ETV Bharat / state

ପ୍ରବଳ ବର୍ଷାରେ ଖସିଲା ପଥରଖଣ୍ଡ, ଆନ୍ଧ୍ର-ଓଡିଶା ସୀମାରେ ଟ୍ରେନ ସେବା ବ୍ୟାହତ - ଟ୍ରେନ ବାତିଲ

Boulder fall disrupts train services on Kottavalasa-Kirandul line : ମିଗଜୋମ ପ୍ରଭାବରେ ଲଗାତାର 2 ଦିନ ବର୍ଷା ଦ୍ବାରା କୋଟାଭଲସା-ଆରାକୁ ସେକ୍ସନ ରେଳ ଲାଇନରେ ଦୁଇଟି ସ୍ଥାନରେ ପଥର ଖସିଛି । ଆରାକୁ ଦେଇ ବିଶାଖାପାଟଣା ଓ ଜଗଦଲପୁରକୁ ଯାଉଥିବା ବାକି ସମସ୍ତ ଟ୍ରେନକୁ ଆଜି ଓ କାଲି ପାଇଁ ବାତିଲ କରିଦିଆଯାଇଛି । ଅଧିକ ପଢନ୍ତୁ

ପ୍ରବଳ ବର୍ଷାରେ ଖସିଲା ପଥରଖଣ୍ଡ,  ଆନ୍ଧ୍ର- ଓଡିଶା ସୀମାରେ ଟ୍ରେନ ସେବା ବ୍ୟାହତ

author img

By ETV Bharat Odisha Team

Published : Dec 5, 2023, 10:01 PM IST

କୋରାପୁଟ : ବାତ୍ୟା ମିଗଜୋମ ର ପ୍ରଭାବ ରେ ଆନ୍ଧ୍ର- ଓଡିଶା ସୀମାରେ ଟ୍ରେନ ସେବା ବ୍ୟାହତ ହୋଇଛି । ଆଜି (ମଙ୍ଗଳବାର) ସଂନ୍ଧ୍ୟା ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡ଼ ରାଜ୍ୟର କିରାଣ୍ଡୁଲ ପର୍ଯ୍ୟନ୍ତ ଲମ୍ବିଥିବା କେଭି ରେଳପଥରେ କୋରାପୁଟ ଜିଲ୍ଲା ନିକଟବର୍ତ୍ତୀ ଆନ୍ଧ୍ରର ଆରାକୁ ଅଞ୍ଚଳର ତ୍ୟାଡା ଓ ଶିବଳିଙ୍ଗପୁରମ ରେଳଷ୍ଟେସନ ମଧ୍ୟରେ ରେଳ ଧାରଣା ଉପରକୁ ପାହାଡ଼ରୁ ପଥର ଖସି ଆସିଥିଲା । ବାତ୍ୟା ଜନିତ ପ୍ରବଳ ବର୍ଷାରେ ସେହି ଟ୍ରାକ ରେ ଆସୁଥିବା ଏକ ମାଲବାହୀ ଟ୍ରେନ ଉପରେ ପଡି ମାଟି ଉପରକୁ ଖସି ଆସିଥିବା ଜଣାପଡିଛି । ଏଥିରେ ଗୋଟିଏ ବଗି ସହ ଇଂଜିନ ମଧ୍ୟ ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନଥିବା ବେଳେ କିରଣ୍ଡଲ ଓ ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ବିଭାଗ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଆଜି ବିଶାଖାପାଟଣାରୁ କିରାଣ୍ଡୁଲ କୁ ଆସୁଥିବା ରାତ୍ର ଏକ୍ସପ୍ରେସ କୁ ଆରାକୁ ପରିବର୍ତେ ରାୟଗଡ଼ା ବାଟ ଦେଇ ଚଳାଚଳ କରାଯାଉଥିବା ବେଳେ ଆରାକୁ ଦେଇ ବିଶାଖାପାଟଣା ଓ ଜଗଦଲପୁର କୁ ଯାଉଥିବା ବାକି ସମସ୍ତ ଟ୍ରେନକୁ ଆଜି ଓ କାଲି ପାଇଁ ବାତିଲ କରିଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ... AP Train Tragedy: ଦୁର୍ଘଟଣାସ୍ଥଳରେ କୋରାପୁଟ ODRAF ଟିମ, କଲେ ସଫଳ ସହାୟତା

ସୂଚନାଯୋଗ୍ୟ ଯେ ମିଗଜୋମ ପ୍ରଭାବରେ ଲଗାତାର 2 ଦିନ ବର୍ଷା ଦ୍ବାରା କୋଟାଭଲସା - ଆରାକୁ ସେକ୍ସନ ରେଳ ଲାଇନରେ ଦୁଇଟି ସ୍ଥାନ ରେ ପଥର ଖସିଛି । ପ୍ରଥମେ ରେଳ ଲାଇନ ଉପରେ ପଥରଖଣ୍ଡ ଅପରାହ୍ନ 3.30 ରେ ଚିମିଡାପଲ୍ଲୀ ରେ ଖସିଥିଲା । ଦ୍ବିତୀୟ ଘଟଣା ଟି ଶିବଲିଙ୍ଗପୁରମରେ ଘଟିଛି । ଯାହା ଫଳରେ କିରାଣ୍ଡୁଲ ବିଶାଖାପାଟଣା ପାସେଞ୍ଜର ଟ୍ରେନ ଆରାକୁ ଠାରେ ଅଟକିଥିଲା । ସେଠାରୁ 2 ଟି ବସ ଦ୍ବାରା ସମସ୍ତ ଯାତ୍ରୀ ମାନଙ୍କୁ ବିଶାଖା ପାଟଣା ପଠାଯାଇଥିଲା । ରେଳ ଲାଇନ ଉପରୁ ପଥର ହଟାଇବାକୁ ଏବଂ ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ଗୋଟିଏ ଆକ୍ସିଡେଣ୍ଟ ରିଲିଫ ଟ୍ରେନ ଉକ୍ତ ଘଟଣା ସ୍ଥଳକୁ ଯାଇଛି । ଗ୍ୟାଙ୍ଗମ୍ୟାନ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ସେଠାରେ ପହଞ୍ଚିଛନ୍ତି । କିଛି ଦିନ ପୂର୍ବରୁ କୋଟଭାଲସା - କିରାଣ୍ଡୁଲ ରେଳ ଲାଇନର ଦୋହରୀକରଣ ର ପ୍ରକଳ୍ପ କାମର ସମୀକ୍ଷା ହୋଇଥିଲା । ଯାହା ଆନ୍ଧ୍ରରେ ପର୍ଯ୍ୟଟନ ଏବଂ ମାଲ ପରିବହନରେ ବିକାଶରେ ସହାୟ ହେବ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.