ETV Bharat / state

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଆରମ୍ଭ; ଲମ୍ବାଧାଡିରେ ଭୋଟର

author img

By

Published : Feb 13, 2021, 10:33 AM IST

କୋଟିଆର 3 ଟି ଗାଁରେ ପଞ୍ଚାୟତ ନିର୍ବାଚନକୁ ନେଇ ଆନ୍ଧ୍ର-ଓଡିଶା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏପରିସ୍ଥିତି ରେ ମଧ୍ୟ ଆନ୍ଧ୍ର ଆଜି କୋଟିଆର ଫାଟୁସିନେରୀରେ ନିର୍ବାଚନ ଆରମ୍ଭ କରିଛି । ଅଧିକ ପଢନ୍ତୁ...

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଆରମ୍ଭ
କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଆରମ୍ଭ

କୋରାପୁଟ: ବିବାଦ ମଧ୍ୟରେ ଓଡିଶାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ । କୋରାପୁଟ କୋଟିଆ ପଞ୍ଚାୟତର ଫାଟୁସିନେରାରେ ନିର୍ବାଚନ ଆରମ୍ଭ କରିଛି ଆନ୍ଧ୍ର । ମାମଲା ସୁପ୍ରିମକୋର୍ଟରେ ବିଚାରଧୀନରେ ରହିଥିଲେ ମଧ୍ୟ ନିର୍ବାଚନ କରୁଛି ପଡୋଶୀ ରାଜ୍ୟ । ସକାଳ 6ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ 01.30 ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ । 1025 ଜଣ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଆଣିବାକୁ ଆନ୍ଧ୍ର ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି । ସକାଳୁ ଭୋଟରଙ୍କ ଲମ୍ବାଧାଡି ଦେଖିବାକୁ ମିଳିଛି।

କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀରରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନାମାଙ୍କନ ପ୍ରତ୍ୟାହାର ସମୟସୀମା ସରିଥିବାବେଳେ ଗଞ୍ଜେଇପଦର ଓ ଫଗୁଣସିନେରୀରେ ଜଣେ ଜଣେ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଫାଟୁସିନେରୀରେ ଦୁଇ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେଉଛି ।

ସେପଟେ, ଓଡିଶାରେ ଆନ୍ଧ୍ରର ନିର୍ବାଚନକୁ ବନ୍ଦ କରିବାକୁ ଓଡିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆନ୍ଧ୍ରକୁ ଜବାବ ମାଗିଛନ୍ତି । ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ତେଣୁ ଓଡିଶାରେ ଆନ୍ଧ୍ର ନିର୍ବାଚନ କରିପାରିବା ନାହିଁ ବୋଲି କୋରାପୁଟ ଜିଲ୍ଲାପାଳ ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲେ ।

କୋରାପୁଟରୁ ସିଏଚ, ଶାନ୍ତାକାର ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.