ETV Bharat / state

ବିଏସ୍ଏଫ୍ ଦ୍ଵାରା Run Up To Teachers Day ଆୟୋଜିତ

କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍କୁଲରେ ୭୫ ତମ ସ୍ବାଧିନତା ଦିବସ ପାଳନ ଅବସରରେ “ରନ୍ ଅପ୍ ଟୁ ଟିଚର୍ସ ଡ଼େ” କାର୍ଯ୍ୟକ୍ରମ (run up to teachers day ) ଆୟୋଜିତ । ସୀମା ସୁରକ୍ଷା ବଳ (BSF) ଦ୍ବାରା ଏହା ଆୟୋଜିତ ହୋଇଥିଲା । ଅଧିକ ପଢନ୍ତୁ

ବିଏସ୍ଏଫ୍ ଦ୍ଵାରା Run Up To Teachers Day ଆୟୋଜିତ
ବିଏସ୍ଏଫ୍ ଦ୍ଵାରା Run Up To Teachers Day ଆୟୋଜିତ
author img

By

Published : Sep 3, 2022, 8:44 AM IST

କୋରାପୁଟ: ଜିଲ୍ଲାର ବିଭିନ୍ନ ସ୍କୁଲରେ ୭୫ ତମ ସ୍ବାଧିନତା ଦିବସ ପାଳନ ଅବସରରେ “ରନ୍ ଅପ୍ ଟୁ ଟିଚର୍ସ ଡ଼େ” କାର୍ଯ୍ୟକ୍ରମ (run up to teachers day ) ଆୟୋଜନ କରାଯାଇଥିଲା । ସୀମା ସୁରକ୍ଷା ବଳ (BSF) ଦ୍ବାରା ଏହା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଜିର ଯୁବପିଢିଙ୍କ ନିକଟରେ ସୀମା ସୁରକ୍ଷା ବଳର ସଂଗଠନ, ଏହାର କାର୍ଯ୍ୟକାରିତା ଓ ଜଣେ ସୀମା ପ୍ରହରୀ ଜୀବନ ବିଷୟରେ ଅବଗତ କରାଇବା ।

ବିଏସ୍ଏଫ୍ ଦ୍ଵାରା Run Up To Teachers Day ଆୟୋଜିତ

ଏହି ଅବସରରେ ବିଏସ୍ଏଫ୍ ତରଫରୁ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର, ହ୍ୟାଣ୍ଡ୍ ଗ୍ରେନେଡ୍ ସମେତ ଆସଲ୍ଟ ରାଇଫଲ୍, ୟୁବିଜିଏଲ୍ (ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍), ମୋର୍ଟାର, ଏଲ୍ଏମ୍ ଜି (ହାଲୁକା ମେସିନ୍ ବନ୍ଧୁକ), ଏମ୍ ଏମ୍ ଜି (ମଧ୍ୟମ ମେସିନ୍ ବନ୍ଧୁକ), ଏଚ୍ ଏଚ୍ ଏମ୍ ଡି (ହ୍ୟାଣ୍ଡ-ହେଲ୍ଡ ମେଟାଲ୍ ଡିଟେକ୍ଟର୍ସ) ସହିତ ଥର୍ମାଲ୍ ଇମେଜିଙ୍ଗ୍ ଡିଭାଇସ୍ ଏବଂ ନାଇଟ୍-ଭିଜନ୍ ଉପକରଣ ଲକ୍ଷ୍ମୀପୁର ସରକାରୀ କଲେଜ ଓ ଅନକାଡେଲି ଉଚ୍ଚ ବିଦ୍ୟାଳୟରେ ପ୍ରଦର୍ଶନ କରାଯାଇଥିଲା ।

ଏହାବି ପଢନ୍ତୁ: ବେଷ୍ଟ ଇନଭେଷ୍ଟିଗେସନ ପାଇଁ ସମ୍ମାନିତ ହେବେ ୪ ଓଡ଼ିଆ ଅଫିସର

ଏକ ଡଗ୍ ସୋ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଦେଶର ସୁରକ୍ଷା ପାଇଁ ବିଏସ୍ଏଫ୍ କେତେ ପ୍ରତିବଦ୍ଧ ତାହା ଦେଖାଯାଇଥିଲା ଏବଂ ତାଲିମପ୍ରାପ୍ତ କୁକୁରମାନେ ବିଏସ୍ଏଫକୁ କିପରି ସହାୟତା କରନ୍ତି ଏହି ବିଷୟରେ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମ ପରେ ବିଏସଏଫ କୋରାପୁଟ ଡିଆଇଜି ମଦନ ଲାଲ ଲକ୍ଷ୍ମୀପୁର ଠାରେ ଯୁବକମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ଦେଶର ସୁରକ୍ଷା କ୍ଷେତ୍ରରେ ସଶସ୍ତ୍ର ବାହିନୀର ଗୁରୁତ୍ବପୂର୍ଣ୍ଣ ଭୂମିକା ଏବଂ ବିଏସଏଫରେ ମହିଳାଙ୍କ ପାଇଁ ଉପଲବ୍ଧ ସୁଯୋଗ, ଅନ୍ତର୍ଜାତୀୟ ସୀମାରେ ସେମାନଙ୍କର ଭୂମିକା ଏବଂ ନିୟୋଜନ ଉପରେ ଅବଗତ କରିଥିଲେ। ସେହିପରି ବିଏସ୍ଏଫ୍ ଦ୍ବାରା ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋରାପୁଟ ସମତେ ଏକାଧିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, କ୍ରୀଡା ପ୍ରତିଯୋଗିତା ଏବଂ ବିଏସଏଫର ଡକ୍ୟୁମେଣ୍ଟାରୀ ଭିଡିଓ ପ୍ରଦର୍ଶନର ଆୟୋଜନ କରାଯାଇଥିଲା ​ ।

ଦେଶକୁ ସୁରକ୍ଷା ଦେବା କ୍ଷେତ୍ରରେ ବିଏସଏଫର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ବିଏସଏଫ ଯବାନ ତାଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି । 1965 ମସିହାର ଡିସେମ୍ବର 1 ତାରିଖରେ ବିଏସଏଫ ଗଠନ କରାଯାଇଥିଲା । ପାକିସ୍ତାନକୁ ଲାଗିଥିବା ଅନ୍ତର୍ଜାତୀୟ ସୀମା ଓ 1971 ମସିହା ପରେ ବାଲାଂଦେଶକୁ ଲାଗି ଥିବା ଅନ୍ତର୍ଜାତୀୟ ସୀମାକୁ ଏମାନେ ସୁରକ୍ଷା ଯୋଗାଇ ଆସୁଛନ୍ତି । ଦେଶକୁ ସୁରକ୍ଷା ଦେବା କ୍ଷେତ୍ରରେ ବିଏସଏଫ(Border Security Force)ର ଅବଦାନ ଅତୁଳନୀୟ ।

ଇଟିଭି ଭାରତ,କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.