୀବନଯାତ୍ରା ମେଳ ଖାଉଛି ବୋଲି ଇଞ୍ଜିନିୟର ସୁନିଲ ବିଶ୍ବାଳ ମତ ରଖିଛନ୍ତି l

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.