ETV Bharat / state

କୁନି ରଥରେ ବଡଠାକୁର, ଛୋଟ ଛୋଟ ପିଲା ପାଳିଲେ ବାହୁଡା ଯାତ୍ରା

author img

By

Published : Jul 1, 2020, 8:26 PM IST

Updated : Jul 1, 2020, 10:32 PM IST

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ନିଆରା ରଥଯାତ୍ରା । କୋରାପୁଟ ସହରର ଗାନ୍ଧୀନଗରରେ ଏକ କ୍ଷୁଦ୍ର ଗଳିରେ ଟିକି ରଥରେ ବଡ଼ଠାକୁରଙ୍କୁ ବସାଇ ଛୋଟ ଛୋଟ ପିଲା ପାଳିଲେ ବାହୁଡା ଯାତ୍ରା । ଅଧିକ ପଢନ୍ତୁ...

bahuda-yatra-celebrated-by-small-children-with-small-chariot-in-koraput
ଟିକି ରଥରେ ବଡଠାକୁରଙ୍କୁ ବସାଇ ଛୋଟ ଛୋଟ ପିଲା ପାଳିଲେ ବାହୁଡା ଯାତ୍ରା

କୋରାପୁଟ: ଘରେ ଘରେ ଜଗନ୍ନାଥ । ଭାବଗ୍ରାହୀ କଳାଠାକୁରଙ୍କ ପାଖରେ ବଡ଼ସାନର ଭେଦ ନଥାଏ । ଏହି ଭାବକୁ ଆଖିରେ ରଖି କୋରାପୁଟ ସହର ମଧ୍ୟରେ ଗାନ୍ଧିନଗରର ଏକ କ୍ଷୁଦ୍ର ଗଳିରେ ଟିକି ରଥରେ ବଡ଼ଠାକୁରଙ୍କୁ ବସାଇ ଛୋଟ ଛୋଟ ପିଲା ପାଳିଲେ ବାହୁଡା ଯାତ୍ରା ।

କୁନି ରଥରେ ବଡଠାକୁର, ଛୋଟ ଛୋଟ ପିଲା ପାଳିଲେ ବାହୁଡା ଯାତ୍ରା

କୋଭିଡ କଟକଣା ଯୋଗୁଁ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚଳିତ ବର୍ଷ ତିନି ଠାକୁରଙ୍କ ଦିବ୍ୟ ରଥ ବଡଦାଣ୍ଡରେ ଗଡ଼ିଲା ନାହିଁ । ସମସ୍ତଙ୍କ ମଧ୍ୟରେ ଏହା ନୈରାଶ୍ୟ ଭରିଦେଇଥିବା ବେଳେ ଏହି ସାହିର ପିଲା ନିଜେ ନିଜେ ରଥଯାତ୍ରା ପାଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ପିଲାଙ୍କ ମଧ୍ୟରେ ଏହି ଆଗ୍ରହ ଦେଖି ବଡ଼ ମାନେ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ । ମହିଳାମାନେ ରଥର କପଡା ସିଲାଇ କଲେ ଓ ପୁରୁଷ ମାନେ ପିଲାଙ୍କ ଇଛା ମୁତାବକ ଶାବର ଶ୍ରୀକ୍ଷେତ୍ର ବଡଦାଣ୍ଡରେ ପ୍ରତିବର୍ଷ ଗଡୁଥିବା ଦିବ୍ୟ ରଥର ନକଲ କରି ଛୋଟ ରଥଟିଏ ନିର୍ମାଣ କଲେ । ଶ୍ରୀଗୁଣ୍ଡିଚା ଯାତ୍ରାରେ ସାହିରେ ଜଣକ ଘରକୁ ଶ୍ରୀମନ୍ଦିର ଭାବେ ପରିଗଣିତ କରି ଆଉ ଏକ ଘରେ ଶ୍ରୀଗୁଣ୍ଡିଚା ମନ୍ଦିର ଭାବେ ନବଦିନର ପୂଜାର୍ଚନା ସମ୍ପନ୍ନ କରାଯାଇଥିଲା । ବୁଧବାର ପୁଣିଥରେ ପିଲାମାନେ ତିନି ଠାକୁରଙ୍କୁ ରଥ ଉପରକୁ ପହଣ୍ଡି କରି ଆଣି ପୂର୍ବ ଘରକୁ ଟାଣି ଟାଣି ବାହୁଡା ଯାତ୍ରାରେ ନେଇଯାଇଥିଲେ ।

ପିଲାଙ୍କ ମଧ୍ୟରେ ମିଳିମିଶି କାମକରିବା ପାଇଁ ଦେଖାଦେଇଥିବା ଆଗ୍ରହ ସେମାନଙ୍କ ଜୀବନରେ ଏକ ସକାରାତ୍ମକ ପ୍ରଭାବ ବିସ୍ତାର କରିବାରେ ସହାୟକ ହେବ ବୋଲି ସାହିରେ ରହୁଥିବା ଶିକ୍ଷକ ନରସିଂହ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jul 1, 2020, 10:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.