ETV Bharat / state

କୋରାପୁଟ ବନାଞ୍ଚଳରେ ପକ୍ଷୀ ଗଣନା ସମ୍ପନ୍ନ - କୋରାପୁଟରେ ପକ୍ଷୀ ଗଣନା

କୋରାପୁଟରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ଜିଲ୍ଲାକୁ 1200 ପକ୍ଷୀ ଆସିଥିଲେ। ପକ୍ଷୀଙ୍କ ଆଗମନ ପାଇଁ ହୋଇଥିଲା ବିଶେଷ ପ୍ରସ୍ତୁତି। ଅଧିକ ପଢ଼ନ୍ତୁ...

Bird counts are complete in the Koraput forest
କୋରାପୁଟ ବନାଞ୍ଚଳରେ ପକ୍ଷୀ ଗଣନା ସମ୍ପନ୍ନ
author img

By

Published : Jan 5, 2021, 8:22 PM IST

କୋରାପୁଟ: କୋରାପୁଟ ବନଖଣ୍ଡ ଅଞ୍ଚଳରେ ଶେଷ ହେଲା ପକ୍ଷୀ ଗଣନା। ଜିଲ୍ଲାର ଡଙ୍ଗରି ମାଳିଗୁଡା, ବାଗ୍ରା, ଦାମାନଯୋଡି ଏସପଣ୍ଡ, ରାଣୀଗୁଡା ଡ୍ୟାମ, ସେମିଳିଗୁଡା ଓ କୋରାପୁଟରେ ଥିବା କୋଲାବ ଜଳଭଣ୍ଡାର ନିକଟକୁ ବହୁ ବିଦେଶୀ ପକ୍ଷୀ ଆସିଥାନ୍ତି। ଏହାସହ ଅନ୍ୟାନ୍ୟ ଛୋଟ ବଡ ଜଳଧାରା ନିକଟକୁ ପକ୍ଷୀଙ୍କ ଆଗମନ ହୋଇଥାଏ। ତେବେ ଏହି ସବୁ ସ୍ଥାନରେ ପକ୍ଷୀ ଗଣନା ସମାପ୍ତ ହୋଇଥିବା କୋରାପୁଟ ବନାଞ୍ଚଳ ଆଧିକାରୀ ରୋହିତ କୁମାର ସୂଚନା ଦେଇଛନ୍ତି।

କୋରାପୁଟ ବନାଞ୍ଚଳରେ ପକ୍ଷୀ ଗଣନା ସମ୍ପନ୍ନ

ଚଳିତ ବର୍ଷ କୋଲାବ କୂଳକୁ 1200 ପକ୍ଷୀ ଆସିଥିଲେ। ସେମାନଙ୍କ ମଧ୍ୟରେ କେଉଁ ପକ୍ଷୀ ନବାଗତ ତାହା ଜଣା ପଡ଼ିନାହିଁ। ତେବେ ଚଳିତ ବର୍ଷ ପକ୍ଷୀଙ୍କ ମଧ୍ୟରେ ଅଡିସେଲ ଡକ ସଂଖ୍ୟା ଅଧିକ ରହିଥିଲା।

କୋରାପୁଟର ପ୍ରାକୃତିକ ପରିବେଶ ଓ ଥଣ୍ଡା ଜଳବାୟୁ ଏହି ପକ୍ଷୀମାନଙ୍କୁ ଆକୃଷ୍ଟ କରୁଛି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏହି ପକ୍ଷୀମାନଙ୍କୁ ସ୍ବାଗତ କରିବା ପାଇଁ ଜଳାଶୟ ନିକଟବର୍ତ୍ତୀ ଅଞ୍ଚଳରେ ବିଶେଷ ପ୍ରସ୍ତୁତି କରାଯାଇଥିଲା। ପକ୍ଷୀଙ୍କ ପାଇଁ ବିଶେଷ ପ୍ରସ୍ତୁତି ଯୋଗୁଁ ଏହି ସ୍ଥାନଗୁଡ଼ିକରେ ପକ୍ଷୀ ଘୁରିବୁଲିବା ପାଇଁ ସହାୟକ ହୋଇଛି ବୋଲି କହିଛନ୍ତି କୋରାପୁଟ ବନାଞ୍ଚଳ ଅଧିକାରୀ ରୋହିତ କୁମାର।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.