ଭୁବନେଶ୍ବର: ଓଡିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ନାଁରେ ନକଲି ନୋଟିସ ଜାରି ମାମଲା । ଏ ନେଇ ସଫେଇ ଦେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।
କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତକୁ ନକଲ କରି କିଛି ଦୁବୃର୍ତ୍ତ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ଏକ ନୋଟିସ । ଏଥିରେ ଲେଖାଅଛି କି ବିଶ୍ବବିଦ୍ୟାଳୟ ପରିସର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ । ତେବେ ଏହା ମିଥ୍ୟା ନୋଟିସ । ଏହି ନକଲି ନୋଟିସ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ବୋଲି ସଫେଇ ଦେଇଛି ବିଶ୍ବବିଦ୍ୟାଳୟ ।
ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନାମରେ କିଛି ଦୁବୃର୍ତ୍ତ ନକଲି ନୋଟିସ ଜାରି କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ତେଣୁ ବିଶ୍ବବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ସେମାନେ ଏଭଳି ନକଲି ନୋଟିସକୁ ଧ୍ୟାନ ଦିଅନ୍ତୁ ନାହିଁ । ଏ ପର୍ଯ୍ୟନ୍ତ କ୍ୟାମ୍ପସ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏ ସମ୍ବନ୍ଧରେ ନିଷ୍ପତି ନିଆଗଲେ ତାହା ବିଶ୍ବବିଦ୍ୟାଳୟର ଅଫିସିଆଲ ୱେବସାଇଟ ଏବଂ ଗଣମାଧ୍ୟମ ଜରିଆରେ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଜଣାଇ ଦିଆଯିବ ।
ତେବେ ଯେବେ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ନିଆଯାଇ ନାହିଁ, ସେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କ୍ଲାସ ଜାରି ରହିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ