ETV Bharat / state

ଛାତ୍ରଛାତ୍ରୀଙ୍କୁ BSFରେ ଯୋଗଦାନ ପାଇଁ ପ୍ରେରଣା ଯୋଗାଇଲେ DIG

author img

By

Published : Apr 26, 2022, 9:46 PM IST

BSF କୋରାପୁଟ ପକ୍ଷରୁ ମହାବିଦ୍ୟଳୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଏବଂ ସଚେତନତା ବାର୍ତ୍ତା ଦେଲେ BSF ଡିଆଇଜି ମଦନ ଲାଲ୍ । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀଙ୍କୁ BSF ର ଯୋଗଦାନ ପାଇଁ ପ୍ରେରଣା ଯୋଗାଇଲେ DIG

କୋରାପୁଟ: ମହାବିଦ୍ୟଳୟ ଛାତ୍ରଛାତ୍ରୀଙ୍କୁ BSF କୋରାପୁଟ ପକ୍ଷରୁ ଏକ ପ୍ରେରଣା ଏବଂ ସଚେତନତା ଅଧିବେଶନ ଆୟୋଜିତ । ଜୟପୁର ସ୍ଥିତ ବିକ୍ରମଦେବ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏନେଇ ଏକ ତାଲିମ ଦିଆଯାଇଛି । ଏହି ଅବସରରେ BSF ଡିଆଇଜି ମଦନ ଲାଲ୍, ବିଏସ୍ଏଫ୍ ସଶସ୍ତ୍ର ବାହିନୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଛନ୍ତି ।

ଛାତ୍ରଛାତ୍ରୀଙ୍କୁ BSFରେ ଯୋଗଦାନ ପାଇଁ ପ୍ରେରଣା ଯୋଗାଇଲେ DIG

ବିଏସଏଫ ସମ୍ପର୍କରେ ଛାତ୍ରଛାତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କ ମଧ୍ୟରେ ବିଏସଏଫରେ ଯୋଗଦେଇ ଦେଶମାତୃକାର ସେବା କରିବା ପାଇଁ ଜନ୍ମିଥିବା ପ୍ରବଳ ଆଗ୍ରହକୁ ଉତ୍ସାହିତ କରିଛନ୍ତି ଜିଆଇଜି । ଏହି ଅବସରରେ ବିଏସଏଫ ଦ୍ୱାରା ବ୍ୟବହାର କରାଯାଉଥିବା ବିଭିନ୍ନ ଆଧୁନିକ ଅସ୍ତ୍ରଶସ୍ତ୍ର ସମେତ କିଛି ସ୍ଵତନ୍ତ୍ର କୁକୁରକୁ ନେଇ ଏକ ସ୍ୱତନ୍ତ୍ର ଡଗ ଶୋ'ର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ସୁରକ୍ଷା ପାଇଁ BSF କେତେ ଉତ୍ସର୍ଗୀକୃତ ଏବଂ ନାଗରିକଙ୍କ ଜୀବନକୁ ଅଧିକ ସୁରକ୍ଷିତ କରିବା ପାଇଁ ସୁରକ୍ଷା ବାହିନୀ ସହିତ କାର୍ଯ୍ୟ କରିବାକୁ ସେମାନେ କିପରି ଏହି କୁକୁରଗୁଡିକୁ ତାଲିମ ଦିଅନ୍ତି ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.