ETV Bharat / state

ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର, ଯାତ୍ରୀ ସୁରକ୍ଷିତ

author img

By

Published : Aug 30, 2021, 10:09 PM IST

କୋରାପୁଟରେ ଜଳିଗଲା କାର । ଡ୍ରାଇଭର ସୁରକ୍ଷିତ। ଯାନ୍ତ୍ରୀକ ତ୍ରୁଟି ସନ୍ଦେହ । ଅଧିକ ପଢନ୍ତୁ...

ରାସ୍ତାରେ ହଠାତ ଜଳିଗଲା କାର, ଯାତ୍ରୀ ସୁରକ୍ଷିତ

କୋରାପୁଟ: ନିଆଁ ଲାଗି ଜଳିଗଲା କାର । କୋରାପୁଟ ଓ ଜୟପୁର ଜାତୀୟ ରାଜପଥରେ ଥିବା ଘାଟିରେ ସର୍ଟ ସର୍କିଟ ଯୋଗୁଁ ଗୋଟାଏ କାର ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କିନ୍ତୁ ଏଥିରେ କେହି ମୃତାହତ ହୋଇନଥିବା ସମସ୍ତଙ୍କୁ ଆଶ୍ବସ୍ତ କରିଛି ।

ମିଳିଥିବା ସୂଚନା ଅନୁସାରେ, ଜୟପୁର ବାସିନ୍ଦା ସୁରଥ କୁମାର ଗୌଡ ନିଜ କାମରେ କୋରାପୁଟ ଯାଉଥିବା ସମୟରେ ତାଙ୍କ କାରର ଇଞ୍ଜିନରୁ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଉପସ୍ଥିତ ବୁଦ୍ଧିଯୋଗୁ ଗାଡି ଅଟକାଇ ଓହ୍ଲାଇ ଯାଇଥିଲେ ସୁରଥ । କିନ୍ତୁ ଦେଖୁ ଦେଖୁ ତାଙ୍କ ଆଖି ସାମନାରେ କାରଟି ଜଳିଯାଇଥିଲା । କାର ଜଳୁଥିବା ଯୋଗୁଁ ଘାଟି ରାସ୍ତାରେ କିଛି ସମୟ ପାଇଁ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା। ଖବର ପାଇ ଜୟପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଗାଡିିଟି ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛି ।

କୋରାପୁଟରୁ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.