ETV Bharat / state

AP New Districts: କୋଟିଆ କବଜା କରିବାକୁ ଆନ୍ଧ୍ରର ନୂଆ ଚାଲ୍‌

ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡ଼ି ହୋଇଛି ୧୩ ନୂଆ ଜିଲ୍ଲା । କୋରାପୁଟ ସୀମାରେ ମାନ୍ୟମ ଜିଲ୍ଲା ଗଠନ ହେବା ପରେ ଆନ୍ଧ୍ରର ଦୃଷ୍ଟି କୋଟିଆ ଉପରେ ଦୃଢୀଭୂତ ହେବାର ଆଶଙ୍କା ରହିଛି । ଅଧିକ ପଢନ୍ତୁ

author img

By

Published : Apr 4, 2022, 2:18 PM IST

Updated : Apr 4, 2022, 3:11 PM IST

AP News Districts: ଗଠନ ହେଲା ମାନ୍ୟମ ଜିଲ୍ଲା, କୋଟିଆ ଉପରେ ପ୍ରଖର ହେବ ଆନ୍ଧ୍ର ଦୃଷ୍ଟି

କୋରାପୁଟ: ଆଜି(ସୋମବାର) ଆନ୍ଧ୍ର ପ୍ରଦେଶ ମାନଚିତ୍ରରେ ଯୋଡି ହୋଇଛି ୧୩ଟି ଜିଲ୍ଲା । ପାର୍ବତିପୁରମ ଠାରେ ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲାର ଆଦିବାସୀ ବହୁଳ କିଛି ଅଂଶକୁ ନେଇ ନୂତନ ଜିଲ୍ଲା ଗଠନ କରାଯାଇଛି । ଏହାକୁ ମାନ୍ୟମ୍ ଜିଲ୍ଲା ବୋଲି ନାମକରଣ କରାଯାଇଛି । ଏହି ଜିଲ୍ଲା ଗଠନ ହେବା ପରେ ଆନ୍ଧ୍ରର ଦୃଷ୍ଟି କୋଟିଆ ଉପରେ ପ୍ରଖର ହେବ ବୋଲି କହିଛନ୍ତି ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ।

AP New Districts: କୋଟିଆ କବଜା କରିବାକୁ ଆନ୍ଧ୍ରର ନୂଆ ଚାଲ୍‌

ଆଦିବାସୀ ନାମକରଣ କରାଯାଇ ଆନ୍ଧ୍ର ସରକାର ଗଠନ କରିଥିବା ଏହି ଜିଲ୍ଲା ମଧ୍ୟରେ ସାଳୁର ଓ ପାଚିପେଣ୍ଟା ମଣ୍ଡଳମ ରହିଛି । ଓଡ଼ିଶାର କୋଟିଆ ଅଞ୍ଚଳ ଆନ୍ଧ୍ର ସରକାର ସାଳୁର୍ ମଣ୍ଡଳମରେ ସ୍ଥାନ ଦେଇଥିବା ବେଳେ ପାଚିପେଣ୍ଟା ଓଡ଼ିଶାର ମାନଚିତ୍ରରେ ଥାଇ ଉଭାନ ହୋଇ ଆନ୍ଧ୍ର ସରକାର ଅଧୀନକୁ ଚାଲିଯିବା ବିଷୟକୁ ନେଇ ଅନେକ ଦିନ ହେବ ଓଡ଼ିଶାର ବୁଦ୍ଧିଜୀବୀଙ୍କ ଆନ୍ଦୋଳନ ଜାରି ରହିଛି । ଏପରି ସ୍ଥିତିରେ ଆଜି ମାନ୍ୟମ୍‌ ଜିଲ୍ଲା ଗଠନକୁ ନେଇ ଓଡ଼ିଶା ସଜାଗ ହେବାର ଆବଶ୍ୟକତା ବୃଦ୍ଧି ପାଇଛି ବୋଲି ଆମ କୋଟିଆ ସଂଗଠନର ଆବାହକ ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ମତବ୍ୟକ୍ତ ରଖିଛନ୍ତି ।

ଏହା ବି ପଢନ୍ତୁ- ଆନ୍ଧ୍ର ନକ୍ସାରେ ଯୋଡି ହେଲା 13 ନୂଆ ଜିଲ୍ଲା

କୋଟିଆ ପଞ୍ଚାୟତକୁ ନେଇ କୋଟିଆ ବିକାଶ ପରିଷଦ ଗଠନ କରାଯାଇ ଓଡ଼ିଶା ତାର ସ୍ଥିତିକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ପରିଡ଼ା ଦୃଢ ମତ ରଖିଛନ୍ତି । ତେବେ ସୂଚନା ଥାଉ କି ଆଜି ସରକାରୀ ଭାବେ ୧୩ ନୂତନ ଜିଲ୍ଲା ଗୁଡିକ ରାଜ୍ୟ ମାନଚିତ୍ରରେ ସ୍ଥାନିତ କରାଯାଇଛି । ଆଜି ଗୁଣ୍ଟୁର ଜିଲ୍ଲା ତାଡେପଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ନୂଆ ଜିଲ୍ଲା ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Apr 4, 2022, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.