ETV Bharat / state

ତିନି ଦିନ ବିଳମ୍ବରେ ଯୋଗ ଦେଇ ବିଦା ହେଲେ 21 ଏଏନଏମ - ବିଦା ହେଲେ 21 ଏଏନଏମ

ଚାକିରୀରେ ତିନି ଦିନ ବିଳମ୍ବରେ ଯୋଗଦେଇ ଥିବାରୁ ବିଦା ହେଲେ 21 ଏଏନଏମ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା । ଅଧିକ ପଢନ୍ତୁ...

anm workers strike in front of collector office in koraput
ଚାକିରୀରେ ତୃତୀୟ ଦିନ ଯୋଗଦେବାରୁ ବିଦା ହେଲେ 21 ଏଏନଏମ
author img

By

Published : Jan 11, 2021, 4:57 PM IST

କୋରାପୁଟ: କୋଭିଡ଼ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ହସପିଟାଲରେ ଏଏନଏମଙ୍କୁ ଦେଇଥିଲେ ନିଯୁକ୍ତି । କିନ୍ତୁ କୋରୋନାର ପ୍ରକୋପ ରାଜ୍ୟରେ କମି ଥିବାରୁ ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲାରୁ । ଜିଲ୍ଲାରେ ଗତ ବର୍ଷ ଏପ୍ରିଲ ମାସ 16,17 ଓ 18 ତାରିଖରେ 55 ଜଣ ଏଏନଏମ ନିଯୁକ୍ତି ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଏପ୍ରିଲ 16 ଓ 17 ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିବା 34 ଜଣଙ୍କ କାର୍ଯ୍ୟକାଳ ବଢାଇ ଦିଆଯାଇଛି । କିନ୍ତୁ ବାକି 21 ଜଣ,ଯେଉଁମାନେ ସେହି ମାସ 18 ତାରିଖ ଦିନ କାର୍ଯ୍ୟରେ ଯୋଗ ଦେଇଥିଲେ ସେମାନଙ୍କୁ ଛଟେଇ କରିଦିଆଯାଇଥିବା ଅଭିଯୋଗ ହୋଇଛି ।

ଚାକିରୀରେ ତୃତୀୟ ଦିନ ଯୋଗଦେବାରୁ ବିଦା ହେଲେ 21 ଏଏନଏମ

ମହାମାରୀ ମସୟରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥିବା ଏଏନଏମଙ୍କୁ ଛଟେଇ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛଟେଇ ହୋଇଥିବା ଏଏନଏମ । ଅନ୍ୟମାନଙ୍କ ଭଳି ସେମାନଙ୍କୁ ମଧ୍ୟ ସେବାରେ ପୁନଃ ନିଯୁକ୍ତ କରାଯିବା ପାଇଁ ଦାବି କରିଛନ୍ତି । ଏନେଇ 21 ଜଣ ଏଏନଏମ ଆଜିଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟକାଳ ପାଇଁ ଧାରଣା ଦେଇଛନ୍ତି ।

କୋରାପୁଟରୁ ସି.ଏଚ.ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.