ETV Bharat / state

ମାଳ ଅଞ୍ଚଳରେ କଣ୍ଟା ବିହୀନ ସପ୍ତଫେଣୀ ଏକ ନୂତନ ଆଶା - କୋରାପୁଟ

ପାହାଡିଆ ଅଞ୍ଚଳରେ ମୃତ୍ତିକା ସଂରକ୍ଷଣ ରଖିବା ପାଇଁ କୋରାପୁଟରେ ଅଣ୍ଟା ଭିଡିଛନ୍ତି 2ଟି ସଙ୍ଗଠନ । କେବଳ ମୃତ୍ତିକା ସଂରକ୍ଷଣ ନୁହେଁ ଚାଷୀ ଓ ଗୋରୁ ମଧ୍ୟ ଏଥିରୁ ଉପକୃତ ହେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : May 26, 2019, 9:17 AM IST

କୋରାପୁଟ: ମୃତ୍ତିକା ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକତା ସଂଗଠନ ଓ ଆଇକାଡା ସଂସ୍ଥାର ଅଭିନବ ପ୍ରୟାସ । ପାହାଡିଆ ତଥା ନଷ୍ଟ ହେଇଯାଉଥିବା ଜମିରେ ସବୁଜ ସୁନ୍ଦର କରିବାକୁ ଆରମ୍ଭ କରିଛନ୍ତି କଣ୍ଟା ବିହୀନ ସପ୍ତଫେଣୀ ଚାଷ । ଫଳରେ ଚାଷୀ ଉପକୃତ ହେବା ସହ ଧୋଇ ହୋଇଯାଉଥିବା ମୃତ୍ତିକାକୁ ସଂରକ୍ଷିତ କରାଯାଇପାରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହି କଣ୍ଟା ବିହୀନ ସପ୍ତଫେଣୀ ଗଛ, ପରିବେଶରେ ସନ୍ତୁଳନ ସୃଷ୍ଟି କରିବା ସହ ଏକ ଉତ୍ତମ ଗୋଖାଦ୍ୟ ଭାବେ ବ୍ୟବହାର ହୋଇପାରିବ । ଏପରିକି ଚାରା ଲଗାଇବାର ଦୁଇ ତିନି ବର୍ଷ ମଧ୍ୟରେ ଗଛଟି ଅମଳକ୍ଷମ ହେବା ସହ ୪୦ ରୁ ୬୦ ବର୍ଷ ପର୍ଯ୍ୟନ୍ତ ଲାଭ ପହଞ୍ଚାଇପାରିବ । ଭାରତବର୍ଷରେ ବିଭିନ୍ନ ସ୍ଥାନରେ ଏହି ଚାଷ ସୂଚାରୁ ରୂପେ ଚାଲିଥିବା ବେଳେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଏହି ସଂସ୍ଥା ଓ ରାଜ୍ୟ ସରକାରଙ୍କ ତରଫରୁ ପରୀକ୍ଷା ମୂଳକ ଭାବେ ଚାଷ କରିବା ପାଇଁ ଚୟନ କରାଯାଇଛି ।

କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଆଗୁଡାର ଶ୍ୟାମ ସୁନ୍ଦର ନାୟକଙ୍କ 3 ଏକର ଚାଷ ଜମିରେ କରାଯାଇଥିବା ବେଳେ ଡଙ୍ଗର ଜମିରେ ଚାଷ କରିବା ଦ୍ବାରା ଆଗକୁ ଅନେକ କିଛି ଚାଷ ହୋଇପାରିବ ବୋଲି ଶ୍ୟାମ ସୁନ୍ଦର କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

କଣ୍ଟା ବିହୀନ ସପ୍ତଫେଣି ଗୋପାଳନ ପାଇଁ ଭରିଦେବ ନୂତନ ଆଶା ।   ପାହାଡିଆ ଓ ନଷ୍ଟ ହୋଇଯାଇଥିବା ଜମିରେ ମଧ୍ୟ ଅତି କମ କିମ୍ବା ଏପରିକି ବାହାରୁ ଜଳ ଯୋଗାଇନଦେଲେ ବି ଏହି ନାଗଫେଣି ଚାଷ କରିହେଉଥିବା ଯୋଗୁଁ କୋରାପୁଟ ଭଳି ମାଳ ଅଂଚଳରେ ଅବ୍ୟବହୃତ ହୋଇ ପଡି ରହିଥିବା ପାହାଡିଆ ଜମିକୁ ସବୁଜ ସୁନ୍ଦର କରିହେବ ବୋଲି ଏକତା ସଂଗଠନ ସହ ଆଇକାଡା ସଂସ୍ଥାର ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ଦୀପକ କୁମାର ବେହେରା ଜଣାଇଛନ୍ତି । ଏହି କଣ୍ଟା ବିହୀନ ସପ୍ତଫେଣି ଗଛ , ପରିବେଶରେ ସନ୍ତୁଳନ ସୃଷ୍ଟି କରିବା ସହ ଏକ ଉତ୍ତମ ଗୋଖାଦ୍ୟ ଭାବେ ବ୍ୟବହାର ଯୋଗ୍ୟ  ହେବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ଚାରା ଲଗାଇବାର ଦୁଇ ତିନି ବର୍ଷ ମଧ୍ୟରେ ଗଛଟି ଅମଳକ୍ଷମ ହେବା ସହ ୪୦ ରୁ ୬୦ ବର୍ଷ ପର୍ଯ୍ୟନ୍ତ ଲାଭ ପହୁଞ୍ଚାଇପାରିବ । ଏହି ଗଛର ଫେଣି ଗୁଡିକୁ ଶୁଖାଇ ତା ସହିତ ଅନ୍ୟାନ୍ୟ ଗୋଖାଦ୍ୟ ଦେବା ଫଳରେ ଗୋରୁଗାଈଙ୍କ ଖାଦ୍ୟର ମାନ ଵୃଦ୍ଧି ପାଇବ । ଭାରତବର୍ଷରେ ବିଭିନ୍ନ ସ୍ଥାନରେ ଏହି ଚାଷ ସୁଚାରୁ ରୂପେ ଚାଲିଥିବା ବେଳେ ଓଡ଼ିଶାରେ କୋରାପୁଟ ଜିଲ୍ଲାକୁ ସଂସ୍ଥା ଓ ରାଜ୍ୟ ସରକାରଙ୍କ   ତରଫରୁ  ପରୀକ୍ଷା ମୂଳକ ଭାବେ ଚାଷ କରିବା ପାଇଁ ଚୟନ କରାଯାଇଛି । କୋରାପୁଟ ବ୍ଲକ ର ମହାଦେଇପୁଟ ପଂଚାୟତ ଅନ୍ତର୍ଗତ କରଞ୍ଜିଆଗୁଡା ର ଶ୍ୟାମ ସୁନ୍ଦର ନାୟକ ଙ୍କ ତିନି ଏକର ଜାଗାରେ ଚାଲିଥିବା ପରୀକ୍ଷାମୂଳକ ପ୍ରୟୋଗରେ  ଗଛ ଗୁଡିକର ହୋଇଥିବା ବୃଦ୍ଧିକୁ ଦେଖିଲେ ଏହି ପରୀକ୍ଷା ସଫଳ ହେବା ଭଳି ଲାଗୁଥିବା ସେ ପ୍ରକାଶ କରିଛନ୍ତି । ଚାଷୀ ଶ୍ୟାମସୁନ୍ଦର ଙ୍କ କହିବାନୁଯାୟୀ କିଛି ଚାଷ କରିହେଉନଥିବା ଡଙ୍ଗର ଜମିରେ ମଧ୍ୟ ଏହି ଚାଷ କରିବା ଦ୍ୱାରା ଭୁଜଳସ୍ତର ଉପରକୁ ଆସୁଥିବା ଯୋଗୁଁ ମଝି  କିଆରୀ ଗୁଡିକ ମଧ୍ୟରେ ଥିବା ଖାଲି ସ୍ଥାନରେ ମାଣ୍ଡିଆ ଠାରୁ ଆରମ୍ଭକରି ବିଭିନ୍ନ ପନିପରିବା ଚାଷ କରିବା ସମ୍ଭବ ହେବ । ଓଡ଼ିଶାରେ ପ୍ରଥମ ଥର ପାଈଁ କରାଯାଉଥିବା ଏହି ପରୀକ୍ଷା ସଫଳ ହେଲେ ସାରା ରାଜ୍ୟରେ ଗୋଖାଦ୍ୟ ପାଈଁ ଦେଖାଯାଉଥିବା ସମସ୍ୟା ବହୁମାତ୍ରାରେ ହ୍ରାସ ଘଟିବାର  ସମ୍ଭାବନା ରହିଥିବା ଶ୍ରୀ ବେହେରା କହିଛନ୍ତି ।
.......
Byte :Shyam Sundar Nayak , Farmer
Byte :Dipak Kumar Behera , Coordinator , Ekta- AIKADA
P2C : Ch.Santakar
........…..
ଶାନ୍ତାକାର
କୋରପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.