ETV Bharat / state

ସରକାରଙ୍କୁ ବିରୋଧ କରି ବିଜେପିର ଏସପି କାର୍ଯ୍ୟାଳୟ ଘେରାଉ - ବିଜେପି ନେତାଙ୍କୁ ହତ୍ୟା

ବିଜେଡି ସରକାର ରକ୍ତର ହୋଲି ଖେଳି ବିଜେପି ନେତାଙ୍କୁ ହତ୍ୟା କରିଚାଲିଥିବା ଦଳ ଅଭିଯୋଗ କରିଛି । କୋରାପୁଟ ଜିଲ୍ଲା ବିଜେପି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛି । ଅଧିକ ପଢନ୍ତୁ:

ସରକାରକୁ ବିରୋଧ କରି ବିଜେପିର ଏସପି କାର୍ଯ୍ୟାଳୟ ଘେରାଉ

author img

By

Published : Jan 8, 2021, 11:11 AM IST

କୋରାପୁଟ: ମାହାଙ୍ଗାରେ ଦୁଇଜଣ ବିଜେପି ନେତାଙ୍କ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି । ସେହିପରି ପରି ହତ୍ୟାକାଣ୍ଡରେ ଅରୁଣ ସାହୁଙ୍କ ନିରବତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡି ସରକାରଙ୍କ ଚଞ୍ଚକତାକୁ ବିରୋଧ କରି କୋରାପୁଟ ଜିଲ୍ଲା ବିଜେପି ଦ୍ବାରା ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି ।

ସରକାରକୁ ବିରୋଧ କରି ବିଜେପିର ଏସପି କାର୍ଯ୍ୟାଳୟ ଘେରାଉ

ପଡୋଶୀ ରାଜ୍ୟ ପଶ୍ଚିମ ବଙ୍ଗ ଭଳି ଗତ ନିର୍ବାଚନ ସମୟଠାରୁ ଓଡ଼ିଶାରେ ମଧ୍ୟ ବିଜେଡି ସରକାର ରକ୍ତର ହୋଲି ଖେଳି ବିଜେପି ନେତାଙ୍କୁ ହତ୍ୟା କରିଚାଲିଥିବା ଦଳ ଅଭିଯୋଗ କରିଛି । ମାହାଙ୍ଗା ହତ୍ୟାକାଣ୍ଡରେ ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ଜେନା ଓ ପରି ହତ୍ୟାକାଣ୍ଡ ରେ ନିରବ ରହିଥିବା ଅରୁଣ ସାହୁଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରିବା ପାଇଁ ଦଳ ଦାବି କରିଛି ।

ସବୁ ଜାଣିଶୁଣି ରାଜ୍ୟସରକାର ଯଦି ଉଚିତ ପଦକ୍ଷେପ ନ ନିଅନ୍ତି , ଦଳ ରାଜରାସ୍ତାକୁ ଆସି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ବିଜେପିର ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଚେତାବନୀ ଦେଇଛନ୍ତି।

କୋରାପୁଟରୁ ସିଏଚ୍.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.