ETV Bharat / state

ଜଳବାୟୁ ପରିବର୍ତ୍ତନ ପ୍ରଭାବ, ମୁଣ୍ଡରେ ହାତ ଦେଲେ ଗୋଲମରିଚ ଚାଷୀ

author img

By

Published : May 5, 2023, 4:20 PM IST

ଜଳବାୟୁ ପରିବର୍ତ୍ତନ ସହ ଅଦିନିଆ ବର୍ଷାରେ କ୍ଷତି ସହିଛନ୍ତି ଗୋଲମରିଚ ଚାଷୀ । ପ୍ରକୃତି ଆଗରେ ହାରି ଯାଇଛନ୍ତି ଗୋଲମରିଚ ଚାଷୀ । ଅଧିକ ପଢନ୍ତୁ

black paper farming
ମୁଣ୍ଡରେ ହାତ ଦେଲେ ଗୋଲମରିଚ ଚାଷୀ
ମୁଣ୍ଡରେ ହାତ ଦେଲେ ଗୋଲମରିଚ ଚାଷୀ

କୋରାପୁଟ: ଅନେକ ସମାଗ୍ରୀର ଉତ୍ପାଦନ ସ୍ଥଳୀ ହୋଇଛି କୋରାପୁଟ । କଫିଠୁ ନେଇ ହଳଦୀ ସବୁଥିରେ ସଫଳତା ସାଉଁଟିଛି ଜିଲ୍ଲା । ମାତ୍ର ପ୍ରକୃତି ଆଗରେ ହାରି ଯାଇଛନ୍ତି ଗୋଲମରିଚ ଚାଷୀ । ଅଦିନିଆ ବର୍ଷାରେ କ୍ଷତି ସହିଛନ୍ତି ଗୋଲମିରିଚ ଚାଷୀ । ମୂଲ୍ୟବାନ ଗୋଲମରିଚ ଚାଷର କ୍ଷତି ସହିଥିବାରୁ ମଣ୍ଡରେ ହାତ ଦେଇଛନ୍ତି ଚାଷୀ ।

ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ହେଉଥିବା ଅଦିନିଆ ବର୍ଷା ଯୋଗୁଁ ସୁଉଚ୍ଚ ସିଲଭର ଓକ ଗଛରେ ମାଡିଥିବା ଗୋଲମରିଚ ଲତାରୁ ଫଳ ତୋଳିବା ନିମନ୍ତେ ସ୍ବତନ୍ତ୍ର ଶ୍ରମିକ ମଧ୍ୟ କାମ କରିପାରୁନାହାନ୍ତି । କୋରାପୁଟ ଜିଲ୍ଲାର ଶହ ଶହ ଏକରରେ ଥିବା ଗୋଲମରିଚ ଫଳ , ଗଛରେ ହିଁ ରହି ଝଡ଼ିଯିବା ସହ ପାଚିଯିବା ଫଳରେ ଚାଷୀକୁ କ୍ଷତି ସହିବାକୁ ପଡୁଛି । ଜିଲ୍ଲା ଦଶମନ୍ତପୁର ବ୍ଲକ ରାଜୁଗୁଡା ସ୍ଥିତ ସପ୍ତଗିରି କଫି ବଗିଚାର ଉଦ୍ୟୋଗୀ ସୁଶାନ୍ତ ପଣ୍ଡା ଏ ନେଇ ସୂଚନା ଦେଇଛନ୍ତି ଜଣାଇଛନ୍ତି । ବର୍ତ୍ତମାନ କଫି ବଗିଚାରେ ଗୋଲମରିଚ ତୋଳିବାର ସମୟ । କୋରାପୁଟ ଜିଲ୍ଲାର ବିଭିନ୍ନ କଫି ବଗିଚାରେ ସୁଉଚ୍ଚ ସିଲଭର ଓକ ଗଛରେ ମାଳିଥିବା ଗୋଲମରିଚ ଲତାରୁ ଫଳ ତୋଳିବା ନିମନ୍ତେ ସ୍ବତନ୍ତ୍ର ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ତେବେ ହଠାତ ତୁହାକୁ ତୁହା ବର୍ଷା ହେବା ଫଳରେ ସିଲଭର ଓକ ଗଛର କାଣ୍ଡ ଖସଡ଼ା ହୋଇଯାଉଥିବା ଯୋଗୁଁ ବାଉଁଶ ଶିଢି ଲଗାଇ ମଧ୍ୟ ଗୋଲମରିଚ ତୋଳିବା ସମ୍ଭବ ହୋଇପାରୁନାହିଁ ।

ବିଗତ ବର୍ଷ ଗୁଡିକରେ ଏକର ପିଛା 250ରୁ 300 କିଲୋ ଗୋଲମରିଚ ଉତ୍ପାଦନ ହେଉଥିବା ବେଳେ ଚଳିତ ବର୍ଷ କମ ଫଳିବା ସାଙ୍ଗକୁ ଅଦିନିଆ ବର୍ଷା ଯୋଗୁଁ ପ୍ରାୟ 50 ଭାଗ ଆଦାୟ କମିଯିବାର ଆଶଙ୍କା ଦେଖାଯାଇଛି । ଅପର ପକ୍ଷେ ଗୋଲମରିଚ ତୋଳି ଦୁଇ ପଇସା ରୋଜଗାର କରୁଥିବା ସ୍ଥାନୀୟ ଯୁବକଙ୍କର ଆୟ ମଧ୍ୟ କମିଯିବା ଆଶଙ୍କା କରାଯାଉଛି । ଗୋଲମରିଚ ତୋଳିବାର ପରିମାଣ ଅନୁସାରେ ଦିନକୁ 1200ରୁ 1500 ଟଙ୍କା ଆଦାୟ କରାଯାଉଥିଲା ମାତ୍ର ଅଦିନିଆ ବର୍ଷା ଯୋଗୁଁ 500 ଟଙ୍କା ପାଇବା ବି ମୁସ୍କିଲ୍‌ ହୋଇପଡିଛି ।

କୋରାପୁଟରେ ଗୋଲମରିଚ ଓ କଫି ଚାଷ ପାଇଁ ଅନୁକୂଳ ଜଳବାୟୁ ରହିଥିବା ଯୋଗୁଁ ଏହିଠାରେ ୧୯୭୧ ମସିହାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ କଫି ଓ ଗୋଲମରିଚ ଚାଷ ଆରମ୍ଭ କରାଯାଇଥିଲା । ଏହି 52 ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାର ତିନି ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଜମିରେ ଗୋଲମରିଚକୁ କଫିର ଏକ ସହକାରୀ ଫସଲ ଭାବେ ସଫଳତାର ସହ ଚାଷ କରାଯାଇଛି । କୋରାପୁଟ ଜିଲ୍ଲାରେ ଅନ୍ୟୁନ ତିନି ହଜାର କ୍ଷୁଦ୍ର ଚାଷୀ ତଥା ଶତାଧିକ କଫି ଉଦ୍ୟୋଗୀ ଗୋଲମରିଚ ଚାଷ କରି ଲାଭାନ୍ଵିତ ହୋଇଛନ୍ତି । ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଦିନ ମଜୁରିଆ ବର୍ଷ ତମାମ କାମ ପାଇଥାନ୍ତି । ଗୋଲମରିଚ ଚାଷରେ ଫଳ ତୋଳିବାଠାରୁ ଆରମ୍ଭ କରି ଶୁଖାଇବା ପର୍ଯ୍ୟନ୍ତ ବହୁ ସ୍ତର ଦେଇ ପ୍ରକ୍ରିୟା ସମ୍ପନ୍ନ ହେଉଥିବା ଯୋଗୁଁ ଅମଳ ସମୟରେ ବହୁ ସଂଖ୍ୟାରେ ଶ୍ରମିକଙ୍କ ଆବଶ୍ୟକତା ଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ ଗୋଲମରିଚ ଚାଷ କ୍ଷତି ହୋଇଥିବା ଆଶଙ୍କା କରାଯାଉଛି ।

ଇଟିଭି ଭାରତ,କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.