କୋରାପୁଟ: ଜିଲ୍ଲାର ସେମିଳିଗୁଡାରେ ହିତାଧିକାରୀଙ୍କୁ ବିଡିଓଙ୍କ ଆକ୍ରମଣ ନେଇ ଅଭିଯୋଗ ହୋଇଛି ।
ସେମିଳିଗୁଡା ନିକଟସ୍ଥ ମୂଷାଗୁଡା ଗ୍ରାମର ଚନ୍ଦ୍ର ଖରା ନିଜ ପତ୍ନୀ ସୁରଭି ଖରାଙ୍କ ସହ ନିଜ ଘରର ଶୌଚାଳୟ ନିର୍ମାଣ ସମ୍ପୁର୍ଣ୍ଣ ହେବା ପରେ ବିଲ ଅନୁଯାୟୀ ଅର୍ଥ ମଞ୍ଜୁର ହେତୁ ବ୍ଲକ ଅଫିସକୁ ଅନୁରୋଧ କରିବାକୁ ଯାଇଥିଲେ । ସେଠରେ ବିଡ଼ିଓ ଶ୍ରୀ ତ୍ରିନାଥ ମାଝି ଚନ୍ଦ୍ର ଖରାଙ୍କ ଉପରକୁ ଏକ ଲୁହ ରଡ଼ ଯୋଗେ ଆକ୍ରମଣ କରିଥିଲେ । ଏନେଇ ଚନ୍ଦ୍ର ଖରା ସେମିଳିଗୁଡା ଥାନାରେ ଅଭିଯୋଗ କରିଛନ୍ତି ।
କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ