ETV Bharat / state

କୋରାପୁଟ ବାର ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚିତ

author img

By

Published : Mar 27, 2022, 9:56 AM IST

ବାର ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚିତ । କୋରାପୁଟ ଜିଲ୍ଲା ବାର ଆସୋସିଏସନର ସଭାପତି ଭାବେ ବରିଷ୍ଠ ଆଇନଜୀବୀ ନିହାର ପଟ୍ଟନାୟକ ନିର୍ବାଚିତ ନିର୍ବାଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

bar association election in koraput
କୋରାପୁଟ ବାର ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚିତ

କୋରାପୁଟ: ବାର ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚିତ । କୋରାପୁଟ ଜିଲ୍ଲା ବାର ଆସୋସିଏସନର ସଭାପତି ଭାବେ ବରିଷ୍ଠ ଆଇନଜୀବୀ ନିହାର ପଟ୍ଟନାୟକ ନିର୍ବାଚିତ ହୋଇଥିବା ବେଳେ ସୁବାସ ସେନାପତି ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ମନୋରଞ୍ଜନ ରାଉତରାୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

କୋରାପୁଟ ଜିଲ୍ଲାର ବାର ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହେବା ପରେ ନିହାର ପଟ୍ଟନାୟକ ନିଜର ମତବ୍ୟକ୍ତ କରିଛନ୍ତି । ସମସ୍ତ ଆଇନଜୀବୀଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ଏକ ସୌହାର୍ଯ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ଆସୋସିଏସନ୍ କାମ କରିବ ବୋଲି ସେ କହିଛନ୍ତି । ଆଇନଜୀବୀଙ୍କ କାର୍ଯ୍ୟରେ ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ସମସ୍ତ ପ୍ରୟାସ କରାଯିବ ବୋଲି ସମ୍ପାଦକ ମନୋରଞ୍ଜନ ରାଉତରାୟ ଜଣାଇଛନ୍ତି ।

କୋରାପୁଟ ଜିଲ୍ଲାରେ ସମୁଦାୟ 209 ଜଣ ଆଇନଜୀବୀ ଆସୋସିଏସନର ସଦସ୍ୟ ଥିବା ବେଳେ 184 ଜଣ ସଦସ୍ୟ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ନେଇ ନିର୍ବାଚନ ପରିଚାଳକ ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.