ETV Bharat / state

ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ବାଡିରେ ଫଳୁଛି ଦୁର୍ଲଭ ଫଳ, ନୂଆ ସମ୍ଭାବନା ଦେଖୁଛି କୋରାପୁଟ - avocardo in koraput

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଯେ ଖାଲି କଫି କି ଅଙ୍ଗୁର ନୁହେଁ ଦୁର୍ଲଭ ଫଳ ଯେପରିକି ଆଭୋକାଡୋ ଓ ପ୍ୟାସନ, ଡ୍ରାଗନ ଫଳ ଭଳି ବହୁ ମୂଲ୍ୟବାନ ଓ ବିରଳ ଫଳ ମଧ୍ୟ ହୋଇପାରିବ । ଅଧିକ ପଢନ୍ତୁ...

ଦୁର୍ଲଭ ଫଳଗଛର ବଗିଚାରେ କୋରାପୁଟ ଦେଖୁଛି ସମ୍ଭାବନା

author img

By

Published : Sep 7, 2020, 5:12 PM IST

କୋରାପୁଟ: ଆଦିବାସୀ ଜାତି ଓ ଜନଜାତି ବିକାଶ ବିଭାଗର ଉପନିର୍ଦେଶକ ଭାବେ କାର୍ଯ୍ୟ କରିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ନରହରି ସେଠୀ । ଚାକିରିରୁ ଅବସର ପରେ ବୃକ୍ଷଲତାଙ୍କ ସହ ନିଜ ଜୀବନ ବିତାଉଛନ୍ତି । ନିଜ ବଗିଚାରେ ଲଗାଇଛନ୍ତି ବହୁ ମୂଲ୍ୟବାନ ଓ ଦୁର୍ଲଭ ଫଳ ଗଛ ।

ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ବାଡିରେ ଫଳୁଛି ଦୁର୍ଲଭ ଫଳ, ନୂଆ ସମ୍ଭାବନା ଦେଖୁଛି କୋରାପୁଟ

କୋରାପୁଟ ଓ ସୁନାବେଡାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କଡରେ ଗୋପାଳପୁଟ ଗ୍ରାମର ଉପକଣ୍ଠରେ ଏକ ଫଳ ବଗିଚା ମଧ୍ୟରେ ଗଢି ଉଠିଛି ଏହି ଆଶ୍ରମ ପରିବେଶ । ତେବେ ଏହି ଫଳ ବଗିଚାରେ ଥିବା ଭଳିକି ଭଳି ଫଳ ଓ କୋରାପୁଟ ଜିଲ୍ଲାର ପାଣି ପବନରେ ଫଳ ଚାଷର ସମ୍ଭାବନାକୁ ଦ୍ବିଗୁଣିତ କରିଥିବା କହିଛନ୍ତି ନରହରି ସେଠୀ।

ଏହି ବଗିଚାରେ ଆଭୋକାଡ଼ୋ, ପ୍ୟାସନ, ଡ୍ରାଗନ ଫଳ ଭଳି ଦୁର୍ଲଭ ଓ ଦାମିକିଆ ଫଳ ସହିତ ଅଙ୍ଗୁର, ସପେଟା, ଗୁଲାବଜାମୁନ, ଛୋଟ ଗଛରେ ଫଳୁଥିବା ବଡ ପିଜୁଳି, ଭଳିକି ଭଳି ଆମ୍ବ, ଲିଚୁ , ଟଭା ଓ ଅନ୍ୟାନ୍ୟ ଦେଶୀ ଫଳ ଗଛ ରହିଛି । ତେବେ ବ୍ୟବସାୟିକ ଦୃଷ୍ଟିକୋଣରୁ ବଗିଚା ସୃଷ୍ଟି ହୋଇନଥିବା ଯୋଗୁଁ ପ୍ରତିଟି ଫଳର ଗୋଟାଏରୁ ଦୁଇଟି ଗଛ ଏହି ବଗିଚାରେ ରହିଛି । ଆଭୋକାଡ଼ୋ ଭଳି ଅତି ମୂଲ୍ୟବାନ ଫଳ ଗଛରେ ଫଳିବା ଦେଖି ଏହି ଦମ୍ପତ୍ତିଙ୍କ ମନରେ କୋରାପୁଟ ମାଟିରେ ଥିବା ଅପୂର୍ବ ସମ୍ଭାବନା ପ୍ରତି କୃତଜ୍ଞତା ଭରି ଉଠିଛି ।

କୋରାପୁଟ ଅଞ୍ଚଳରେ ଫଳ ଗଛର ସମ୍ଭାବନାକୁ ଖୋଜୁଥିବା ପୁଅର ପ୍ରଚେଷ୍ଟାରେ ନିଜକୁ ସାମିଲ କରି ପାରି ଥିବାର ଆତ୍ମ ସନ୍ତୋଷ ପାଉଥିବା ସହ ଜୀବନର ଏହି ସୋପାନରେ ଶାନ୍ତ ପରିବେଶରେ ରହି ଆତ୍ମ ଚିନ୍ତନ କରିବାର ସୁଯୋଗ ପାଇ ଏହି ଦମ୍ପତ୍ତି ବେଶ ଆନନ୍ଦିତ । ଏହି ଫଳ ବଗିଚାକୁ ଦେଖି ଅନ୍ୟମାନେ ନିଜ ନିଜ ଘର ବାଡ଼ିରେ ହେଉ ବା ସ୍ବତନ୍ତ୍ର ଭାବେ ବ୍ୟବସାୟିକ ଭାବେ ହେଉ ଫଳ ବଗିଚା ସୃଷ୍ଟି କରି ପାରିଲେ ତାଙ୍କ ପ୍ରୟାସ ସଫଳ ହେବ ବୋଲି ନରହରି ସେଠୀ ମତ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.