ETV Bharat / state

କୋଟିଆ ତାଡିବାଲାସାରେ ଆନ୍ଧ୍ରର ବିକାଶ ମୂଳକ କାମ ଜୋରଦାର - କୋରାପୁଟ

କୋଟିଆ ପଞ୍ଚାୟତର ନେରେଡିବାଲାସା ନିକଟସ୍ଥ ତାଡିବାଲାସାରେ ଆନ୍ଧ୍ର ସରକାରଙ୍କ ଦ୍ବାରା 9 ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଛି । ନିର୍ମାଣ ହେଉଥିବା ପ୍ରକଳ୍ପ ମଧ୍ୟରେ ରହିଛି ହାଟ ବଜାର, ବିଶ୍ରାମ ଗୃହ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଫେଡରସନ ପାଇଁ 16 ଲକ୍ଷ ଟଙ୍କାର ଏକ ଭବନର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି । ଅଧିକ ପଢନ୍ତୁ...

Kotia
Kotia
author img

By

Published : Nov 2, 2021, 8:23 PM IST

କୋରାପୁଟ: କୋଟିଆ ପଞ୍ଚାୟତର ନେରେଡିବାଲାସା ନିକଟସ୍ଥ ତାଡିବାଲାସାରେ ଆନ୍ଧ୍ର ସରକାରଙ୍କ ଦ୍ବାରା 9 ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଛି । ନିର୍ମାଣ ହେଉଥିବା ପ୍ରକଳ୍ପ ମଧ୍ୟରେ ରହିଛି ହାଟ ବଜାର, ବିଶ୍ରାମ ଗୃହ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଫେଡରସନ ପାଇଁ 16 ଲକ୍ଷ ଟଙ୍କାର ଏକ ଭବନର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି ।

କୋଟିଆ ତାଡିବାଲାସାରେ ଆନ୍ଧ୍ରର ବିକାଶ ମୂଳକ କାମ ଯୋରଦାର

ଖାଲି ଏତିକି ନୁହେଁ, ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ଓ ପାର୍ବତୀପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ କୂର୍ମନାଥଙ୍କ ଉପସ୍ଥିତିରେ ଅଞ୍ଚଳବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି ।

ଓଡିଶା ସରକାରଙ୍କ ଦ୍ବାରା ଆସନ୍ତା ଦିନରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ସହ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପରବର ଶୁଭାରମ୍ଭ ନେରେଡିବାଲାସାରେ ଅନୁଷ୍ଠିତ ହେବ । ତା ପୂର୍ବରୁ ଆନ୍ଧ୍ର ପ୍ରଶାସନ ଦ୍ବାରା ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମର ବେଶ ଗୁରୁତ୍ବ ବଢିଯାଇଛି । ତେବେ ଏହାକୁ ନେଇ ଓଡିଶା ସରକାର କଣ ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.