ETV Bharat / state

କୋରାପୁଟରେ ଉପଜିଲ୍ଲାପାଳଙ୍କୁ ଭେଟିଲେ ବୁଡିଅଞ୍ଚଳ ବିସ୍ଥାପିତ ସଂଘର ସଦସ୍ୟ - କୋରାପୁଟରେ ଉପଜିଲ୍ଲାପାଳଙ୍କୁ ଭେଟିଲେ ବୁଡିଅଞ୍ଚଳ ବିସ୍ଥାପିତ ସଂଘର ସଦସ୍ୟ

କଥା ରଖିଲେନି ମନ୍ତ୍ରୀ । ଜଲାପୁଟ ଜଳଭଣ୍ଡାର ଦ୍ବାରା ବିସ୍ଥାପିତ ଓ ପ୍ରଭାବିତ ବୁଡି ଅଞ୍ଚଳର ବିସ୍ଥାପିତ ସଂଘର ସଦସ୍ୟ ଏନେଇ କୋରାପୁଟ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

od_kpt_budi villagers visit koraput
କୋରାପୁଟରେ ଉପଜିଲ୍ଲାପାଳଙ୍କୁ ଭେଟିଲେ ବୁଡିଅଞ୍ଚଳ ବିସ୍ଥାପିତ ସଂଘର ସଦସ୍ୟ
author img

By

Published : Feb 20, 2020, 9:22 PM IST

କୋରାପୁଟ: ଜଲାପୁଟ ଜଳଭଣ୍ଡାର ଦ୍ବାରା ବିସ୍ଥାପିତ ଓ ପ୍ରଭାବିତ ହୋଇଥିବା ପାଡୁଆ ଥାନା ଅଞ୍ଚଳର ପାନ୍ତଲୁଙ୍ଗ ଓ ଅନ୍ୟାନ୍ୟ 156ଟି ଗ୍ରାମର ଲୋକଙ୍କ ଜଳଭଣ୍ଡାର ପାଇଁ ସର୍ଭେ ଚାଲିଥିଲା । ସେ ସମୟରେ ଅଞ୍ଚଳବାସୀଙ୍କ 18,200 ଏକର ଜମି ଜଳସମାଧି ହେଉଥିବା କାରଣରୁ ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନ ଜୀବିକା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ସରକାର ନିଜ ପ୍ରତିଶ୍ରୁତି ରଖିନଥିବାରୁ ଏନେଇ ଅତୀତରେ ଅନେକବାର ଆନ୍ଦୋଳନ ହୋଇଛି ।

କୋରାପୁଟରେ ଉପଜିଲ୍ଲାପାଳଙ୍କୁ ଭେଟିଲେ ବୁଡିଅଞ୍ଚଳ ବିସ୍ଥାପିତ ସଂଘର ସଦସ୍ୟ

ଗତ ଜାନୁଆରୀ ମାସରେ ବୁଡି ଅଞ୍ଚଳ ବିସ୍ଥାପିତ ସଂଘର ସଦସ୍ୟ ଏନେଇ ରାଜ୍ୟର ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଭୁବନେଶ୍ବର ଯାଇ ଭେଟିଥିଲେ । ଶକ୍ତି ମନ୍ତ୍ରୀ ଫେବୃଆରୀ 7 ତାରିଖରେ ସେମାନଙ୍କ ଅଞ୍ଚଳକୁ ଆସି ସମସ୍ୟାର ସମାଧାନ ଦିଗରେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସଂଘର ସଭାପତି ଲଳିତ ଟାଙ୍ଗୁଲୁ ଜଣାଇଛନ୍ତି । କିନ୍ତୁ ସେ ମଧ୍ୟ ପ୍ରତାରଣା କରି ଅଞ୍ଚଳକୁ ଆସିନଥିବା ଯୋଗୁଁ ଗୁରୁବାର ସଂଘର କର୍ମକର୍ତ୍ତା କୋରାପୁଟ ଆସି ଉପଜିଲ୍ଲାପାଳଙ୍କ ପାଖରେ ପୁଣି ଥରେ ଦାବିପତ୍ର ଦେଇଛନ୍ତି ।

ତେବେ ଆସନ୍ତା 2 ମାସ ମଧ୍ୟରେ ଅଞ୍ଚଳର ସମସ୍ୟା ପ୍ରତି ସରକାର ଦୃଷ୍ଟି ନଦେଲେ ଆନ୍ଧ୍ରପ୍ରଦେଶ ପ୍ରତି ସମସ୍ତ ଅଞ୍ଚଳବାସୀ ଆନୁଗତ୍ୟ ପ୍ରକାଶ କରିବେ ବୋଲି ସଂଘ ଚେତାବନୀ ଦେଇଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.