ETV Bharat / state

ମ୍ୟାଲେରିଆ ଅନ୍ଧାରରେ ଆଲୋକର କିରଣ, ‘ଆଶା ଦିଦି’ - ମ୍ୟାଲେରିଆ

ମାଓ ଅଧ୍ୟୁଷିତ ତଥା ମ୍ୟାଲେରିଆ ପ୍ରବଣ ଜିଲ୍ଲା ଭାବେ କୋରାପୁଟର ନାମ ରହି ଆସିଛି । ଏହି ମ୍ୟାଲେରିଆ ରୋଗ ଯୋଗୁଁ ଯେ କେତେ ଲୋକ ପ୍ରାଣ ହରାଇଛନ୍ତି ତାହାର ଠିକଣା ନାହିଁ । ଏହା ଜିଲ୍ଲା ପ୍ରଶାସନ ପାଇଁ ଏକପ୍ରକାର ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Apr 26, 2019, 6:42 AM IST

କୋରାପୁଟ: ମାଓ ଅଧ୍ୟୁଷିତ ତଥା ମ୍ୟାଲେରିଆ ପ୍ରବଣ ଜିଲ୍ଲା ଭାବେ କୋରାପୁଟର ନାମ ରହି ଆସିଛି । ଏହି ମ୍ୟାଲେରିଆ ରୋଗ ଯୋଗୁଁ ଯେ କେତେ ଲୋକ ପ୍ରାଣ ହରାଇଛନ୍ତି ତାହାର ଠିକଣା ନାହିଁ । ଏହା ଜିଲ୍ଲା ପ୍ରଶାସନ ପାଇଁ ଏକପ୍ରକାର ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଇଥିଲା । ତେବେ ଜିଲ୍ଲାକୁ ମ୍ୟାଲେରିଆ କବଳରୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡିଛନ୍ତି ଆଶା ଦିଦି ପଦ୍ମା ଦିଶାରୀ । ରାତିର ଚାଦରରେ ଜିଲ୍ଲା କବଳିତ ହେବା ମାତ୍ରେ ସଚେତନତାର ଘଣ୍ଟି ଧରି ଘରୁ ବାହାରି ଯାଆନ୍ତି ଏହି ଆଶା ଦିଦି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ନିକଟରେ ହୋଇଥିବା ଏକ ସରକାରୀ ଆକଳନରୁ ସ୍ପଷ୍ଟ ହୋଇଛି କି 2010 ମସିହାରେ ପ୍ରତି 100 ଜଣ ମ୍ୟାଲେରିଆ ପରୀକ୍ଷା କରିବାକୁ ଆସିଥିବା ରୋଗୀଙ୍କ ମଧ୍ୟରୁ 19.7 ଜଣ ମ୍ୟାଲେରିଆଯୁକ୍ତ ଥିବା ବେଳେ 2018 ଡିସେମ୍ବର ସୁଦ୍ଧା ତାହା କମି କମି 1.8 ରେ ପହଞ୍ଚିଥିଲା । ଯଦି ଏହି ହାରରେ ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ହାର କମିବାରେ ଲାଗେ ତେବେ ସେହି ଦିନ ବେଶୀ ଦୂର ନୁହେଁ ଯେବେ ମ୍ୟାଲେରିଆ କବଳରୁ ବଞ୍ଚିବାରେ ଜିଲ୍ଲା କେନ୍ଦ୍ରର ଚତୁର୍ଥ ସ୍ଥାନରେ ପହଞ୍ଚିବ ।

ଲେନ୍ଦିରୀ ମାଳିଗୁଡା ଗାଁରେ ମ୍ୟାଲେରିଆର ପ୍ରାଦୁର୍ଭାବ ବଢିବାରେ ଲାଗିଥିବା ବେଳେ ଏଠାରେ ଆଶାର କିରଣ ପାଲଟିଛନ୍ତି ଆଶା ଦିଦି ପଦ୍ମା ଦିଶାରୀ । ରାତିରେ ଘର ଘର ବୁଲି ମଶାରୀ ବ୍ୟବହାର କରିବା ସହ ଘର ବାହାରେ ଔଷଧ ସିଞ୍ଚନ କରି ମାରାତ୍ମକ ଏନଫେଲେସ ଫ୍ଲୁଭିଆଟିଲିସ ମଶାକୁ ଦୂରେଇବା ପାଇଁ ସଚେତନ କରାନ୍ତି ପଦ୍ମା । ତେବେ ମ୍ୟାଲେରିଆ କବଳରୁ ରକ୍ଷା ପାଇବାରେ ଗତ ଦୁଇବର୍ଷ ହେବ ଜିଲ୍ଲାରେ ଚାଲିଥିବା ଏପିଆଇ-10 କାର୍ଯ୍ୟକ୍ରମ ଦାୟୀ ବୋଲି ସୂଚନା ଦେଇଛନ୍ତି ରୋଗ ବାହକ ଗବେଷଣା କେନ୍ଦ୍ର ଭିସିଆରସିର ବରିଷ୍ଠ ବୈଜ୍ଞାନିକ ଏସ.ଏସ ସାହୁ ।

ଏହି ଅଭିଯାନରେ କାମ୍ବୋଡିଆ, ଭିଏତନାମ ଓ ଥାଇଲାଣ୍ଡରୁ ଆମଦାନୀ କରାଯାଇଥିବା ଔଷଧୀୟ ମଶାରୀ ପ୍ରୟୋଗର ବିଶେଷ ଭୂମିକା ରହିଛି । ଏହି ଦୀର୍ଘସ୍ଥାୟୀ ଇନ୍ସେକ୍ଟିସାଇଡାଲ ନେଟ (ଏଲଏଲଆଇଏନ) ବିଶ୍ବର ବିଭିନ୍ନ ସ୍ଥାନରେ ମ୍ୟାଲେରିଆ ନିୟନ୍ତ୍ରଣରେ ଅଭୂତପୂର୍ବ ସଫଳତା ଆଣିଦେଇଛି । ତେଣୁ ଏହାର ପ୍ରୟୋଗ ଯେ ସଫଳତା ଆଣିଦେବ ସେ ନେଇ ନିଶ୍ଚିତ ଥିବା ଡକ୍ଟର ସାହୁ ଜଣାଇଛନ୍ତି ।

ତେବେ ବର୍ତ୍ତମାନ ବ୍ୟବହୃତ ହେଉଥିବା ମଶାରୀର ବ୍ୟବହାର ଅବଧୀ ତିନି ବର୍ଷ ରହିଥିବା ବେଳେ ଏହା ପୁରା ହେବା ପାଇଁ ଆଉ 16 ମାସ ବାକି ରହିଛି । ତେଣୁ ଅବଧି ସରିବା ମାତ୍ରେ ଏହାକୁ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡ଼ଃ ସାହୁ । ପ୍ରକାଶ ଯେ ମଶାରୀରେ ରହିଥିବା ସିନ୍ଥେଟିକ ପାଇରେଥ୍ରଏଡର ପ୍ରଭାବରେ ମଶାମାନେ ନିଷ୍କ୍ରିୟ ହୋଇଯାାନ୍ତି । ତେଣୁ ଏହି କାର୍ଯ୍ୟକ୍ରମରେ ମଶାରୀ ବ୍ୟବହାରକୁ ବ୍ୟାପକ କରିବା ଫଳରେ ମଶାଙ୍କ ଘନତା ଆଗ ଅପେକ୍ଷା 95% କମିଯାଇଛି ।

ଏହି ପ୍ରକ୍ରିୟାରେ ଜିଲ୍ଲାକୁ ମିଳିଥିବା ସଫଳତା ଯୋଗୁଁ ଜିଲ୍ଲାକୁ ମ୍ୟାଲେରିଆ ନିୟନ୍ତ୍ରଣ ଦିଗରେ କେନ୍ଦ୍ର ସରକାରଙ୍କ ମାନ୍ୟତା କ୍ରମରେ ଚତୁର୍ଥ ସ୍ଥାନ ମିଳିଛି । ବର୍ତ୍ତମାନ ଗାଁ ଗଣ୍ଡା ବୁଲି କେନ୍ଦ୍ରରୁ ଆସିଥିବା ଅଧିକାରୀ ଏହାର ବାସ୍ତବତା ପରୀକ୍ଷା କରିବା ପରେ ଏହି ସମ୍ମାନ ପାଇବା ସୁନିଶ୍ଚିତ ହେବାର ସମ୍ଭାବନା ଉଜ୍ଜ୍ବଳ ହେବ ବୋଲି ମ୍ୟାଲେରିଆ ଅଫିସର ଡାକ୍ତର ସୁଶାନ୍ତ କୁମାର ଦାସ ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.