କୋରାପୁଟ: ସିଏଏ କୌଣସି ବ୍ୟକ୍ତିଙ୍କୁ ଭାରତରୁ ତଡି ଦେବା ପାଇଁ କାର୍ଯ୍ୟକାରୀ ହେଉନାହିଁ । ବରଂ ଏହା ଭାରତରେ ରହିବାର ପ୍ରକ୍ରିୟାକୁ ବୈଧତା ପ୍ରଦାନ କରିବାରେ ସହାୟକ ହେଉଛି । ବୁଧବାର ଜୟପୁର ଠାରେ ବିଜେପି ଦ୍ବାରା ଆୟୋଜିତ ଏକ ସାଧାରଣ ସଭାକୁ ଉଦବୋଧନ କରି ଟେଲିଭିଜନ ପରଦାର ତାରକା ରୁପା ଗାଙ୍ଗୁଲି ଏପରି ମତ ପ୍ରଦାନ କରିଛନ୍ତି ।
ଲୋକେ ଏ ସମ୍ପର୍କରେ ସଠିକ ଭାବେ ନଜାଣି ଏହି ପ୍ରକ୍ରିୟାର ଅପପ୍ରଚାର କରୁଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଜାଣିଲେ ଜିଣିବା ନ୍ୟାୟରେ ସମସ୍ତେ ସରକାରଙ୍କ ଦ୍ବାରା ବିଭିନ୍ନ ମାଧ୍ୟମରେ ପ୍ରଚାର କରାଯାଉଥିବା ସଠିକ ତଥ୍ୟକୁ ଜାଣିବା ଦରକାର ବୋଲି ସେ କହିଛନ୍ତି ।
କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ