କୋରାପୁଟ: ବନ୍ଧୁଗାଁ ବ୍ଲକର ମେକଡ଼ା ଠାରେ ବୁଧବାର ମାଟି ଅତଡା ଖସି ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଦୁଇଜଣ ଠିକାଦାର ଓ ବ୍ଲକ ଯନ୍ତ୍ରୀଙ୍କୁ ପୋଲିସ ଗତକାଲି ଅଟକ ରଖି ଛାଡିଦେଇଥିଲା ।
ହେଲେ ଯନ୍ତ୍ରୀଙ୍କ ବିରୁଦ୍ଧରେ ଲାଗିଥିବା ମାମଲାକୁ ପ୍ରତ୍ୟାହାର କରିବା ଦାବିରେ ବ୍ଲକର କର୍ମଚାରୀ ଆଜି ମଧ୍ୟ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି । ଏପଟେ ଜିଲ୍ଲା ସ୍ତରରେ ଜିଲ୍ଲା ଡିପ୍ଲୋମା ଇଂଜିନିୟର ସର୍ଭିସ ଆସୋସିଏସନ ପକ୍ଷରୁ ବ୍ଲକ ଯନ୍ତ୍ରୀଙ୍କ ବିରୁଦ୍ଧରେ ଲାଗିଥିବା ମାମଲା ପ୍ରତ୍ୟାହାର ଦାବି ହୋଇଛି ।
ଅଭିଯୋଗକୁ ହଟା ନଗଲେ ଆସନ୍ତାକାଲି ପର୍ଯ୍ୟନ୍ତ ସଂଘର ସମସ୍ତ ୯୨ ଜଣ କନିଷ୍ଠ ଯନ୍ତ୍ରୀଙ୍କ ଦ୍ବାରା କଲମଛାଡ଼ ଆନ୍ଦୋଳନ ଚାଲୁ ରହିବ ବୋଲି ଧମକ ଦିଆଯାଇଛି । ଏସଂକ୍ରାନ୍ତରେ ଜିଲ୍ଲାପାଳ ତଦନ୍ତ କରି ସମାଧାନ କରିବାର ଆଶ୍ବାସନା ଦେଇଥିବା ଆସୋସିଏସନର ସମ୍ପାଦକ ରମାକାନ୍ତ ଦାସ ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ